ହେଡଲାଇନସ୍:

ଅଗ୍ରୀମ ୬୪୧.୬ କୋଟିକୁ ବାତ୍ୟା ପ୍ରଭାବିତଙ୍କପାଇଁ ବ୍ୟବହାର କରାଯାଉ - ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ/ଭୁବନେଶ୍ୱର – ମଇ ୧ରେ ଓଡିଶାକୁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି(ଏସଡ଼ିଆରଏଫ)ରୁ କେନ୍ଦ୍ରୀୟ ଅଂଶର ପ୍ରଥମ କିସ୍ତି ଭାବରେ ଜାରୀ ଅଗ୍ରୀମ ୬୪୧.୬ କୋଟିକୁ ବାତ୍ୟା ପ୍ରଭାବିତଙ୍କ ପାଇଁ ବ୍ୟବହାର କରାଯିବା ଉପରେ  ମତପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ସାମୁଦ୍ରିକ ବାତ୍ୟା ‘ୟଶ୍’ ଦ୍ୱାରା ଓଡ଼ିଶାରେ ଉଭୟ ଜୀବନ ଜୀବିକା ପ୍ରଭାବିତ ହୋଇଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ପରାମର୍ଶ କ୍ରମେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓଡ଼ିଶାକୁ ମଇ ୧ରେ ଏସଡ଼ିଆରଏଫ ପାଣ୍ଠିରୁ କେନ୍ଦ୍ରୀୟ ଅଂଶର ପ୍ରଥମ କିସ୍ତି ଭାବରେ ଅଗ୍ରୀମ ୬୪୧.୬ କୋଟି ଟଙ୍କା ପ୍ରଦାନ କରିଛନ୍ତି ।

ଜୀବନଜୀବିକା ଏବଂ ଅର୍ଥନୀତି ଉପରେ ସାମୁଦ୍ରିକ ବାତ୍ୟା ‘ୟଶ'ର ପ୍ରଭାବ ପରିପ୍ରେକ୍ଷୀରେ ମୁଁ ଦୃଢ଼ ବିଶ୍ୱାସ ଯେ ଓଡ଼ିଶା ସରକାର ବାତ୍ୟା ଦ୍ୱାରା ପ୍ରଭାବିତ ଲୋକଙ୍କୁ ରିଲିଫ, ଉଦ୍ଧାର, ପୁନରୁଦ୍ଧାର ଓ ଆନୁଷଙ୍ଗିକ ସହାୟତା ପାଇଁ ଏହି ପାଣ୍ଠିର ସୁଦୂପଯୋଗ କରିବେ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଓଡ଼ିଶାବାସୀଙ୍କ ସୁରକ୍ଷା ଏବଂ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ । ଏହି ଆର୍ଥିକ ସହାୟତା ଓଡ଼ିଶା ସରକାରଙ୍କୁ ବାତ୍ୟାର ପରବର୍ତୀ ସମୟରେ ଜୀବନଜୀବିକାକୁ ପୁନରୁଦ୍ଧାର କରିବାରେ ନିରନ୍ତର ସହଯୋଗ କରିବ ବୋଲି ଶ୍ରୀ  ପ୍ରଧାନ ଆଜି ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।

 

0
0
0
s2sdefault