ହେଡଲାଇନସ୍:

ଧର୍ମେନ୍ଦ୍ରଙ୍କ ଟୁଇଟର ଉତ୍ତର ରଖିଲେ ବବି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

" ଭାଇ ଭଲ କହିଲେ ଯେ, ପିଏମ-କିସାନରେ ମଧ୍ୟ ଭୂମିହୀନ ଗରିବ ପରିବାରଙ୍କୁ ଅନ୍ତର୍ଭୁକ୍ତ କରାନ୍ତୁ"

ଭୁବନେଶ୍ୱର : ଆଜି ପ୍ରଧାନମନ୍ତ୍ରୀ ପିଏମ କିସାନ ଅନ୍ତର୍ଗତ ଚାଷୀଙ୍କୁ ଅଷ୍ଟମ କିସ୍ତି ସହାୟତା ପ୍ରଦାନ କରିବା ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିରାଚରିତ ଢଙ୍ଗରେ ଟୁଇଟ କରି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ଛଳରେ ପରାମର୍ଶ ଦେଇଥିଲେ | ହେଲେ ତାହାର ଉତ୍ତର ରଖିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ | ସେ ଟୁଇଟ କରି ରାଜ୍ୟର ଭୂମିହୀନ ଓ ଭାଗଚାଷୀ ଚାଷୀମାନଙ୍କୁ ମଧ୍ୟ ପିଏମ କିସାନରେ ସାମିଲ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି | ସେ ତାଙ୍କ ଟୁଇଟରେ ଲେଖିଛନ୍ତି ଯେ "ଭାଇ@dpradhanbjp, ଭଲ କଥା କହିଲେ I ଓଡ଼ିଶାର କାଳିଆ ଯୋଜନାରେ ଭୂମିହୀନ ଓ ଭାଗଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି I କାଳିଆ ଭଳି ଆପଣ PM-KISAN ରେ ମଧ୍ୟ ଏହି ଭୂମିହୀନ ଗରିବ ପରିବାରଙ୍କୁ ଅନ୍ତର୍ଭୁକ୍ତ କରାନ୍ତୁ I ସମସ୍ତେ ଉପକୃତ ହେବେ I "

0
0
0
s2sdefault