ହେଡଲାଇନସ୍:

ଗଡ଼ିଲା "ରାଜସ୍ୱ ରଥ' : ଲୋକଙ୍କ ହାତ ପାଆନ୍ତାରେ ମିଳିବ ରାଜସ୍ୱ ସେବା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

"ଉତ୍ତମ ଶାସନର ଏକ ସର୍ବୋତ୍ତମ ଅଭ୍ୟାସ ଭାବେ ଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ସମସ୍ତ ଜିଲ୍ଲାପାଳମାନଙ୍କୁ କୋଭିଡ୍-୧୯ ମହାମାରୀ ସମୟରେ ସେମାନଙ୍କ ଜିଲ୍ଲାରେ "ରାଜସ୍ୱ ରଥ' ମାଧ୍ୟମରେ ସେବା ବିତରଣ କରିବାକୁ ପରାମର୍ଶ ଦେଇଥିଲୋ "

ଭୁବନେଶ୍ୱର,(ଶାସକ ପ୍ରଶାସକ)-ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଏବଂ ସୁବିଧାରେ ନାଗରିକମାନଙ୍କୁ ଜନସେବା ପ୍ରଦାନ ସରକାରଙ୍କ ପାଇଁ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣା ଏହି ଲକ୍ଷ୍ୟ ହାସଲ କରିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ୫-"ଟି' କାର୍ଯ୍ୟକ୍ରମ ଅଧୀନରେ ଅନେକ ନାଗରିକ-କୈନ୍ଦ୍ରିକ ପଦକ୍ଷେପ ଗ୍ରହଣ କରିଛିା 

ସରକାରୀ କାର୍ଯ୍ୟାଳୟ ସହିତ ଜନସାଧାରଣଙ୍କ ପ୍ରତ୍ୟକ୍ଷ ଯୋଗାଯୋଗକୁ ହ୍ରାସ କରିବା ପାଇଁ ତହସିଲ କାର୍ଯ୍ୟାଳୟରେ ଦିଆଯାଉଥିବା ଦାଖଲଖାରଜ ଏବଂ ପ୍ରମାଣପତ୍ର ସେବାଗୁଡ଼ିକୁ ସଂପୂର୍ଣ୍ଣ ଭାବେ ଅନ୍ଲାଇନରେ  କରାଯାଉଛିା କିନ୍ତୁ ଘରେ କୌଣସି ଇଣ୍ଟରନେଟ୍ ସୁବିଧା ନଥିବା କିମ୍ବା ଡିଜିଟାଲ୍ ସାକ୍ଷରତା ଅଭାବ ଥିବା ବ୍ୟକ୍ତିମାନେ ସହାୟତା ପାଇଁ ରାଜସ୍ୱ କାର୍ଯ୍ୟାଳୟ କିମ୍ବା "ମୋ ସେବା କେନ୍ଦ୍ର' ପରିଦର୍ଶନ କରୁଛନ୍ତିା ରାଜ୍ୟରେ କୋଭିଡ୍-୧୯ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ତଥା ଜନସାଧାରଣ, କର୍ମଚାରୀଙ୍କ ସୁରକ୍ଷା ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କୋଭିଡ୍ ପରିଚାଳନା ନିର୍ଦ୍ଦେଶାବଳୀ ଅନୁଯାୟୀ ରାଜସ୍ୱ କାର୍ଯ୍ୟାଳୟରେ ଜନସାଧାରଣଙ୍କ ପ୍ରବେଶକୁ ବାରଣ କରାଯାଇଛିିା 

କୋଭିଡ୍-୧୯ ମହାମାରୀ ସମୟରେ ନାଗରିକମାନଙ୍କୁ ନିରବଚ୍ଛିନ୍ନ ଭାବେ ରାଜସ୍ୱ ସେବା ଯୋଗାଇବା ପାଇଁ ଗଞ୍ଜାମ ତହସିଲ କାର୍ଯ୍ୟାଳୟ"ରାଜସ୍ୱ ରଥ' ମାଧ୍ୟମରେ ସେବା ପ୍ରଦାନର ଏକ ଅଭିନବ ଉପାୟ ଆରମ୍ଭ କରିଛିା ଏହାକୁ ଉତ୍ତମ ଶାସନର ଏକ ସର୍ବୋତ୍ତମ ଅଭ୍ୟାସ ଭାବେ ଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ସମସ୍ତ ଜିଲ୍ଲାପାଳମାନଙ୍କୁ କୋଭିଡ୍-୧୯ ମହାମାରୀ ସମୟରେ ସେମାନଙ୍କ ଜିଲ୍ଲାରେ "ରାଜସ୍ୱ ରଥ' ମାଧ୍ୟମରେ ସେବା ବିତରଣ କରିବାକୁ ପରାମର୍ଶ ଦେଇଥିଲୋ 

 ଅନେକ ଜିଲ୍ଲାରେ "ରାଜସ୍ୱ ରଥ' ମାଧ୍ୟମରେ ସେବା ପ୍ରଦାନ କାର୍ଯ୍ୟ ସଫଳତାର ସହ ଆରମ୍ଭ ହୋଇଛିା ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ତହସିଲରେ ବାରଙ୍ଗମାଳ ଗ୍ରାମରେ ହିରାକୁଦ ବାସଚ୍ୟୁତ ଲୋକଙ୍କ ଥଇଥାନ ନିମନ୍ତେ ସର୍ବେକ୍ଷଣ ଓ ସମାଧାନ କାର୍ଯ୍ୟ ଆରମ୍ଭ କରାଯାଇଛିା ସୁନ୍ଦରଗଡ଼ ଜିଲ୍ଲାରେ ବୀରମିତ୍ରପୁର ଓ ଲାଠିକଟା ତହସିଲରେ "ରାଜସ୍ୱ ରଥ' ଗଡ଼ିଥିଲାା ବୀରମିତ୍ରପୁର ତହସିଲରେ ଜଙ୍ଗଲ ଅଧିକାର ଅଧିନିୟମ ଅନୁଯାୟୀ ୧୧ ଜଣ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲାା କେନ୍ଦ୍ରପଡ଼ା ଜିଲ୍ଲାର କେନ୍ଦ୍ରାପଡ଼ା ତହସିଲରେ ଏବଂ ଢେଙ୍କାନାଳ ଜିଲ୍ଲାର ଗଁନ୍ଦିଆ ତହସିଲରେ ମଧ୍ୟ ପଟ୍ଟା ବଣ୍ଟନ କରାଯାଇଥିଲାା କୋଭିଡ୍-୧୯ ମହାମାରୀ ସମୟରେ ସେବା ବିତରଣର ଏହି ଅଭିନବ ଉପାୟ ଜନସାଧାରଣଙ୍କ ଦ୍ୱାରା ବିଶେଷ ଭାବେ ଆଦୃତ ହୋଇଛିା 

 

 

0
0
0
s2sdefault