ହେଡଲାଇନସ୍:

ବାତ୍ୟା ‘ୟଶ୍’ର ପୂର୍ବ ପ୍ରସ୍ତୁତି ଓ ମୁକାବିଲା ନେଇ ରାଜ୍ୟ ନେତୃବୃନ୍ଦଙ୍କ ସହ ନଡ୍ଡାଙ୍କ ସମୀକ୍ଷା ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାତ୍ୟା ପ୍ରଭାବିତ ଅଂଚଳବାସୀଙ୍କୁ ସାହାଯ୍ୟ, ସହଯୋଗ ଓ ସହାୟତା ପାଇଁ ପାର୍ଟୀର ସମସ୍ତ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଲେ ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡା

ଭୁବନେଶ୍ୱର: ବଙ୍ଗୋପ ସାଗରରେ ସୃଷ୍ଟି ହୋଇ କ୍ରମଶଃ ଘନୀଭୂତ ହେଉଥିବା ବାତ୍ୟା ‘ୟଶ୍’ ଓଡିଶା ଏବଂ ପଶ୍ଚିମବଙ୍ଗ ରାଜ୍ୟ ମଧ୍ୟ ଦେଇ ଗତି କରିବ । ଏହା ଦ୍ୱାରା ଓଡିଶା ରାଜ୍ୟର ଉପକୂଳବର୍ତୀ ୧୨ଟି ଜିଲ୍ଲା ପ୍ରଭାବିତ ହେବା ସହ ବହୁ ଧନଜୀବନ କ୍ଷତିଗ୍ରସ୍ତ ହେବାର ଆଶଙ୍କା ସୃଷ୍ଟି କରିଛି । ବିଶେଷ ଭାବେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ମୟୁରଭଂଜ, କେନ୍ଦୁଝର, ଗଂଜାମ, ଗଜପତି ଆଦି ଜିଲ୍ଲାରେ କ୍ଷୟକ୍ଷତି ଘଟିବ । ଏହାକୁ ଦୃଷ୍ଟିରେ ରଖି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଓଡିଶା ସମେତ ପ୍ରଭାବିତ ୫ଟି ରାଜ୍ୟର ବିଜେପି ନେତୃବୃନ୍ଦଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି ।

ବାତ୍ୟା ‘ୟଶ୍’ ମୁକାବିଲା ପାଇଁ ପାର୍ଟୀ ତରଫରୁ ଏକ ରାଜ୍ୟସ୍ତରୀୟ କୋର୍ଡିନେସନ କମିଟି ସହ ପ୍ରଭାବିତ ୧୨ଟି ଜିଲ୍ଲାରେ କୋର୍ଟିନେସନ କମିଟି ଗଠନ କରିବାକୁ ଶ୍ରୀ ନଡ୍ଡା ନିଦେ୍ର୍ଧଶ ଦେଇଛନ୍ତି । ଏହି କମିଟି ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନ, ବିଭିନ୍ନ ସରକାରୀ ବିଭାଗ, ବିପର୍ଯ୍ୟୟ ମ୍ୟାନେଜମେଂଟ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଏନଡିଆରଏଫ ଇତ୍ୟାଦିଙ୍କ ସହ ସମନ୍ୱୟ ରକ୍ଷା କରି ସାଧାରଣ ଜନତାଙ୍କୁ ସହୟତା ଓ ସହଯୋଗ କରିବେ । ସମସ୍ତ ପ୍ରକାରର ସହଯୋଗ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି ଶ୍ରୀ ନଡ୍ଡା ସୁଚନା ଦେଇ କହିଛନ୍ତି । 

ବାତ୍ୟାର ପ୍ରଭାବ ଅନୁଯାୟୀ ବିଜେପି କାର୍ଯ୍ୟକର୍ତାମାନେ ନିଜ ନିଜ ଅଂଚଳରେ ସଜାଗ ରହିବା ସହ ପଂଚାୟତ, ମଣ୍ଡଳ, ବିଧାନସଭା ଓ ଜିଲ୍ଲା ସ୍ତରରେ ବାତ୍ୟାର ମୁକାବିଲା କରିବା ପାଇଁ ଯୋଜନାର ରୂପରେଖ ପ୍ରସ୍ତୁତ କରି ବାତ୍ୟା ପ୍ରଭାବିତ ଅଂଚଳବାସୀଙ୍କୁ ସାହାଯ୍ୟ ଓ ସହଯୋଗ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ବାତ୍ୟା ପୂର୍ବ ଓ ପରବର୍ତୀ ଆବଶ୍ୟକୀୟ ସୁଚନା ପ୍ରଭାବିତ ଅଂଚଳରେ ଆଦାନ ପ୍ରଦାନ କରି ସଚେତନ ସୃଷ୍ଟି କରିବାକୁ ଶ୍ରୀ ନଡ୍ଡା ପରାମର୍ଶ ଦେଇଛନ୍ତି । ସାଧାରଣ ଜନଜୀବନ ଓ ପଶୁଧନ ସୁରକ୍ଷା, ଖାଦ୍ୟଶସ୍ୟ ସଂରକ୍ଷଣ, ଅତ୍ୟାବଶ୍ୟକ ସାମଗ୍ରୀ ସୁବଂଟନ, ଜରୁରୀକାଳୀନ ସ୍ୱାସ୍ଥ୍ୟସେବା, ବାତ୍ୟା ପୂର୍ବ ଓ ପରବର୍ତୀ ସ୍ଥିତିର ସୁପରିଚାଳନା ଆଦି ମୁଖ୍ୟ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇଥିଲା । ବିଶେଷ ଭାବେ ଗର୍ଭବତୀ ମହିଳା, ଶିଶୁ, ବୃଦ୍ଧ, ଅସହାୟ, ଦିବ୍ୟାଙ୍ଗମାନଙ୍କୁ ପ୍ରାଥମିକତା ଆଧାରରେ ସେବା ଯୋଗାଇ ଦେବାକୁ ଶ୍ରୀ ନଡ୍ଡା କାର୍ଯ୍ୟକର୍ତାଙ୍କୁ ପରାମର୍ଶ ଦେଇଛନ୍ତି । ବାତ୍ୟା ପ୍ରଭାବିତ ଅଂଚଳରେ କୋଭିଡ୍ ଚିକିତ୍ସା ଏବଂ ଟୀକାକରଣ ଯେପରି ପ୍ରଭାବିତ ନହୁଏ ସେଥିପାଇଁ ଅଧିକ ଗୁରୁତ୍ୱ ଦେବା ପାଇଁ ଶ୍ରୀ ନଡ୍ଡା କହିଛନ୍ତି । ବାତ୍ୟା ପ୍ରଭାବିତଙ୍କ ପାଇଁ କୋଭିଡ୍ ଗାଇଡଲାଇନ ଓ କଟକଣାକୁ ପାଳନ କରି କମୁ୍ୟନିଟି କିଚେନ ଜରିଆରେ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ମହମବତୀ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ବଂଟନ କରିବାକୁ ଶ୍ରୀ ନଡ୍ଡା ଆହ୍ୱାନ ଜଣାଇଛନ୍ତି । ଏଭଳି କଠିନ ସମୟରେ ଶ୍ରୀ ନଡ୍ଡା ସମସ୍ତ ରାଜ୍ୟବାସୀଙ୍କ ମଙ୍ଗଳ ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ବାତ୍ୟା ‘ୟଶ୍’ ପ୍ରସଙ୍ଗରେ ଆଇଏମଡି ସହ ଆଲୋଚନା କରିଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ତଥ୍ୟ ଉପସ୍ଥାପନା କରିଥିଲେ । ଏଥି ସହ କେନ୍ଦ୍ର ସରକାରଙ୍କ ସମସ୍ତ ପ୍ରସ୍ତୁତି ପ୍ରସଙ୍ଗରେ ସୁଚନା ଦେଇଥିଲେ । କରୋନା ସଂକ୍ରମଣ ସମୟରେ ବାତ୍ୟା ‘ୟଶ୍’ର ଭୟଭୟତା ଓ ପ୍ରଭାବ ସଂପର୍କ ସହିତ ଆଜିଠୁ ଆରମ୍ଭ ହୋଇଥିବା ବର୍ଷା ଆଗାମୀ ୨୭ ତାରିଖ ପର୍ଯ୍ୟନ୍ତ ଜାରୀ ରହିବ ବୋଲି ଆଇଏମଡି ସୁଚନା ଆଧାରରେ ଶ୍ରୀ ପ୍ରଧାନ ସମସ୍ତଙ୍କୁ ଅବଗତ କରିଥିଲେ ।

ସାଂପ୍ରତିକ ସ୍ଥିତିକୁ ନେଇ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡାଙ୍କୁ ଅବଗତ କରିଥିଲେ । ବାତ୍ୟା ପ୍ରଭାବିତ ସମସ୍ତ ଆଶ୍ରୟସ୍ଥଳୀରେ ସ୍ଥାନୀୟ ଅଂଚଳର ଜଣେ ଲେଖାଏଁ ସଂଯୋଜକ ରହି ପ୍ରଶାସନକୁ ସହାୟତା କରିବେ । ଏନଡିଆରଏଫ, ଅଗ୍ନିଶମ ବିଭାଗ, ଓଡ୍ରାପ୍ଟ କତୃପକ୍ଷ ଓ କର୍ମଚାରୀଙ୍କ ସହାୟତାରେ ବାତ୍ୟାଜନିତ ସମସ୍ୟାର ସମାଧାନ କରିବେ । ପାନୀୟ ଜଳ, ବିଜୁଳି, ଯୋଗାଯୋଗ, ସ୍ୱାସ୍ଥ୍ୟ ଆଦି ଜରୁରୀକାଳିନ ଓ ଅତ୍ୟାବଶ୍ୟକ ସେବା ପୁନଃସ୍ଥାପିତ କରିବା ପାଇଁ କାର୍ଯ୍ୟ କରିବେ । ବାତ୍ୟ ୟଶ୍ କୁ ନେଇ ସମସ୍ତ ପ୍ରକାରର ପ୍ରସ୍ତୁତି ହୋଇସାରିଛି । ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ସହ ମିଳିମିଶି କାର୍ଯ୍ୟ କରି ସାଧାରଣ ଜନତାଙ୍କୁ ସମସ୍ତ ପ୍ରକାରର ସହାୟତା ଓ ସହଯୋଗ କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଛନ୍ତି ।

ଗତକାଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ବାତ୍ୟା ମୁକାବିଲାର ବିସ୍ତୃତ ସମୀକ୍ଷା କରିବା ସହ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବେ ବୋଲି ନିର୍ଭର ପ୍ରତିଶୃତି ଦେଇଛନ୍ତି । ଅତୀତରେ ହୁଡ୍ହୁଡ୍, ତିତିଲି, ଫନୀ, ଅମ୍ଫାନ ଆଦି ବାତ୍ୟା ସମୟରେ କେନ୍ଦ୍ର ସରକାରଙ୍କ ତରଫରୁ ଯେଉଁ ତପôରତା ଓ ସହୟତା ପ୍ରଦାନ କରାଯାଇଥିଲା, ୟଶ୍ ବାତ୍ୟା ସମୟରେ ମଧ୍ୟ ସେହି ତପôରତା ଓ ସହୟତା ପ୍ରଦାନ କରୁଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଧନ୍ୟବାଦ ଜ୍ଞାପନ କରିଛନ୍ତି । 

 ଏହି ବୈଠକରେ ରାଷ୍ଟ୍ରୀୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ବି.ଏଲ.ସନ୍ତୋଷ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ରାଜ୍ୟ ପ୍ରଭାରୀ ଡି.ପୁରନେ୍ଦଶ୍ୱରୀ, ସହ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ ମହାନ୍ତି, ବିଜେପି ରାଷ୍ଟ୍ରୀୟ  ଉପଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସଂପାଦକ ବିଶେଶ୍ୱର ଟୁଡୁ, ସାସଂଦ ଜୁଏଲ ଓରାମ, ଅପରାଜିତା ଷଡଙ୍ଗୀ, ବିରୋଧୀ ଦଳ ଉପନେତା ବିଷ୍ନୁ ସେଠୀଙ୍କ ସମେତ ସମସ୍ତ ରାଜ୍ୟ ପଦାଧିକାରୀ, ପ୍ରଭାବିତ ୧୨ ଜିଲ୍ଲାର ସଭାପତି ଓ ପଦାଧିକାରୀ, ଜିଲ୍ଲା ପ୍ରଭାରୀ ପ୍ରମୁଖ ଉପସ୍ଥିତ ଥିଲେ । 

 

0
0
0
s2sdefault