ହେଡଲାଇନସ୍:

ରା-ଉଦୟଗିରି ଥାନାରେ ନୂତନ ଆଇଆଇସି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରା.ଉଦୟଗିରି ଥାନାରେ ପୂର୍ବରୁ ଥିବା ଥାନା ଅଧିକାରିଣୀ ମମତା ନାୟକ ପଦୋନ୍ନତି ପାଇ ଗଞ୍ଜାମ ଜିଲ୍ଲାକୁ ବଦଳି ହୋଇଥିବା ବେଳେ ତାଙ୍କରି ସ୍ଥାନରେ ଖୋର୍ଦ୍ଧା ଜିଲ୍ଲାରେ ଥାନା ଏସ୍‌ଆଇ ଥିବା ରବିନ୍ଦ୍ର ପଣ୍ଡା ପଦୋନ୍ନତି ପାଇ ରା-ଉଦୟଗିରି ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। 

ସେ ନିଜ ପ୍ରତିକ୍ରିୟାରେ କୋଭିଡ୍ ନିୟମକୁ କଡାକଡି ପାଳନ କରିବା , ମାସ୍କ, ସାନିଟାଇଜର , ସାମାଜିକ ଦୂରତା ରକ୍ଷା କରିବା , ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ଭାଇଚାରା ରକ୍ଷା କରିବା , ସ୍ଥାନୀୟ ଅଞ୍ଚଳରେ ଶାନ୍ତି ଶୁଙ୍ଗଳା ବଜାୟ ରଖିବା ଓ ଶିକ୍ଷିତ ଯୁବକ ଏବଂ ସାଧାରଣ ଲୋକେ ନୀଳ ଜହର ବ୍ୟବସାୟ ଠାରୁ ଦୂରେଇ ରହିବା ପାଇଁ କହିଛନ୍ତି।

0
0
0
s2sdefault