ହେଡଲାଇନସ୍:

ପ୍ରଶାସନିକ ଅଧିକାରୀଙ୍କ ମହାନୀୟତା : କରୋନା କାଳରେ ଅସହାୟଙ୍କୁ ଯୋଗାଇ ଦେଉଛନ୍ତି ଶୁଖିଲା ଖାଦ୍ୟ  ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର (ଶାସକ ପ୍ରଶାସକ) : କରୋନା ମହାମାରୀ ଦିନକୁ ଦିନ ତାର କାୟା ବିସ୍ତାର କରି ଚାଲିଛି  । କରୋନା ମହାମାରୀ ଯୋଗୁଁ ସରକାର ସାରା ରାଜ୍ୟରେ ତାଳାବନ୍ଦ କରିଛନ୍ତି । ଏହି ତାଲା ବନ୍ଦର ପ୍ରଭାବ ଗରିବ ଖଟିଖିଆ ମାନଙ୍କ ଉପରେ ଦେଖିବାକୁ ପଡୁଛି  । ପଦ୍ମପୁର ଉପଖଣ୍ଡର ଉପାନ୍ତ ଅଂଚଳ ତଥା ଛତିଶଗଡ ଓ ଓଡିଶାର ସିମାନ୍ତବର୍ତୀ ଅଂଚଳ ଝାରବନ୍ଧ ବ୍ଲକ ଏହି ଅଂଚଳର ଅସହାୟ ସମୟରେ ଗରିବ ଅସହାୟ ମାନଙ୍କ ବିପଦର ବନ୍ଧୁ ସାଜିଛନ୍ତି ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢେଇ ।

ସାରା ରାଜ୍ୟରେ ଲକଡାଉନ ଯୋଗୁଁ ଲୋକ ମାନେ ଘରୁ ବାହାରକୁ ବାହାରୁ ନାହାଁନ୍ତି  । ଏମିତି ସମୟରେ ଲୋକେ ଦୁର୍ଦ୍ଧିନ ସହ ସଂଗ୍ରମ କରି ଜୀବନ ଯାପନ କରୁଛନ୍ତି । ତାଲାବନ୍ଦର ସିଧାସଲଖ ପ୍ରଭାବ ଖଟିଖିଆ, ଦିନ ମଜୁରିଆ ତଥା ଗରିବ ଲୋକ ମାନଙ୍କ ଉପରେ ପଡୁଛି  । ଏପରି ଏକ ଦୁର୍ଦିନ ସମୟରେ ଅସହାୟ ଗରିବ ତଥା ଖଟିଖିଆ ମାନଙ୍କ ବିପଦର ବନ୍ଧୁ ସାଜିଛନ୍ତି ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢେଇ  ।  ପଦ୍ମପୁର ଉପଖଣ୍ଡର ଉପାନ୍ତ ଅଂଚଳ ତଥା ଛତିଶଗଡ ଓ ଓଡିଶାର ସିମାନ୍ତବର୍ତୀ ଅଂଚଳ ଝାରବନ୍ଧର ବିଭିନ୍ନ ପଂଚାୟତରେ ବସବାସ କରୁଥିବା ଅସହାୟ ଗରିବ ତଥା ଖଟିଖିଆ ମାନଙ୍କ ପାଇଁ ନିଃସ୍ୱାର୍ଥପର ଭାବରେ ସେବା ଯୋଗାଇ ଆସୁଛନ୍ତି  । ଏହି ତାଳାବନ୍ଦ ସମୟରେ ଏଠାକାର ଶହ ଶହ ଲୋକଙ୍କୁ ଚାଉଲ,ଡାଲି,ବିସ୍କୁଟ,ଚୁଡା,ଆଲୁ,ପିଆଜ ଭଲି ଶୁଖିଲା ଖାଦ୍ୟ ଯୋଗାଇବା ସହିତ ଝାରବନ୍ଦ ବ୍ଲକ ପାଇଁ ଗୋଟିଏ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦେଇଛନ୍ତି  । ଯ ଦ୍ୱାରା ଏହି ଅଂଚଳର ଲୋକେ ସ୍ୱାସ୍ଥ୍ୟ ସେବାରୁ ଯେପରି ବଂଚିତ ନ ହେବେ ସେଥିପ୍ରତି ମଧ୍ୟ ସୁବ୍ୟବସ୍ଥା କରିଛନ୍ତି  । ମହେନ୍ଦ୍ର ବଢେଇଙ୍କ ଏହି ମହାନୀୟତାକୁ ଅଂଚଳ ବାସୀ ପ୍ରଶଂସା କରିଛନ୍ତି   ।

ପଦ୍ମପୁର ଉପଖଣ୍ଡ ଭଲି ଉପାନ୍ତ ଅଂଚଲର ଟାଲ ପଂଚାୟତରେ ଜନ୍ମିତ ମହେନ୍ଦ୍ର କୁମାର ବଢେଇ ଓଡିଶା ପ୍ରଶାସନିକ କ୍ଷେତ୍ରରେ ଅଛନ୍ତି  । ନିଜ ଜନ୍ମ ମାଟିଠୁ ଦୂରରେ ଥିଲେ ମଧ୍ୟ ସେ ତାଙ୍କ ଜନ୍ମ ମାଟି ପ୍ରତି ଥିବା କତବ୍ୟକୁ ଭୁଲି ନାହାଁନ୍ତି ଏବଂ ସେ ସଦାସର୍ବଦା ନିଜ ଜନ୍ମ ମାଟିର ବିକାଶ ପାଇଁ ସହେଯାଗର ହାତ ବଢାଇ ଆସିଛନ୍ତି  । କରୋନା ମହାମାରୀ ଭଲି ଅଭାବନୀୟ ସମୟରେ ଗରୀବ ଅସହାୟ ମାନଙ୍କ ସହାୟତା ଯୋଗାଇ ଦେଉଛନ୍ତି  । ଟାଲ ଓ ଦିପ୍ତିପୁର ଅଂଚଳର ଯୁବଗୋଷ୍ଠୀଙ୍କ  ସହଯୋଗ କ୍ରମେ ପଦ୍ମପୁର ଅଂଚଳର ବିଭିନ୍ନ ସ୍ଥାନରେ ସୁଖିଲା ଖାଦ୍ୟ ବାଂଟିବା ସହ ଲୋକଙ୍କୁ ସଚେତନ କରାଉଛନ୍ତି  ।

ଅସୁବିଧା ସମୟରେ ଖାଦ୍ୟ ସାମଗ୍ରୀ ଯୋଗାଇବା ସହ କରୋନା ସଚେତନତା କରାଇବା ଏହି ମହାନ ଉଦ୍ୟମକୁ ନେଇ ବରିଷ୍ଠ ନାଗରିକମାନେ  ମହେନ୍ଦ୍ର ବଢେଇଙ୍କ ମଙ୍ଗଲକାମନା କରିଛନ୍ତି  ।

 

0
0
0
s2sdefault