ପଦ୍ମପୁର(ନୀଳ ଦୀପ):ବରଗଡ଼ ଜିଲ୍ଲା ପଦ୍ମପୁର ସ୍ଥିତ ୱାଡର଼୍ ନଂ. ୦୭ ଓ ୦୮ ର ମହିଳା ମାନେ ଆଦ୍ୟ ଦଳବଦ୍ଧ ଭାବେ ବାହାରି ତାଙ୍କ ୱାଡର଼୍ ରେ ଥିବା ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟ ନିର୍ବାହି ଅଧିକାରୀଙ୍କ ନିମନ୍ତେ ଦାବି ପତ୍ର ଦେଇଥିଲେ । ଉକ୍ତ ସମୟରେକାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ପାତ୍ର ଅନୁପସ୍ଥିତ ଥିବାରୁ ତାଙ୍କ ବଦଳରେ ବରିଷ୍ଠ କିରାନୀ ଶ୍ରୀ ରାଧେଶ୍ୟାମ ଦୀପ ଦାବୀପତ୍ର ଗ୍ରହଣ କରିଥିଲେ । ଉକ୍ତ ଦାବୀପତ୍ର ଲିଖିତ ଅନୁଯାୟି ଉକ୍ତ ୱାଡ଼ ଦ୍ୱୟରେ ଥିବା ପାନୀୟ ଜଳ ସମସ୍ୟା, ରାସ୍ତା ସମସ୍ୟ, ସଫେଇ ସମସ୍ୟା ପ୍ରମୁଖ ର ଶୀଘ୍ର ସମାଧାନ କରିବା ପାଇଁ ଉଲ୍ଲେଖ ଥିଲା । ଏହି ଦାବୀପତ୍ର ଦେବା ସମୟରେ ବରଗଡ଼ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପ୍ରିତେଶ କୁମାର ବହିଦାର, ପଦ୍ମପୁର ମଣ୍ଡଳ ସଭାପତି ସୁନିଲ ଅଗ୍ରୱାଲ, ନଗର ଯୁବମୋର୍ଚ୍ଚା ସଭାପତୀ ପ୍ରମୋଦ କୁମାର ମେହେର ପ୍ରମୁଖ ଉପସ୍ଥିତ ଥିଲେ ।