କଟକ : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି, କଟକରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସର୍ବୋପରି ହାଇକୋର୍ଟର କର୍ମଚାରୀ ଆକ୍ରାନ୍ତ ହେବା ଘଟଣାକୁ ଦୃଷ୍ଟିରେ ରଖି ହାଇକୋର୍ଟ ମେ 20 ରୁ ମେ 27 ପର୍ଯ୍ୟନ୍ତ ଛୁଟି ରହିବ । ହାଇକୋର୍ଟ ପକ୍ଷରୁ ଏଥିନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ହାଇକୋର୍ଟ ମେ 28 ତାରିଖ ଦିନ ଖୋଲିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ମେ ୨୮ ତାରିଖରୁ ପୂର୍ବ ନିର୍ଦ୍ଧାରିତ ଅନୁସାରେ କୋର୍ଟର ଅବକାଶ ସମୟରେ ଶୁଣାଣି ବ୍ୟବସ୍ଥା (( vacation roaster)) ଅନୁଷ୍ଠିତ ହେବ ।
ତଦନୁଯାୟୀ ପୂର୍ବ ବିଜ୍ଞପିତ ଅନୁସାରେ ଅନୁଷ୍ଠିତ ହେବାକୁ ଥିବା ଅବକାଶ କାଳୀନ ବେଂଚର ସମୟ ନିର୍ଘଣ୍ଟକୁ ବାତିଲ କରାଯାଇଛି । ଅପରପକ୍ଷରେ ଅନୁଷ୍ଠିତ ହେବାକୁ ଥିବା ଅବଶିଷ୍ଟ ଗ୍ରୀଷ୍ଣ ଅବକାଶ କାଳୀନ ବେଂଚ ଚଳିତ ମେ ମାସ ୩୧ ତାରିଖ, ଆସନ୍ତା ଜୁ୍ନ ୨ ତାରିଖ ଓ ଜୁନ୍ ୬ ତାରିଖରେ ଅନୁଷ୍ଠିତ ହେବ ।
ମେ ୨୦ ତାରିଖରୁ ୨୭ ତାରିଖ ମଧ୍ୟରେ ଅତ୍ୟନ୍ତ ଜରୁରୀ ମାମଲା ଯାହାକି ୩୧.୦୫.୨୧ ପର୍ଯ୍ୟନ୍ତ ଅପେକ୍ଷା କରାଯାଇପାରିବ ନାହି, ତାହା ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କ ପାଖକୁ ଇ-ମେଲ୍ This email address is being protected from spambots. You need JavaScript enabled to view it. ଦ୍ୱାରା ପୂର୍ବାହ୍ଣ ୧୧ଟାରୁ ୧୨ଟା ମଧ୍ୟରେ ପଠାଯାଇପାରିବ ।
କିନ୍ତୁ ଏହା ପୂର୍ବରୁ ମାମଲାଟି ଜରୁରୀ ଥିବା ପ୍ରସଙ୍ଗରେ ଅଗ୍ରୀମ ଇ-ମେଲ ଉଲ୍ଲେଖ କରାଯାଇ ତାଙ୍କ ପାଖକୁ ପଠାଇବାକୁ ହେବ । ତେବେ ଯାଇ ମାମଲାଟି ମାନ୍ୟବର ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତିଙ୍କ ନିକଟକୁ ପରବର୍ତୀ ନିର୍ଦ୍ଦେଶ ପାଇଁ ଉପସ୍ଥାପନ କରାଯାଇପାରିବ । ଏହି ପରିପ୍ରେକ୍ଷାରେ ଆଇନଜୀବୀମାନଙ୍କୁ ଏହି ସମୟ ମଧ୍ୟରେ ନିୟମିତ ମାମଲାଗୁଡିକୁ ନ ଆଣିବାକୁ ମାନ୍ୟବର ହାଇକୋର୍ଟଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି । ପୁନଶ୍ଟ ରାଜ୍ୟ ସରକାରଙ୍କ ଦ୍ୱାରା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପତ୍ର ସଂଖ୍ୟା ୨୬୬୯ ତା୧୮.୦୫.୨୧ ଅନୁସାରେ ସମଗ୍ର ରାଜ୍ୟରେ ଆଗାମୀ ଜୁନ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଲକ୍ ଡାଉନ୍ ବୃଦ୍ଧି କରାଯାଇଥିବା ପରିପ୍ରେକ୍ଷୀରେ ଗତ ମେ ୫ ତାରିଖରେ ଉଚ୍ଚ ନ୍ୟାୟାଳୟ କାର୍ଯ୍ୟ ପରିଚାଳନା ନେଇ ଯେଉଁ କାର୍ଯ୍ୟାଳୟ ଆଦେଶନାମା ପ୍ରକାଶ ପାଇଥିଲା , ତାହା ମେ ୨୮ରୁ ଜୁନ୍୧ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବ ବୋଲି ଆଦେଶ ନାମାରେ ପ୍ରକାଶ ପାଇଛି ।
କୋଭିଡ୍ ସଂକ୍ରମଣକୁ ରୋକିବା ପରିପ୍ରେକ୍ଷୀରେ କରାଯାଇଥିବା ଏହିଭଳି ବ୍ୟବସ୍ଥାକୁ ସଂପୃକ୍ତ ସମସ୍ତଙ୍କୁ ସହଯୋଗ କରିବାକୁ ଉଚ୍ଚ ନ୍ୟାୟାଳୟ କାର୍ଯ୍ୟାଳୟ ତରଫରୁ ଅନୁରୋଧ କରାଯାଇଛି ।