କରୋନା ପରିଚାଳନାରେ ଅବ୍ୟବସ୍ଥାରେ ସୁଧାର ଆଣିବାକୁ ଦାବି
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ରେ ଦେଖା ଦେଇ ଥିବା ମହାମାରୀ କୋରନା ଜନିତ ଭୟାଭୟତା ଶିଖରରେ ପହଞ୍ଚିଲାଣି,କୋଭିଡ୍ ପରିଚାଳନା ଅଧିକାରୀ ଙ୍କ ଦୋଷ ଦୁର୍ବଳତା ହେଉ କିମ୍ବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମୟୂରଭଞ୍ଜ ପ୍ରତି ଅବହେଳା ଜନିତ କାରଣ ପାଉଁ ମୟୂରଭଞ୍ଜବାସୀ କୋରନାର କରାଳ ରୂପକୁ ସାମ୍ନା କରୁଛନ୍ତି | ଏଥିରେ ଜିଲ୍ଲାରେ ଥିବା ହାତ ଗଣତି କେତେକ ବିଧାୟକ ଓ ସାଂସଦଙ୍କୁ ଛାଡି ଆଉ ସମସ୍ତେ ହାତ ବାନ୍ଧି ଚୁପ୍ ହୋଇ ବସିଛନ୍ତି |
ଜିଲ୍ଲାରେ ଅକ୍ସିଜେନ୍ ପ୍ଲାଣ୍ଟ ଟିଏ ନାହିଁ ,ଯାହାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନେତା ମାନେ ରାଜନୀତି କରଣ କରିବା ଆରମ୍ଭ କରି ଦେଲେଣି,ମାତ୍ର ଏହାର ସ୍ଥାୟୀ ପ୍ରତିକାରର ଦାବୀ କରିଛି ଭଞ୍ଜସେନା । ସେହିପରି ବାଙ୍କିଶୋଳ ସମେତ ସମସ୍ତ କୋଭିଡ୍ ହସ୍ପିଟାଲମାନଙ୍କରେ ଦେଖା ଦେଇଥିବା ଅବ୍ୟବସ୍ଥାରେ ସୁଧାର ଅଣାଯିବା, -କୋଭିଡ୍ ହସ୍ପିଟାଲମାନଙ୍କ ରେରୋଗୀମାନଙ୍କ ଉନ୍ନତ ଚିକିତ୍ସା ଓ ରୋଗୀଙ୍କ ବାବଦରେ ସଠିକ୍ ଖବର ପରିବାର ଲୋକଙ୍କୁ ପ୍ରଦାନ କରାଯାଉ ଏବଂ ବିଭ୍ରାନ୍ତିକର ଖବର ପରିବାରକୁ ପ୍ରଦାନ କରା ନ ଯାଉ ଦାବୀରେ ମେ ୧୭ରେ ଭଞ୍ଜସେନାର ଏକ ପ୍ରତିନିଧୀ ମଣ୍ଡଳୀ କୋଭିଡ୍ ପରିଚାଳନା ଅଧିକାରୀ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବା ପାଇଁ ସ୍ଥିର କରିଛି । ଏଥିସହିତ ଜିଲ୍ଲାବାସୀଙ୍କୁ ଭଞ୍ଜସେନା ବିନମ୍ର ଅନୁରୋଧ କରୁଛି ଯେ ଏହି ଦାବୀ ଗୁଡିକୁ ସମର୍ଥନ କରୁଥିବା ସମସ୍ତ ଯୁବ-ଛାତ୍ର,ମହିଳା ଓ ବ୍ୟକ୍ତି ବିଶେଷ ଆସନ୍ତା ବୁଧବାର ସଂଧ୍ୟା ୭ ରୁ ୭.୩୦ ମଧ୍ୟରେ ନିଜ ଘରେ ବସି ଏହି ୩ ଦଫା ଦାବୀ ସମ୍ବଳିତ ପ୍ଲେ-କାର୍ଡ ଧାରଣା କରିବା ସଙ୍ଗେ ସଙ୍ଗେ ଫୋଟ-କମେଣ୍ଟ ବିଭିନ୍ନ ସୋସିଆଲ୍ ମିଡିଆରେ ଅପଲୋଡ୍ କରନ୍ତୁ,ଯାହା ଦ୍ବାରା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଦଳୀୟ ନିର୍ବାଚିତ ଜନ ପ୍ରତିନିଧି ମାନେ ନିଦ ରୁ ଉଠି ନିଜ ନିଜ ସରକାରଙ୍କ ଉପରେ ଏ ବାବଦରେ ଚାପ ପ୍ରୟୋଗ କରି ପାରିବେ ।
ସେହିପରି ଘଡି ସନ୍ଧି ସମୟ ମଧ୍ୟ ଦେଇ ମୟୂରଭଞ୍ଜ ଗତି କରୁଥିବା ବେଳେ ଜିଲ୍ଲାର ଘାଟୀ ଉପରେ ଏବଂ ଘାଟୀ ତଳେ ଦୁଇଟି ଅକ୍ସିଜେନ୍ ପ୍ଲାଣ୍ଟ ର ସ୍ଥାୟୀ ରୂପରେଖ ଦେବା ଉଦ୍ଦେଶ୍ୟ ରେ ଭଞ୍ଜସେନା ର ବରିଷ୍ଠ କର୍ମକର୍ତ୍ତା ଙ୍କ ଭର୍ଚ୍ୟୁୟାଲ୍ ମିଟିଂ ହୋଇ ଥିଲା,ଏଥିରେ ଭଞ୍ଜସେନା ପ୍ରତିଷ୍ଠାତା ତଥା ଉତ୍ତର ଓଡିଶା ବିକାଶ ପରିଷଦ ସଭାପତି କଳିଙ୍ଗ କେଶରୀ ଜେନା. ଭଞ୍ଜସେନା ଅଧ୍ୟଖ୍ୟ ସତ୍ୟସ୍ବରୂପ ଦାସ୍,କାର୍ଯ୍ୟକାରୀ ଅଧ୍ୟଖ୍ୟ ରାକେଶ୍ ସିଂ,ଉପାଧ୍ୟଖ୍ୟ ନିମାଁଇ ତ୍ରିପାଠୀ ,ଭଞ୍ଜସେନା ସଭାପତି ପିଣ୍ଟୁ ମାଇତି,ଜିଲ୍ଲା ମହିଳା ଶାଖା ସଭାପତି ଚନ୍ଦନା ଦାସ୍ ,ଜିଲ୍ଲା ଆଦିବାସୀ ଶାଖା ସଭାପତି ବାଜୁନ୍ ହାଂସଦାଃ,ଯୁବ-ଛାତ୍ର ସଂଯୋଜକ ରାକେଶ ବେହେରା,ବାରିପଦା ଉପଖଣ୍ଡ ସଭାପତି ସାମନ୍ତ ଶେଖର ପାଲ୍,ବାମନ ଘାଟୀ ଉପଖଣ୍ଡ ସଭାପତି ସୌମିତ୍ ବଳ,ପଞ୍ଚପୀଢ ଉପଖଣ୍ଡ ସଭାପତି ଦଖିଣା ମହାନ୍ତ,କପ୍ତିପଦା ଉପଖଣ୍ଡ ସଭାପତି ରବିନ୍ ମହାନ୍ତି,ଯୁବ ସଭାପତି ମାନସ୍ ବେହେରା ,ଛାତ୍ର ସଭାପତି ସୌମ୍ୟରଞ୍ଜନ ମିଶ୍ର,ସଂପାଦକ ଏସ୍.କେ ରାଜା ଖାନ୍ ,ସାଂଗଠନିକ୍ ସମ୍ପାଦକ ଧନଞ୍ଜୟ ସାହୁ,ମହିଳା ସାଂଗଠନିକ୍ ସମ୍ପାଦକ ତଥା ମହିଳା ଶାଖା ମୁଖପାତ୍ର ସୁକନ୍ୟା ବାନାର୍ଜୀ ପ୍ରମୁଖ ସାମିଲ୍ ହୋଇଥିଲେ ବୋଲି ଜିଲ୍ଲା ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି ।