ହେଡଲାଇନସ୍:

କୋଭିଡ଼-୧୯ ପରିଚାଳନାରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ବିଫଳ-ବାରିପଦା ବିଧାୟକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)-ମୟୂରଭଞ୍ଜ ଜିଲ୍ଲାରେ କୋଭିଡ଼-୧୯ ପରିଚାଳନା କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି । ଚିକିତ୍ସା ହେବାକୁ ରୋଗୀ ଯାଉଛନ୍ତି, ହେଲେ ସେମାନଙ୍କ କଥା ଶୁଣିବା, ବୁଝିବା ଓ ଯତ୍ନ ନେବାକୁ କେହି ନାହାନ୍ତି । ବାଙ୍କିଶୋଳ କୋଭିଡ଼ ହସପିଟାଲ ଓ ବାରିପଦା ପିଆରଏମ ମେଡ଼ିକାଲ କଲେଜ ଓ ହସପିଟାଲରେ ରହିଥିବା ସ୍ୱତନ୍ତ୍ର ଆଇସୋଲେସନ ୱାଡର଼୍ର ଦୂରାବସ୍ଥା କହିଲେ ନ ସରେ । ଜିଲ୍ଲାରେ କରୋନାରେ ଆକ୍ରାନ୍ତ ହୋଇ ଯେତିକି ନ ମରୁଛନ୍ତି, ତାର ୯୦ ପ୍ରତିଶତରୁ ଅଧିକ ରୋଗୀ ସଠିକ୍ ସମୟରେ ଔଷଧ, ଅକ୍ସିଜେନ, ଖାଦ୍ୟ, ପାଣି ଆଦି ନ ପାଇ ମରୁଛନ୍ତି । ରୋଗୀର କୌଣସି ଯତ୍ନ ନିଆଯାଉ ନାହିଁ । ରୋଗୀର ଅବସ୍ଥା କିପରି ଅଛି ସେ ସମ୍ପର୍କରେ ପରିବାରର ସଦସ୍ୟମାନେ ପ୍ରଶ୍ନ କଲେ ସଠିକ୍ ଓ ସନ୍ତୋଷ ଜନକ ଉତ୍ତର ମିଳିପାରୁ ନାହିଁ । କୋଭିଡ଼ ହସପିଟାଲରେ ହେଲପ୍ ଲାଇନ ଖୋଲା ଯାଇଛି, କିନ୍ତୁ ସେଠାରୁ କୌଣସି ହେଲପ ମିଲିପାରୁ ନାହିଁ । କେବଳ ନାମକୁ ମାତ୍ର ହେଲପ ଲାଇନ ରହିଛି । ରୋଗୀର ମୃତୁ୍ୟ ହେବାପରେ ତାକୁ ଦାହ ପାଇଁ ନିଆଯାଉଥିବା ସମୟରେ ପରିବାରର ଲୋକଙ୍କୁ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିଛି, କାଲି ଡ଼ିସଚାର୍ଯ୍ୟ କରାଇ ଦିଆଯିବ ବୋଲି ସୂଚନା ଦିଆଯାଉଛି ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବାରିପଦା ବିଧାୟକ ପ୍ରକାଶ ସୋରେନ । ଏଥି ସହିତ ବିଧାୟକ ଶ୍ରୀ ସୋରେନ କହିଛନ୍ତି, କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ କୋଭିଡ଼-୧୯ ପରିଚାଳନା କିପରି ଚାଲିଛି ସେ ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହିତ ଏକ ସମୀକ୍ଷା ବୈଠକରେ ବସିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ସହିତ ପରିଚାଳନା ଦାୟିତ୍ୱରେ ରହିଥିବା ଅନ୍ୟ ପଦାଧିକାରୀ ଓ ଅଧିକାରୀମାନେ ଯେଉଁ ତଥ୍ୟ ଉପସ୍ଥାପନ କରାଇଥିଲେ, ସେଥିରୁ ଓଡ଼ିଶାରେ ମୟୂରଭଞ୍ଜ ଜିଲ୍ଲା କୋଭିଡ଼-୧୯ ପରିଚାଳନାରେ ସର୍ବଶ୍ରେÂ ଜିଲ୍ଲା ବୋଲି ମନେ କରାଯାଇଥିଲା । ମାତ୍ର ବାସ୍ତବରେ ହାତୀର ଦାନ୍ତ ଦେଖିବାରେ ଗୋଟାଏ ଓ କାର୍ଯ୍ୟରେ ଅନ୍ୟ କିଛି ସାବ୍ୟସ୍ତ ହୋଇଛି । କୋଭିଡ଼ ହସପିଟାଲକୁ ରୋଗୀ ଥରେ ଗଲେ ଫେରିଆସିବାର ସମ୍ଭାବନା ନାହିଁ । ସ୍ୱାସ୍ଥ୍ୟ ସେବା ଉପରୁ ଜିଲ୍ଲାବାସୀଙ୍କ ଭରସା ତୁଟି ଯାଇଛି ଓ ଭଗବାନଙ୍କ ଭରସାରେ ଜିଲ୍ଲାବାସୀ ରହିଛନ୍ତି । ସେମାନେ ଯେପରି ମେଡ଼ିକାଲକୁ ନ ଯାଆନ୍ତି ସେଥିନିମନ୍ତେ ଭଗବାନଙ୍କୁ ଡ଼ାକୁଛନ୍ତି । ବାରିପଦା ପିଆରଏମ ମେଡ଼ିକାଲର ସୁପାରିଟେଣ୍ଡେଣ୍ଟ ଓ ମ୍ୟାନେଜର ନିଜର ଦାୟିତ୍ୱକୁ ସଠିକ୍ ଭାବେ ତୁଲାଇବାରେ ବିଫଳ ହୋଇଛନ୍ତି । ବିଭିନ୍ନ ସମୟରେ ଜିଲ୍ଲାପାଳଙ୍କୁ ଏମାନଙ୍କୁ ତୁରନ୍ତ  ବଦଳି କରାଯିବା ନିମନ୍ତେ ଜଣାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ସମ୍ପର୍କରେ କୌଣସି ସୂଚନା ଜନସାଧାରଣଙ୍କୁ ଦିଆନଯାଇ ଅନ୍ଧକାର ମଧ୍ୟରେ ରଖାଯାଇ ଆସୁଛି । ପୁଣି, ଟୀକା କରଣରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ବିଧାୟକ ଶ୍ରୀସୋରେନ ପ୍ରଶ୍ନ ଉଠାଇଛନ୍ତି । ଜନସାଧାରଣଙ୍କ ସୁବିଧା ଅନୁସାରେ ଟୀକା କରଣ କେନ୍ଦ୍ର ଖୋଲା ଯାଇନଥିବାରୁ କେତେକ ଟୀକାକରଣ କେନ୍ଦ୍ରକୁ ଟୀକା ନେବା ପାଇଁ ଜନସାଧାରଣଙ୍କୁ ପ୍ରାୟ ୪୦ କିଲୋମିଟରରୁ ଅଧିକ ଦୂରରୁ ଆସିବାକୁ ପଡ଼ୁଛି । ଏହି ପ୍ରକାରର ସମସ୍ୟା ମଧ୍ୟ ଦେଇ ମୟୂରଭଞ୍ଜବାସୀ ଗତି କରୁଛନ୍ତି । ଏଥି ସହିତ ସେମାନଙ୍କର ସରକାର ଓ ଜିଲ୍ଲା ପ୍ରଶାସନ ଉପରୁ ଆସ୍ଥା ହରାଇ ନିଜ କର୍ମକୁ ଆଦରି ବଞ୍ଚି ରହିବାକୁ ବାଧ୍ୟ ହୋଇଛନ୍ତି ବୋଲି ବାରିପଦା ବିଧାୟକ ଶ୍ରୀସୋରେନ ପ୍ରକାଶ କରିଛନ୍ତି ।

0
0
0
s2sdefault