ହେଡଲାଇନସ୍:

ରାୟଗଡ ଜିଲ୍ଳାରେ କୋଭିଡ୍ ସଂକ୍ରମଣ କମାଇବା ନିମନ୍ତେ ଜିଲ୍ଲାପାଳଙ୍କ ଉଦ୍ୟମ :ବରିଷ୍ଠ ଅଧିକାରୀଙ୍କୁ ବାଣ୍ଟିଦେଲେ ବିଭିନ୍ନ ଦାୟିତ୍ୱ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ/ସରୋଜ କୁମାର ସାହୁ- ମହାମାରୀ କରୋନାର ଦ୍ୱିତୀୟ ଲହରରେ ରାୟଗଡ ଜିଲ୍ଳାରେ ଦିନକୁ ଦିନ ବୃଦ୍ଧି ପାଉଥିବା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟାରେ କମାଇବା ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ଯଥାସମ୍ଭବ ଉଦ୍ୟମ ଜାରି ରଖାଯାଇଛି । ଲକଡାଉନ ସମୟରେ କଟକଣାକୁ କଡାକଡି ଭାବେ ପାଳନ କାଇବା ନିମନ୍ତେ  ଜିଲ୍ଳାରେ ବିଭନ୍ନ ସ୍ଥାନରେ ଯାଞ୍ଚ କରାଯାଉଛି lସମସ୍ତେ ସର୍ତକତା ଓ ସାବଧାନତା ଅବଲମ୍ବନ କଲେ ନିଶ୍ଚତ ଭାବରେ କରୋନା ସଂକ୍ରମଣ ହାର କମିବ l ବର୍ତମାନ ଆନ୍ଧ୍ର-ତେଲଙ୍ଗାନାରେ ଚିହ୍ନିଟ ଷ୍ଟ୍ରେନ୍ ଅଧିକ ମାରାତ୍ମକ ଥିବାରୁ ସମସ୍ତେ କରୋନା କଟକଣାକୁ ମାନି ଚିଳବା ସହ ଘରୁ ବାହାରକୁ ବାହାରିଲେ ୨ସ୍ତରର ମାସ୍କ ବ୍ୟବହାର କରିବା ,ସାମାଜିକ ଦୂରତା ରକ୍ଷା କରିବା ସହ ହାତକୁ ନିୟମିତ ସାନିଟାଇଜ କରିବା ଉପରେ ଜିଲ୍ଳାପାଳ ଶ୍ରୀ ମିଶ୍ର ଗୁରୁତ୍ୱାରୋପ କରିଛନ୍ତି ।

    ଏଥିନିମନ୍ତେ ଜିଲ୍ଲାପାଳ ଶ୍ରୀ ମିଶ୍ର ବିଭନ୍ନ  ଅଧିକାରୀ ମାନଙ୍କୁ ନେଇ ଏକ ବୈଠକ ଡାକି ବିଭନ୍ନ ଦାୟିତ୍ୱ ପ୍ରଦାନ କରିଛନ୍ତି l  ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ପିଡି, ଡ଼ିଆରଡିଏ ଶ୍ରୀ ମହେଶ୍ୱର ନାଏକ ଓ ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନୃ୍ତୁତ୍ୱରେ 12ଗୋଟି ବିଭନ୍ନ ଟିମ କାମ କରିବ l ଟିମ ଗୁଡିକ କାର୍ଯ୍ୟକାରିତା ଉପରେ ଜିଲ୍ଲାପାଳ ତଦାରଖ କରିବେ l ବିଶେଷ କରି କୋଭିଡ ହସ୍ପିଟାଲ ଓ କୋଭିଡ ମୃତକଙ୍କ ଶବ ହସ୍ତାନ୍ତର ପରିଚାଳନା ଟିମ ଯିଏକି ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରତେକ୍ଷ୍ୟ ତତ୍ୱାବଧାନରେ କୋଭିଡ ହସ୍ପିଟାଲ ଭିତର ବିଭନ୍ନ ସମସ୍ୟା, ଅମ୍ଳଜାନ ସମସ୍ୟା ଉପରେ ବୁଝାସୁଜା କରିବେ l ସେହିପରି ନିୟନ୍ତ୍ରଣ କକ୍ଷ ପରିଚାଳନା ଟିମ ମଧ୍ୟ ଅତିରିକ୍ତ ଜିଲ୍ଲାପାଳଙ୍କ ତତ୍ୱାବଧାନରେ ଦୈନିକ  ପରିଚାଳିତ ହେବ l ଏହି ନିୟନ୍ତ୍ରଣ କକ୍ଷ ଦାୟିତ୍ୱରେ ଥିବା ଅଧିକାରୀ ମାନେ କୋଭିଡ ରୋଗୀଙ୍କୁ ଓ ସଙ୍ଗରୋଧରେ ଥିବା ରୋଗୀମାନଙ୍କୁ ଦୈନିକ ଫୋନ ଯୋଗେ କଥାବାର୍ତା କରିବେ ଏବଂ ପରିଜନକୁ ମଧ୍ୟ ଅବଗତ କରାଇବେ l ସଙ୍ଗରୋଧ ବ୍ୟକ୍ତିଙ୍କ ସ୍ଥିତି ସମ୍ବନ୍ଧରେ ଦୈନିକ ଖବର ରଖିବେ ଏବଂ ଆବଶ୍ୟକ ପଡିଲେ ରୋଗୀଙ୍କୁ ହସ୍ପିଟାଲ ସ୍ଥାନାନ୍ତ୍ରଣ କରିବାକୁ ପଦ୍ଦକ୍ଷେପ ନେବେ l ସେହିପରି ଡାକ୍ତର ଓ ପାରାମେଡିକାଲ ଟିମ ପରିଚାଳନା ଓ ଆମ୍ବୁଲାନ୍ସ ପରିଚାଳନା ଟିମ ମଧ୍ୟ ଦୈନିକ ଡାକ୍ତର ମାନଙ୍କ ଉପସ୍ଥିତି ଓ ଅନୁପସ୍ଥିତିରେ ଡାକ୍ତରଖାନା ପରିଚାଳନା, ଅନ୍ୟ ପାରାମେଡିକାଳ କର୍ମଚାରୀ ମାନଙ୍କ ପରିଚାଳନା କଥା ବୁଝିବେ l ସେହିପରି ଆମ୍ବୁଲାନ୍ସ କିପରି ପରିଚାଳିତ ହେଉଛି ସେ ବିଷୟରେ ମଧ୍ୟ ଯୋଗାଯୋଗ ରଖିବେ l ଯାହାଫଲରେ ରୋଗୀଯେପରି ସ୍ଥାନାନ୍ତରରେ ଅସୁବିଧା ନହୁଅନ୍ତି ସେଥିପାଇଁ ତଦାରଖ କରିବେ l

 ସେହିପରି ପିଡି, ଡିଆରଡିଏ ଶ୍ରୀ  ନାଏକଙ୍କ ତତ୍ୱାବଧାନରେ ତୂରୀତ କାର୍ଯ୍ୟକାରୀ (RRT)ଟିମ କାର୍ଯ୍ୟକରିବ l କୋଭିଡ ଲକ୍ଷଣ ଥିବା ବ୍ୟକ୍ତି ମାନଙ୍କ ସମର୍କରେ ଖବର ସଂଗ୍ରହ କରି ତୁରନ୍ତ ସେମାଙ୍କୁ ସଙ୍ଗରୋଧ ଓ ଆବଶ୍ୟକ ସ୍ଥଳେ ହସ୍ପିଟାଲକୁ ସ୍ଥାନାନ୍ତର କରିବା ଉପରେ ପରିଚାଳନା କରିବେ l

ସେହିପରି ହସ୍ପିଟାଲରେ ଶଯ୍ୟା, ଓ ଟେଷ୍ଟିଙ୍ଗ ସମ୍ବବନ୍ଧରେ ପରିଚାଳନା କରିବେ l ସେହିପରି ଟୀକାକରଣ, ଘରକୁ ଘର ସର୍ବେ କାର୍ଯ୍ୟ ଓ ସୂଚନା ଓ ଯୋଗାଯୋଗ ଟିମ କାର୍ଯ୍ୟ କରିବ l  ଷ୍ଟୋକ ଓ ଷ୍ଟୋର କାର୍ଯ୍ୟ ତଦାରଖ ଟିମ ମଧ୍ୟ ପିଡି, ଡିଆରଡ଼ିଏ ଶ୍ରୀ ନାଏକଙ୍କ ତଦାରଖରେ ପରିଚାଳିତ ହେବ l ଜିଲ୍ଳାରେ କରୋନା ଆକ୍ରାନ୍ତଙ୍କୁ ଜରୁରୀକାଳନୀ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଅକ୍ସିଜେନ୍ ସଂରଜାମ ଉପଲବ୍ଧ କଥା ମଧ୍ୟ ପିଡି, ଡ଼ି ଆରଡ଼ିଏ ବୁଝିବେ l ସେହିପରି ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ତତ୍ୱାବଧାନରେ ସିମନ୍ତ ଚେକିଂ ପଏଣ୍ଟ ଟିମ କାର୍ଯ୍ୟକାରୀ କରିବେ l

0
0
0
s2sdefault