ହେଡଲାଇନସ୍:

ବାତ୍ୟା ‘ୟଶ୍’ ମୁକାବିଲା ପାଇଁ ରାଜ୍ୟସ୍ତରୀୟ କୋର୍ଡିନେସନ କମିଟି ସହ ପ୍ରଭାବିତ ୧୨ଟି ଜିଲ୍ଲାରେ କୋର୍ଟିନେସନ କମିଟି ଗଠନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

Expelled BJP leader wins in Ahemadnagar

ଭୁବନେଶ୍ୱର: ବଙ୍ଗୋପ ସାଗରରେ ସୃଷ୍ଟି ହୋଇ କ୍ରମଶଃ ଘନୀଭୂତ ହେଉଥିବା ବାତ୍ୟା ‘ୟଶ୍’ ଓଡିଶା ଏବଂ ପଶ୍ଚିମବଙ୍ଗ ରାଜ୍ୟ ମଧ୍ୟ ଦେଇ ଗତି କରିବ । ଏହା ଦ୍ୱାରା ରାଜ୍ୟର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ମୟୁରଭଂଜ, କେନ୍ଦୁଝର, ଗଂଜାମ ଜିଲ୍ଲା ପ୍ରଭାବିତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଅବଗତ କରେଇଛି । ଏଥି ସହ ବାତ୍ୟା ପ୍ରବାହିତ ଅଂଚଳରେ ବହୁ ଧନଜୀବନ, ପଶୁସଂପଦ କ୍ଷୟକ୍ଷତି ମଧ୍ୟ ହେବ । ଗତ କାଲି ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡା ସମୀକ୍ଷା ବୈଠକରେ ରାଜ୍ୟ ନେତୃବୃନ୍ଦଙ୍କ ସହ ଆଲୋଚନା କରି ପ୍ରଭାବିତ ବାତ୍ୟାଂଚଳବାସୀଙ୍କୁ ସମସ୍ତ ପ୍ରକାରର ସହଯୋଗ ଓ ସହାୟତା କରିବା ପାଇଁ ନିର୍ଦ୍ଦେଶ  ଦେଇଥିଲେ । ବାତ୍ୟା ‘ୟଶ୍’ ମୁକାବିଲା ପାଇଁ ପାର୍ଟୀ ତରଫରୁ ଏକ ରାଜ୍ୟସ୍ତରୀୟ କୋର୍ଡିନେସନ କମିଟି ସହ ପ୍ରଭାବିତ ୧୨ଟି ଜିଲ୍ଲାରେ କୋର୍ଟିନେସନ କମିଟି ଗଠନ କରିବାକୁ ଶ୍ରୀ ନଡ୍ଡା ପରାମର୍ଶ ଦେଇଥିଲେ । ଏହି କମିଟି ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନ, ବିଭିନ୍ନ ସରକାରୀ ବିଭାଗ, ବିପର୍ଯ୍ୟୟ ମ୍ୟାନେଜମେଂଟ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଏନଡିଆରଏଫ ଇତ୍ୟାଦିଙ୍କ ସହ ସମନ୍ୱୟ ରକ୍ଷା କରି ସାଧାରଣ ଜନତାଙ୍କୁ ସହୟତା ଓ ସହଯୋଗ କରିବେ ।

ଏହି ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ୫ ଜଣିଆ ‘ରାଜ୍ୟ କୋର୍ଡିନେସନ କମିଟି’ ଗଠନ କରିଛନ୍ତି । ପୂର୍ବତନ ରାଜସ୍ୱ ମନ୍ତ୍ରୀ ଓ ବରିଷ୍ଠ  ନେତା ଶ୍ରୀ ମନମୋହନ ସାମଲ ଏହି କମିଟିର ରାଜ୍ୟ ସଂଯୋଜକ ହୋଇଥିବାବେଳେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଡ.ଲେଖାଶ୍ରୀ ସାମନ୍ତସିଂହାର ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିନୋଦ ଦାଶ ସଦସ୍ୟ ଅଛନ୍ତି । ସେହିପରି ବାତ୍ୟା ପ୍ରଭାବିତ ୧୨ଟି ଜିଲ୍ଲାରେ ୩ ଜଣିଆ ‘ଜିଲ୍ଲା କୋର୍ଡିନେସନ କମିଟି’ ଗଠନ ହୋଇଛି । 

 

0
0
0
s2sdefault