● ପୁରୀ ଏବଂ ଭୁବନେଶ୍ୱରରୁ ଲୋକମାନ୍ୟ ତିଳକ ଟର୍ମିନାସ ଯିବାକୁଥିବା ବିଶେଷ ଟ୍ରେନ ବାତିଲ ରହିବ |
● ବିଶାଖାପାଟଣାରୁ କଡପା ଏବଂ ଲିଙ୍ଗମପଲ୍ଲୀ ଯିବାକୁଥିବା ବିଶେଷ ଟ୍ରେନ ବାତିଲ ରହିବ |
ଭୁବନେଶ୍ୱର : କମ ପୃଷ୍ଠପୋଷକତା ଏବଂ କୋଭିଡ୧୯ ସଂକ୍ରମଣ ବୃଦ୍ଧିର ଶୃଙ୍ଖଳାକୁ ଭାଙ୍ଗିବାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ଚାରି ଯୋଡ଼ା ବିଶେଷ ଏକ୍ସପ୍ରେସ ଟ୍ରେନକୁ ଉଭୟ ପାର୍ଶ୍ୱରୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି |
01 . 02866/02865 ପୁରୀ-ଏଲଟିଟି- ପୁରୀ ସାପ୍ତାହିକ ସ୍ୱତନ୍ତ୍ର ଏକ୍ସପ୍ରେସ ପୁରୀଠାରୁ ମଇ ମାସ 18 ଏବଂ 25 ତାରିଖ ଦିନ ଏବଂ ଏଲଟିଟି ରୁ ମଇ ମାସ 20 ଏବଂ 27 ତାରିଖ ଦିନ ବାତିଲ ରହିବ |
02. 02880/02879 ଭୁବନେଶ୍ୱର-ଏଲଟିଟି-ଭୁବନେଶ୍ୱର ଦ୍ବି-ସାପ୍ତାହିକ ବିଶେଷ ଏକ୍ସପ୍ରେସ ଭୁବନେଶ୍ୱର ଠାରୁ ମଇ ମାସ 17, 20, 24 ଏବଂ 27 ତାରିଖ ଦିନ ଏବଂ ଏଲଟିଟି ରୁ ମଇ ମାସ 19, 22, 26 ଏବଂ 29 ତାରିଖ ଦିନ ବାତିଲ ରହିବ |
03. 07488/07487 ବିଶାଖାପାଟନମ୍-କଡ଼ପା-ବିଶାଖାପାଟନମ୍ ଦୈନନ୍ଦିନ ଚଳାଚଳ କରୁଥିବା ବିଶେଷ ଟ୍ରେନ ବିଶାଖାପାଟନମ୍ରୁ ମଇ ମାସ 14 ରୁ 31 ତାରିଖ ମଧ୍ୟରେ ଏବଂ କଡ଼ପା ଠାରୁ ମଇ ମାସ 15 ତାରିଖରୁ ଜୁନ ମାସ ପହିଲା ମଧ୍ୟରେ ବାତିଲ୍ ରହିବ |
04. 02831/02832 ବିଶାଖାପାଟନମ୍-ଲିଙ୍ଗମପଲ୍ଲୀ-ବିଶାଖାପାଟନମ୍ ଦୈନନ୍ଦିନ ଚଳାଚଳ କରୁଥିବା ବିଶେଷ ଟ୍ରେନ ବିଶାଖାପାଟନମ୍ ଠାରୁ ମଇ ମାସ 14 ରୁ 31 ତାରିଖ ମଧ୍ୟରେ ଏବଂ ଏବଂ ଲିଙ୍ଗମପଲ୍ଲୀ ମଇ ମାସ 15 ତାରିଖରୁ ଜୁନ ମାସ ପହିଲା ମଧ୍ୟରେ ବାତିଲ୍ ରହିବ |