ହେଡଲାଇନସ୍:

ଲୋକଙ୍କର ସହିତ ସବୁବେଳେ ମନ୍ତ୍ରୀ ସୁଶାନ୍ତ ସିଂ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଦିନରାତି କେବଳ କେବଳ ଗୋଟିଏ ଚିନ୍ତା ଯେ କେମିତି ଲୋକଙ୍କୁ ଏହି ମହାମରୀର ଘଡିସନ୍ଧି ମୁହୂର୍ତ୍ତରେ ସହାୟତା ଓ ସହଯୋଗ କରାଯାଇ ପାରିବ । କିଭଳି ଭାବରେ ଲୋକେ ସଂକ୍ରମଣରୁ ରକ୍ଷା ପାଇ ପାରିବେ , କିଭଳି ସଂକ୍ରମିତ ଲୋକଙ୍କ ନିକଟକୁ ତୁରନ୍ତ  ଖାଦ୍ୟ , ଔଷଧ , ଅକ୍ସୀଜେନ , ପହଂଛି ପାରିବ,  କିଭଳି  ବିନା କୋଣସି ଅସୁବିଧାରେ ସଂକ୍ରମିତ ଙ୍କର ଶବ ସତ୍କାର ହୋଇ ପାରିବ  ।  ଏହି ମହାମାରୀ କାଳରେ  କ୍ରମାଗତ ଭାବରେ ଏହି ସବୁ ସମସ୍ୟା ର ତୁରନ୍ତ ସମାଧାନ ପାଇଁ ସବୁବେଳ ତତ୍ପର ରାଜ୍ୟ ସରକାରଙ୍କ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ।  କୋରୋନା ମହାମାରୀ ର ପ୍ରଥମ ଲହର ହେଉ କି  ବର୍ତ୍ତମାନର ଦ୍ଵିତୀୟ ଲହର ଲୋକଙ୍କୁ ସଚେତନ କରାଇବା ସହିତ ଲୋକଙ୍କର ସହିତ ସବୁବେଳେ ସବୁ ସମସ୍ୟାରେ ଛିଡା ହୋଇ ରହିଛନ୍ତି ମନ୍ତ୍ରୀ ସୁଶାନ୍ତ । ଲୋକଙ୍କର ତାଙ୍କର ଉପରେ ବହୁତ ଆଶା ଓ ବିଶ୍ୱାସ ରହିଛି । ଲୋକେ ଜାଣିଛନ୍ତି ଯେ ମନ୍ତ୍ରୀ ଙ୍କୁ ତାଙ୍କର ସମସ୍ୟା ଜଣାଇଲେ ସମାଧାନ ନିଶ୍ଚୟ ହେବ । ଏଥିପାଇଁ କ୍ରମାଗତ ଭାବରେ ତାଙ୍କର ଫୋନ ବାଜୁଥାଏ । କିଏ କେଉଁଠାରୁ ଫୋନ କରି ସହଯୋଗ ମଗୁଛି ଏହି କଥାର କୋଣସି ମାନେ ରଖେନି ତାଙ୍କ ପାଖରେ । ଜଣେ ଅସୁବିଧାରେ ପଡିଛି ମାନେ ତାକୁ ସାହାଯ୍ୟ କରିବାର ଅଛି ଏହାହିଁ ହେଉଛି ମନ୍ତ୍ରୀ ଙ୍କର ଏକମାତ୍ର ଉଦେଶ୍ୟ । ଫୋନ ପାଇବା ମାତ୍ରେ ତୁରନ୍ତ ଆବଶ୍ୟକ ମୁତାବକ ସହଯୋଗ ପାଇଁ ନିଜେ କିମ୍ବା ନିଜର ପାଖ ଲୋକଙ୍କୁ ପଠାଇଦିଆନ୍ତି । ମୁଖ୍ୟ କଥା ହେଲା ମନ୍ତ୍ରୀ ସୁଶାନ୍ତ ସିଂ ପ୍ରତିଟି ମୁହୂର୍ତ୍ତରେ ଲୋକଙ୍କର ସେବାରେ ସମ୍ପୂର୍ଣ୍ଣ ଭାବରେ ନିଜକୁ ନିୟୋଜିତ କରିଦେଇଛନ୍ତି । 

     ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ଉଦ୍ୟମ ରେ କୋରୋନା ସଂକ୍ରମିତ ବରତୁଣ୍ଡା ଗ୍ରାମର କଲୋନୀ ପଡା ବାସୀଙ୍କୁ , ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ବିଶ୍ୱନାଥ ବାଗ , ଶ୍ରୀ ରାଜେନ୍ଦ୍ର ପ୍ରଧାନ ଓ ଅନ୍ୟାନ୍ୟ ଯୁବକ ମାନେ , ମାନ୍ୟବର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କର ଦ୍ୱାରା ପ୍ରଦାନ କରାଯାଇ ଥିବା ଶୁଖିଲା ଖାଦ୍ୟ ସାମଗ୍ରୀ ସହିତ ପନିପରିବା ପ୍ରଦାନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ପାଇକମାଲ ବ୍ଲକ ର ଏହି ଗ୍ରାମରେ ବର୍ତ୍ତମାନ ସଂକ୍ରମିତ ମାନଙ୍କର ସଂଖ୍ୟା ଚାଳିଶରୁ ଅଧିକ ରହିଛି । ଏହି ପଡାର ପ୍ରାୟ ସମସ୍ତେ ଅତ୍ୟନ୍ତ ଗରିବ ଶ୍ରେଣୀର । ଲକଡାଉନ ସାଙ୍ଗକୁ ପଡାଟି ସମ୍ପୂର୍ଣ୍ଣ ଭାବରେ କଣ୍ଟେନମେଣ୍ଟ ଯୋନ , ଯାହାଫଳରେ ବର୍ତ୍ତମାନ ଲୋକଙ୍କର ସମ୍ମୁଖରେ ଖାଦ୍ୟର ସମସ୍ୟା ଦେଖା ଦେଇଛି । ଲୋକଙ୍କ ଏହି ସମସ୍ୟାକୁ ଜାଣି ମାନ୍ୟବର ମନ୍ତ୍ରୀ ଓ ମାନ୍ୟବର ବିଧାୟକ ଙ୍କର ଦ୍ୱାରା ପ୍ରଦାନ କରାଯାଇଥିବା ଏହି ରିଲିଫ ସାମଗ୍ରୀ ପାଇଁ ପଡା ବସି ଉଭୟଙ୍କର ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

0
0
0
s2sdefault