ଯାଜପୁର, (ଜୟଶଙ୍କର ଦାଶ ) :ସମସ୍ତ ଶିଶୁ ଦେଶର ସମ୍ପତ୍ତି ସଦୃଶ୍ୟ । ସୁରକ୍ଷା ଓ ଯତ୍ନ ସେମାନଙ୍କ ପାଇଁ ଅତ୍ୟନ୍ତ ଜରୁରୀ ବୋଲି ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ମତବ୍ୟକ୍ତ କରିଚ୍ଥନ୍ତି । ଗୁରୁବାର ପୂର୍ବାହ୍ନରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଠାରେ ଶିଶୁ ସୁରକ୍ଷା ସଂପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ସଭାପତି ଶ୍ରୀ ମହାନ୍ତି ସମସ୍ତ ଶିଶୁଙ୍କର ପଢିବା, ବଢିବାର ଅଧିକାର ରହିଚ୍ଥି । କିନ୍ତୁ କେତେକ କ୍ଷେତ୍ରରେ କିଚ୍ଥି କିଚ୍ଥି ଶିଶୁ ଅବହେଳାର ଶିକାର ହେଊଚ୍ଥନ୍ତି । ତେଣୁ ସେମାନଙ୍କୁ ଚିହ୍ନଟ ଓ ଊଦ୍ଧାର କରାଯାଇ ଊପଯୁକ୍ତ ଥଇଥାନ କରାଯିବାକୁ ସେ ପରାମର୍ଶ ଦେଇଥିଲେ । ବିଶେଷ କରି ପ୍ରତ୍ୟେକ ବିଭାଗ ଯେଊଁମାନେ ଶିଶୁ ସୁରକ୍ଷା ଓ ଅନୁଷ୍ଠାନ ଗୁଡିକର ଭିତ୍ତତ୍ତିଭୂମିକୁ ମଜବôତ କରିବା ସହ ଶିକ୍ଷା ଓ ସଂସ୍କାରର ବାତାବରଣ ସୃଷ୍ଟି କରିବାକୁ ସେ ପରାମର୍ଶ ଦେଇଥିଲେ । ବିସ୍ତୃତ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଗଲା ଯେ, ଶିଶୁ ଯତ୍ନ କାରୀ ଅନୁଷ୍ଠାନ ମାନଙ୍କର ଭିତ୍ତିଭୂମି ସୁଦୃଢ କରାଯିବ, ବିଭିନ୍ନ ବିପଦ ସଂକୁଳ ସ୍ଥାନ, ହୋଟେଲ, ଦୋକାନ, ଗ୍ୟାରେଜ ଇତ୍ୟାଦିରେ କାମ କରୁଥିବା ଶିଶୁ ମାନଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ପରିବାରକୁ ହସ୍ତାନ୍ତର କିମ୍ୱା ବିଭିନ୍ନ ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନରେ ଥଇଥାନ କରାଯିବ, ବିଭିନ୍ନ ଶିଶୁ ଯତ୍ନ କେନ୍ଦ୍ରରୁ ବାହାରୁଥିବା ୧୮ ବର୍ଷରୁ ଊ୍ଦ୍ଧ୍ୱର୍ ଯୁବ ବର୍ଗଙ୍କର ଦକ୍ଷତା ବୃଦ୍ଧି କରାଯାଇ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ବାଲ୍ୟ ବିବାହ ରୋକିବା ଓ ଶିଶୁ ଶ୍ରମିକ ଊଚ୍ଚେ୍ଥଦର ସଚେତନତା ପାଇଁ ବ୍ୟାପକ ଜନ ଜାଗରଣ ସୃଷ୍ଟି କରାଯିବ, ଅନୁସୂଚିତ ଜାତି ଓ ଜନଜାତିର ଶିଶୁ ମାନଙ୍କୁ ଜିଲ୍ଲା ମଙ୍ଗଳ ବିଭାଗ ଅଧିନରେ ପରିଚାଳିତ ଆଶ୍ରମ ସ୍କୁଲ ମାନଙ୍କରେ ପାଠ ପଢାଇବାର ସୁଯୋଗ ଦିଆଯିବ, ପ୍ରତ୍ୟେକ ଶିଶୁଯତ୍ନ କାରୀ ଓ ଅନୁଷ୍ଠାନ ଗୁଡିକରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଶିଶୁ ମାନଙ୍କ ପ୍ରତି ହେଊଥିବା ନିର୍ଯ୍ୟାତନା ରୋକିବା ପାଇଁ ପୋଲିସ ଓ ଗଣମାଧ୍ୟମର ପ୍ରତିନିଧି ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ କର୍ମଶାଳାର ଆୟୋଜନ କରାଯିବ । ଶିଶୁ ସୁରକ୍ଷା ଟାସ୍କ ପୋଂର୍ସ ନିୟମିତ ଭାବେ ବୈଠକ କରିବା ଓ ବିଭିନ୍ନ ସ୍ଥାନରେ ଧରପଗଡ କରିବାକୁ ପରାମର୍ଶ ଦିଆଯାଇଥିଲା । ପ୍ରାରମ୍ଭରେ ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟସୂଚୀ ଅନୁଯାୟୀ ତଥ୍ୟ ପ୍ରଦାନ କରିଥିଲେ । ମୟୁରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ଅନୁଗୁଳ ଓ ଗଞ୍ଜାମ ଜିଲ୍ଲା ରୁ ସର୍ବାଧିକ ଶିଶୁ ଶ୍ରମିକ ଯାଜପୁର ଜିଲ୍ଲା ର ବିଭିନ୍ନ ସ୍ଥାନରେ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ଉଦ୍ଧାର କରାଯାଇଚ୍ଥି । ୨୦୧୭-୧୮ ବର୍ଷରେ କେନ୍ଦୁଝରର ୧୩, ମୟୁରଭଞ୍ଜର ୯, ଭଦ୍ରକର ୧୦, ଅନୁଗୁଳର ୬, ଗଞ୍ଜାମ ଜିଲ୍ଲାରୁ ୨ ଜଣ ଶିଶୁଙ୍କୁ ଊଦ୍ଧାର କରାଯାଇ ସେମାନଙ୍କ ଜିଲ୍ଲା ଶିଶୁ କଲ୍ୟାଣ କମିଟିକୁ ହସ୍ତାନ୍ତର କରାଯାଇଥିବା ବେଳେ ବିଭିନ୍ନ ଜିଲ୍ଲା ରୁ ଯାଜପୁର ଜିଲ୍ଲାର ୩ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ପରିବାରରେ ଥଇଥାନ କରାଯାଇଚ୍ଥି । ସେହିପରି ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ରାଜ୍ୟରୁ ଆସି ଶ୍ରମିକ ଭାବେ ଊଦ୍ଧାର ହୋଇଥିବା ୬ ଜଣ ଶିଶୁଙ୍କୁ ମଧ୍ୟ ସେମାନଙ୍କ ଶିଶୁ କଲ୍ୟାଣ କମିଟିକୁ ହସ୍ତାନ୍ତର କରାଯାଇଚ୍ଥି । ରାଜ୍ୟ ସରକାରଙ୍କ ବିଜୁ ଶିଶୁ ସୁରକ୍ଷା ଯୋଜନରେ ଜିଲ୍ଲାର ପିତୃ ମାତୃହୀନ ୨ ଜଣ ୧୮ ବର୍ଷରୁ ଉଦ୍ଧ୍ୱର୍ ଝିଅଙ୍କୁ ସେମାନଙ୍କର ବିବାହ ପାଇଁ ୫୦ ହଜାର ଟଂକା ଲେଖାଏଁ ସହାୟତା ପ୍ରଦାନ କରାଯାଇଚ୍ଥି ଓ ଉଚ୍ଚତର ଶିକ୍ଷା ଗ୍ରହଣ ପାଇଁ ୩ ଜଣ ଚ୍ଥାତ୍ରଙ୍କୁ ୨୦ ହଜାର ଲେଖାଏଁ ଅର୍ଥ ପ୍ରଦାନ କରାଯାଇଥିବା ବେଳେ ସୁକନ୍ୟା ସମୃଦ୍ଧି ଯୋଜନାରେ ୫ ଜଣ ଶିଶୁଙ୍କ ନାମରେ ବାର୍ଷକ ୧ ହଜାର ଟଂକା ଲେଖାଏଁ ଦିଆଯାଇଚ୍ଥି । ଏହି ବୈଠକରେ ଏଡିଏମ୍ଓ ଡା ରୁଦ୍ର ପ୍ରତାପ କର, ଶିଶୁ କଲ୍ୟାଣ କମିଟିର ଅଧ୍ୟକ୍ଷା ରୀତା ବେହେରା, ସମାଜ ସୁରକ୍ଷା ଅଧିକାରୀ ଲକ୍ଷ୍ମୀଧର ସାହୁ, ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ବିଷ୍ଣୁ ଚରଣ ସୁତାର, ସହକାରୀ ଶ୍ରମ ଅଧିକାରୀ ଚିତ୍ତରଂଜନ ରାଉତ, ଓରମାସ ଊପନିର୍ଦ୍ଦେଶକ କ୍ଷିତିଶ ଚନ୍ଦ୍ର ବିଶ୍ୱାଳ, ଶିଶୁ କଲ୍ୟାଣ କମିଟିର ସଦସ୍ୟ ଡା ରୁଦ୍ର ନାରାୟଣ ପୃଷ୍ଟି, ହୃଷିକେଶ ପଣ୍ଡା, ଶୁଭ୍ରାଂସୁ ରାୟ, ସୁବାସ ଦେବତା, ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତା କାଳୀ ପ୍ରସାଦ ସାହୁ, ଅର୍ଚ୍ଚନା ସାମନ୍ତ, ପଦ୍ମ ଚରଣ ସାମନ୍ତରାୟ, ରବିନ୍ଦ୍ର ସେଠୀ, ଶିଶିର ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ । ମିହିର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।