ସେବା ଦେବାରେ ଚୋଲା ଇନସୁରାନ୍ସର ଅବହେଳା, ୮ମାସ ହେଲା ଗ୍ରାହକ ପାଉନି କ୍ଷତିପୂରଣ
ପୁରୀ: ଇନସୁରାନ୍ସ ବିକ୍ରି କଲାବେଳେ ଚିକିଣିଆ କଥା କୁହନ୍ତି କମ୍ପାନୀ ଅଧିକାରୀମାନେ। କ୍ଷତିପୂରଣ ବେଳେ ବିଭିନ୍ନ ବାହାନା ଦେଖାଇ ଗ୍ରାହକଙ୍କ ମନସ୍ତାତ୍ତ୍ବିକ ଭାବନା ସହ ଖେଳ ଖେଳନ୍ତି । ଇନସୁରାନ୍ସ କମ୍ପାନୀ ଅଧିକାରୀଙ୍କ ଏଭଳି କାର୍ଯ୍ୟ ଗ୍ରାହକଙ୍କୁ ବିଷାଦ ଆଡକୁ ନେଇ ଯିବାର ଅନେକ ନଜିର ଅଛି । କଥାରେ ଅଛି ବାୟୁ ଗଲେ ପେଟ ଉଶ୍ୱାସ | ଚିକ୍କଣ କଥା କହି ଇନ୍ସୁରାନ୍ସ କରେଇବେ, ହେଲେ ଅଘଟଣ ଘଟିଲେ ଠିକଣା ଟାଇମରେ ଧରାଛୁଆଁ ଦେବେନି | ଇନ୍ସୁରାନ୍ସ କରୁଥିବା ଲୋକଟି ଧାଇଁ ଧାଇଁ ବା ଫୋନ କରି କରି ହତାଶ |
ପୁରୀ ସ୍ଥିତ ଚୋଲା ଇନସୁରାନ୍ସର ଗ୍ରାହକ ଲକ୍ଷ୍ମୀକାନ୍ତ ମହାନ୍ତି ନିଜ ବ୍ୟବସାୟିକ କ୍ଷତିପୂରଣ ପାଇଁ ହନ୍ତସନ୍ତ ହେଉଛନ୍ତି । କ୍ଷତିପୂରଣ ବାବଦ ସମସ୍ତ ଦସ୍ତାବିଜ ଦେଇଥିଲେ ବି ଦିର୍ଘ ୮ମାସ ହେବ ମିଳୁନି କ୍ଷତିପୂରଣ ରାଶି । ଅନେକ ବ୍ୟାଙ୍କ ଲୋନ କରିଛି, ହାତ ଉଧାରି ବି ଆଣି ମୋବାଇଲ ସୋ'ରୁମ କରି ବ୍ୟବସାୟ କରୁଥିଲି । ସର୍ଟସର୍କିଟ ଯୋଗୁ ସୋ'ରୁମରେ ନିଆଁ ଲାଗି ବ୍ୟବସାୟରେ କ୍ଷତି ଓସହିଲି । ଇନସୁରାନ୍ସ କ୍ଲେମ ପାଇଁ ଚୋଲା ଇନସୁରାନ୍ସରେ ଆବେଦନ କରିଥିଲେ ବି ଏଯାବତ ମତେ କ୍ଷତିପୂରଣ ରାଶି ମିଳୁନି । କମ୍ପାନୀର ଅଧିକାରୀଙ୍କୁ ସମସ୍ତ ଦସ୍ତାବିଜ ଦେବା ପରେ ବି ଦିର୍ଘ ୮ମାସ ହେଲା ବିଭନ୍ନ ଆଳ ଦେଖାଉଛନ୍ତି । ଫଳରେ ବ୍ୟାଙ୍କ କିସ୍ତି ଦବା ଓ ବ୍ୟବସାୟକୁ ଚଳାଇବା କଷ୍ଟକର ହେଉଛି ବୋଲି କହିଛନ୍ତି ଲଷ୍ମୀକାନ୍ତ ।
୨୦୨୦ ଡିସେମ୍ବର ୧୮ ତାରିଖରେ ଲକ୍ଷ୍ମୀକାନ୍ତଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ଶ୍ରୀଗୁରୁ ଏଣ୍ଟରପ୍ରାଇଜେସରେ ସର୍ଟ ସର୍କିଟ ହୋଇ ଅନେକ ଇଲେକ୍ଟ୍ରୋନିକସ ଜିନିଷ ପୋଡି ନଷ୍ଟ ହୋଇଯାଇଥିଲା । ମାଲିକ ଏବାବଦ ଚୋଲା ଇନସୁରାନ୍ସରେ ଜଣାଇବା ପରେ କମ୍ପାନୀର ଅଧିକାରୀ ମାନେ କ୍ଷୟକ୍ଷତିର ଆକଳନ କରିବାକୁ ଆସିଥିଲେ ବି ଏବେ ଯାଏଁ କ୍ଷତିପୂରଣ ମିଳିନାହିଁ । ଫଳରେ ମାନସିକ ଚାପଗ୍ରସ୍ତ ଲଷ୍ମୀକାନ୍ତ ବାଧ୍ୟ ହୋଇଥିଲେ ଗ୍ରାହକ କୋର୍ଟର ଆଶ୍ରୟ ନେବାକୁ । ହେଲେ ବିଡମ୍ବନା ଯେ କୋରୋନା କାରଣରୁ କୋର୍ଟ କାର୍ଯ୍ୟ ମଧ୍ୟ ହେଇ ପାରୁନି । ଯାହା ତାଙ୍କୁ ହତାସାଭାବ ଆଣି ଦେଉଛି ।
ଚୋଲା ଇନସୁରାନ୍ସର ଅଧିକାରୀଙ୍କ ଏଭଳି ଅବହେଳା ଯୋଗୁଁ ଚୋଲା ବିରୁଦ୍ଧରେ କୋର୍ଟ ଯିବାକୁ ବାଧ୍ୟ ହେଲି ବୋଲି କହିଛନ୍ତି ଲଷ୍ମୀକାନ୍ତ ।