ଦେବଦୁତ ସାଜିଲେ ଦେବଦତ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିରମହାରାଜପୁର : (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲାପାଳଙ୍କ ପିଏସଓ (ବ୍ୟକ୍ତିଗତ ସୁରକ୍ଷାକର୍ମୀ) କରୋନାର ତିରୋଟ କାଳରେ ଜଣେ ଶିଶୁକୁ  ରକ୍ତଦାନ କରି ଦେବଦୁତ ସଦୃଶ କାର୍ଯ୍ୟ କରିଛନ୍ତି |  ମହାମାରୀ ସମୟରେ ସବୁ ଆଡେ ରକ୍ତ ର ଅଭାବ ପରିଲକ୍ଷିତ ହେଉଛି | ସେହି ସମୟରେ  ଦେବଦୂତ ସଦୃଶ ଦେବଦତ୍ତ କର୍ଣ୍ଣଙ୍କ ରକ୍ତ ଦାନ ତାଙ୍କ ମଣିଷ ପଣିଆକୁ ପ୍ରମାଣିତ କରିଛି | । ସୁବର୍ଣ୍ଣପୁର ଜିଲ୍ଲାର ପୋଲିସର କାର୍ଯ୍ୟରତ ଦେବଦତ୍ତ କର୍ଣ୍ଣ  ଆଜି ସୁବର୍ଣ୍ଣପୁର ରକ୍ତ ଭଣ୍ଡାରରେ ଜଣେ ଗୁରୁତର ଥାଲାସେମିଆ ତଥା କୋଭିଡ ରେ ପୀଡ଼ିତ ରୋଗୀ ହର୍ଡଖୋଲ୍ , ଚେପାପାଲିର ଜାଗୃତି ମେହେର (୧୦) ବର୍ଷଙ୍କ ପାଇଁ  O+ରକ୍ତଦାନ କରିଛନ୍ତି | ପ୍ରକାଶ ଥାଉ କି ସୁବର୍ଣ୍ଣପୁର ଜିଲ୍ଲାର ରକ୍ତଦାତା ସଙ୍ଘ ସଭାପତି ମନୋଜ ପଣ୍ଡାଙ୍କୁ କେହି ଜଣେ ଫୋନ୍ ମାଧ୍ୟମରେ ରକ୍ତ ଆବଶ୍ୟକ ବୋଲି କହିଥିଲେ  | ସେହି ସମୟରେ ଜିଲ୍ଲାପାଳଙ୍କ ବ୍ୟକ୍ତିଗତସୁରକ୍ଷାକର୍ମୀ (ପିଏସଓ) ଦେବଦତ୍ତ ଏହା ଜାଣିବା ପରେ " ମୁଁ ପ୍ରସ୍ତୁତ" ବୋଲି କହିବା ସହ ରକ୍ତ ଦାନ ସକାଶେ DHH BLOOD BANK କୁ ଆସି ରକ୍ତଦାନ କରିଛନ୍ତି । ଦେବଦତ୍ତ କର୍ଣ୍ଣ ଆଗରୁ ମଧ୍ୟ ଚାରି ଥର ରକ୍ତ ଦାନ କରି ସାରିଛନ୍ତି । ଭଗବାନ ସବୁବେଳେ ରକ୍ତଦାତାଙ୍କ ଜୀବନ ସୁଖମୟ କରନ୍ତୁ । ଏହି କାର୍ଯ୍ୟକୁ ଓଡିଶା ରକ୍ତ ଦାତା ମହାସଂଘ ସଦସ୍ୟ ଦେବଦତ୍ତ କର୍ଣ୍ଣ ଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନୀତ ସହିତ ପ୍ରଶଂସା କରିଛନ୍ତି। ଦିଲ୍ଲୀରେ NSG COMMANDO ତାଲିମ ନେଇ ସେ ଏବେ ଜିଲ୍ଲାପାଳ ଙ୍କ PSO ଭାବରେ କାର୍ଯ୍ୟରତ ଅଛନ୍ତି । ସବୁବେଳେ କୌଣସି ସମୟରେ ରକ୍ତ ଦାନ କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ ବୋଲି ଶ୍ରୀ କର୍ଣ୍ଣ କହିଛନ୍ତି ।

0
0
0
s2sdefault