ହେଡଲାଇନସ୍:

କୋରୋନା କାଳରେ ଶିଶୁ ମାନଙ୍କର ପ୍ରତି ଅଧିକ ଯତ୍ନବାନ ହୁଅନ୍ତୁ ଅଭିଭାବକ : - ବିଧାୟକ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଲ୍ଲୀ ଆଲୋକ ପାଠାଗାର ତରଫରୁ ରିଲିଫ ବଣ୍ଟନ

ବରଗଡ :- ବରଗଡ ଜିଲ୍ଲାର ଗ୍ରାମାଞ୍ଚଳ ଗୁଡିକରେ ଇତି ମଧ୍ୟରେ ମହାମରୀ କାୟା ବିସ୍ତାର କରିବାରେ ଲାଗିଛି । ସଚେତନତାର ଅଭାବ ହେଉ କି ଅପହଞ୍ଚ ସ୍ଵସ୍ଥ ସେବା କିମ୍ବା ଆର୍ଥିକ ଅସୁବିଧା , ଅନେକ କାରଣ ରହିଛି ଲୋକଙ୍କୁ ମହାମାରୀର ଶିକାର ହେବାର । ସରକାର ଙ୍କର ଦ୍ୱାରା ଲୋକଙ୍କୁ ସଚେତନ କରାଇବାର କାର୍ଯକ୍ରମ ବିଭିନ୍ନ ମାଧ୍ୟମ  ନିଶ୍ଚିତ ଭାବରେ ଜାରି ରହିଛି ହେଲେ ଗ୍ରାମାଞ୍ଚଳ ମାନଙ୍କରେ ଏହାର କିଛି ଖାସ ପ୍ରଭାବ ଦେଖିବାକୁ ମିଳୁନାହିଁ । ଏହି ମହାମାରୀ କାଳରେ ସରକାର ଙ୍କର ଠାରୁ ଆରମ୍ଭ କରି ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ , ବ୍ୟକ୍ତି ବିଶେଷ , ବିଭିନ୍ନ ସଙ୍ଘ , ସମସ୍ତେ ଆଗେଇ ଆସୁଛନ୍ତି ଲୋକଙ୍କର ସେବା କରିବା ପାଇଁ । କୋରୋନା ମହାମାରୀର ମୁକାବିଲା କରିବା ପାଇଁ  ଯେତେ ସମ୍ଭବ ଲୋକ ସାହାଯ୍ୟ କରୁଛନ୍ତି ଲୋକଙ୍କୁ । 

ପାଇକମାଲ ବ୍ଲକ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାଜୀବ ଭବନ ଠାରେ ସ୍ବେଚ୍ଛାସେବୀ ସଂସ୍ଥା ପଲ୍ଲୀ ଆଲୋକ ପାଠାଗାର ଦ୍ୱାରା ପଞ୍ଚାୟତ ର ପଚାଶ ଜଣ ଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଥିଲା । ପଦ୍ମପୁର  ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ଙ୍କର ଉପସ୍ଥିତ ରେ ବଣ୍ଟନ କରାଯାଇଥିବା ରିଲିଫରେ ପ୍ରାୟେକଙ୍କୁ ୨୫କେଜି ଚାଉଳ , ଡାଲି , ତେଲ , ଲୁଣ , ସୋୟବିନ ବଡ଼ି , ସାବୁନ , ବିସ୍କୁଟ , ଲାଲ ଚଣା , ଗୋଟା ମୁଗ ,ଡିଟରଜେଣ୍ଟ ପାଉଡର , ଇତ୍ୟାଦି ରହିଥିଲା । ମୁଖ୍ୟତଃ ଅପପୃଷ୍ଠି ର ଶିକାର ଛୁଆ ମାନଙ୍କୁ ତଥା ରକ୍ତହୀନତା ଥିବା ମାଁ ମାନଙ୍କୁ ଏହି ରିଲିଫ ପ୍ରଦାନ କରାଯାଇଥିଲା । ଏହି ଅବସରରେ ବିଧାୟକ ଶ୍ରୀ ବରିହା , ଏହି ମହାମାରୀ କାଳରେ ସମସ୍ତେ ସଚେତନ ରହି ସରକାର ଙ୍କର ଦ୍ୱାରା ଜାରି କରାଯାଇଥିବା ନିୟମ ପାଳନ କରି ଚାଲିବାକୁ ଲୋକଙ୍କୁ କହିବା ସହିତ ବିଶେଷ ଭାବରେ ଛୁଆ ମାନଙ୍କର ଯତ୍ନ ନେବା ପାଇଁ କହିଥିଲେ । ଭେଙ୍ଗରାଜପୁର ଠାରେ ବିଧାୟକ ଙ୍କର ସହିତ ପାଇକମାଲ ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଲତାଫ ମହମ୍ମଦ ଉପସ୍ଥିତ ଥିଲେ ।

 ସେହି ଭଳି କେଛୋଦାଦର ପଞ୍ଚାୟତ ର ହିରାପୁର ଠାରେ ମଧ୍ୟ ସମାନ କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର , ଏବିଡିଓ ଶ୍ରୀ ଭୀଷ୍ମଦେବ ମାଝୀ , ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ,ସ୍ଥାନୀୟ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ । କଲିକତା ର ସ୍ବେଚ୍ଛାସେବୀ ଅନୁଷ୍ଠାନ କ୍ରାଏ ଦ୍ୱାରା ଅନୁଦାନ ପ୍ରାପ୍ତ ଏହି କାର୍ଯ୍ୟକ୍ରମ କୁ ପଲ୍ଲୀ ଆଲୋକ ପାଠାଗାରର ସମ୍ପାଦକ ଶ୍ରୀ ପ୍ରଶାନ୍ତ ନାୟକ , ଶ୍ରୀ ହୀରାଲାଲ ମିଶ୍ର ଓ ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ରିଲିଫ ବଣ୍ଟନ କାର୍ଯ୍ୟକ୍ରମ କୁ ସୁଚାରୁ ଭାବରେ ପରିଚାଳନା କରିଥିଲେ ।

0
0
0
s2sdefault