ହେଡଲାଇନସ୍:

ଆଦିମ ଜନଜାତି ଡଙ୍ଗରିଆଙ୍କ ଗଡରେ ମହାମାରୀ : ଚିନ୍ତାରେ ପ୍ରଶାସନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା /ସରୋଜ କୁମାର ସାହୁ – ରାୟଗଡା ଜିଲ୍ଲାରେ କରୋନା ମହାମାରୀ କାୟା ବିସ୍ତାର କରିଚାଲିଛି । ଜିଲ୍ଲାର ସମସ୍ତ ବ୍ଲକରୁ ପିଜିଟିଭ୍ ଚିହ୍ନଟ ହେଉଥିବା ବେଳେ ଆଦିମ ଜନଜାତି ଡଙ୍ଗରିଆଙ୍କ ଗଡରେ କରୋନା ମହାମାରୀ ପ୍ରବେଶ କରିିଥିବାରୁ ଚିନ୍ତାରେ ପ୍ରଶାସନ । ଡଙ୍ଗରିଆଙ୍କ ଗଡରେ ଜିଲ୍ଲାର ବରିଷ୍ଠ  ପ୍ରଶାସନିକ ଅଧିକାରୀ ମାନେ ପହଂଚି ସ୍ଥିତି ଅନୁଧ୍ୟାନ କରିବା ସହ ଡଙ୍ଗରିଆଙ୍କ ଟେଷ୍ଟିଂ କରାଯାଇ ପିଜିଟିଭ୍ ଥିବା ଡଙ୍ଗରିଆଙ୍କୁ ଔଷଧ ବଂଟନ କରାଯାଇଥିଲା । ଏଥି ସହ ୧୪ ଦିନ ସଙ୍ଗରୋଧ ସମାପ୍ତ କରିଥିବା ଡଙ୍ଗରିଆଙ୍କୁ କୋଭିଡ ନିୟମନୁଯାୟୀ ୧୪୦୦ ଟଙ୍କା ମଧ୍ୟ ପ୍ରଦାନ କରାଯାଇଥିଲା । ବର୍ତମାନ ଡଙ୍ଗରିଆଙ୍କ ଗଡରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ଜଣାପଡିଛି ।

ରାୟଗଡା ଜିଲ୍ଲାରୁ ଦିନକରେ ୨୨୩ ପିଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ପଜିଟିଭ୍ ହାର କମାଇବା ପାଇଁ ପ୍ରଶାସନ ତରଫରୁ ଜୋରଦାର ଉଦ୍ୟମ ଜାରୀ ରହିଥିବା ସହ ଟେଷ୍ଟିଂ ସଂଖ୍ୟାକୁ ବଢାଯାଇଛି । ବର୍ତମାନ ଜିଲ୍ଲାରୁ ୧୪ ହଜାର ୭୯୫ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୨ ହଜାର ୯୭୯ ପିଜିଟଭ୍ ସୁସ୍ଥ ହୋଇସାରିଲେଣି । ବର୍ତମାନ ୧୭୨୦ କରୋନା ଆକ୍ରାନ୍ତ ଜିଲ୍ଲାରେ ଥିବା କୋଭିଡ ହସ୍ପିଟାଲ, କୋଭିଡ କେୟାର ସେଂଟର ଓ ଗୃହ ସଙ୍ଗରୋଧରେ ରହି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସିତ ହେଉଛନ୍ତି । ଜିଲ୍ଲାରେ ବର୍ତମାନ ସୁଦ୍ଧା କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୬ ରହିଛି ।  । ଚିହ୍ନଟ ହୋଇଥିବା ୨୨୩ ପଜିଟିଭିଙ୍କ ମଧ୍ୟରୁ ୧୨୩ ପୁରୁଷ ଥିବା ବେଳେ ୧୦୦ ଜଣ ମହିଳା ଅଛନ୍ତି । ରାୟଗଡା ପୌରାଚଂଳରୁ ସର୍ବାଧିକ ୩୪ ପିଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ବିଷମକଟକରୁ ୨୬, ଚନ୍ଦ୍ରପୁରରୁ ୧୧, ଗୁଡାରୀରୁ ୧୦, ଗୁଣପୁର ଗ୍ରାମାଚଂଳରୁ ୧୭ ଓ ପୌରାଚଂଳରୁ ୯, କଲ୍ୟାଣସିଂହପୁରରୁ ୩, କାଶିପୁରରୁ ୩୦, କଲୋନରାରୁ ୧୩, ମୁନିଗୁଡାରୁ ୧୮, ପଦ୍ମପୁରରୁ ୨୭, ରାମନାଗୁଡାରୁ ୧୯ ଓ ରାୟଗଡା ଗ୍ରାମାଚଂଳରୁ ୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।  

 

0
0
0
s2sdefault