ହେଡଲାଇନସ୍:

ଉଜାଡି ଦେଇ ବାହୁଡ଼ିଗଲା ୟସ, ଦେଇଗଲା ଯାତନା ଅଶେଷ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) : ବାତ୍ୟା ୟସ୍‌ର ଶେଷାଂଶ ସ୍ଥଳଭାଗ ଛୁଇଁବା ସହିତ ଏହାର ଲ୍ୟାଣ୍ଡଫଲ୍  ପ୍ରକ୍ରିୟା ସମାପ୍ତ ହୋଇଛି।  ସକାଳ ୯ଟାରୁ  ୟସ୍ ଧାମରାର ଉତ୍ତରକୁ ତଥା ବାଲେଶ୍ବର ସହର ଦକ୍ଷିଣକୁ-ରେମୁଣା ସଦର ବ୍ଲକ୍ ବାହନଗା ଅଞ୍ଚଳରେ ଲ୍ୟାଣ୍ଡ୍‌ଫଲ୍ କରିବା ସହ କିଛି ଘଣ୍ଟା ପାଇଁ ତାର ତାଣ୍ଡବ ଲୀଳା ରଚି ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରେ ଗତି କରିଛି। ହେଲେ ନିଜ କରାଳ ଆଉ ଉଗ୍ର ରୂପରେ ଉତ୍ତର ଓଡ଼ିଶାର ଅର୍ଦ୍ଧେକ ଅଂଚଳରେ ବ୍ୟାପକ କ୍ଷୟକ୍ଷତି କରିବା ସହ ଲୋକଙ୍କୁ ଦେଇଯାଇଛି ଅସରନ୍ତି ଦୁଃଖ | 

ଭଦ୍ରକ, ବାଲେଶ୍ବରରେ ଏବେ ପବନର ବେଗ ହ୍ରାସ ପାଇବା ସହ ବର୍ଷା କମିଛି। ଏନ୍‌ଡିଆରଫ୍, ଓଡ୍ରାଫ୍ ଏବଂ ଅଗ୍ନିଶମ ସେବା ସ୍ବତନ୍ତ୍ର ଦଳ ଉପୁଡି ପଡିଥିବା ଗଛ ଓ ଗଛଡାଳ ପ୍ରଭୃତି ରାସ୍ତା ଉପରୁ ହଟାଇବା କାର୍ଯ୍ୟ ଜାରି ରଖିଛନ୍ତି। 

ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଯାଜପୁର ଜିଲ୍ଲାରେ ଅଧିକ କ୍ଷୟକ୍ଷତି ଘଟିନାହିଁ ବୋଲି ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ଭଦ୍ରକରେ ରାସ୍ତା ଅବରୋଧ ହଟାଇବା କାର୍ଯ୍ୟ ଜାରି ରହିଛି। ବାତ୍ୟା ଯୋଗୁଁ ନୀଳଗିରି ଅଞ୍ଚଳରେ ଅଧିକ ଗଛ ଉପୁଡି ଯାଇଛି। 

ଶିମିଳିପାଳ ଅଞ୍ଚଳରେ ଅଧିକ ବର୍ଷା ହୋଇଥିବା ଯୋଗୁଁ ବୁଢାବଳଙ୍ଗ ନଦୀରେ ବନ୍ୟା ହେବାର ଆଶଙ୍କା ନେଇ ଜଳ ସମ୍ପଦ ବିଭାଗ ବିଭାଗ ପକ୍ଷରୁ ପରିସ୍ଥିତି ଅନୁଧ୍ୟାନ କରାଯାଉଛି। ବୁଢାବଳଙ୍ଗରେ ବିପଦ ସଙ୍କେତ ସର୍ବାଧିକ ୨୮ ମିଟର ମଧ୍ୟରୁ ଜଳସ୍ତର ଏବେ ୨୧ ମିଟରରେେ ସୀମିତ ରହିଛି। ତେବେ ଆଗୁଆ ସତର୍କତା ନିମନ୍ତେ ସଂପୃକ୍ତ ଅଞ୍ଚଳର ଏକାଧିକ ଗ୍ରାମର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।  

ଅପରପକ୍ଷରେ  ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା  ଅନୁଯାୟୀ ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି । ସକାଳ ୯ଟାରେ ଆରମ୍ଭ ହୋଇଥିବା ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି  । ସକାଳ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଏହା ଉପକୂଳ ଅତିକ୍ରମ କରିଥିଲା । ବାତ୍ୟା ‘ୟାସ୍’ ଏବେ ସ୍ଥଳଭାଗରେ ଆଗକୁ ଆଗକୁ ମାଡି ଚାଲିଛି । ଆଗାମୀ ୩ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହୋଇଯିବ । କମ ବର୍ଷା ହେଲେ ବି ବର୍ଷା ଜାରି ରହିବ  । ବାତ୍ୟା ୟାସ୍ ଉପକୂଳ ଅତିକ୍ରମ କରିବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୩୦ରୁ ୧୫୦ କି.ମି ଥିଲା । ଆଗାମୀ ୩ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହେବ । ପବନର ବେଗ ହ୍ରାସ ପାଇ ୯୦ କି.ମିରୁ ୧୦୦କି.ମି.କୁ ଖସିବ । ପରବର୍ତ୍ତୀ ୬ ଘଣ୍ଟାରେ ପବନର ବେଗ ୬୦କି.ମି.କୁ ଖସିବ । ଏହାପରେ ୨୭ ତାରିଖ ସକାଳେ ଏହା ଡିପ୍ ଡିପ୍ରେସନ ହୋଇ ଝାଡଖଣ୍ଡ ମୁହାଁ ହେବ । ତେବେ ଆସନ୍ତା ୧୨ଘଣ୍ଟା ଯାଏଁ ପ୍ରବଳ ବର୍ଷା ଲାଗି ରହିବ ବୋଲି ଜଣାପଡିଛି | 

0
0
0
s2sdefault