ହେଡଲାଇନସ୍:

ଔଷଧ ବ୍ୟବସାୟୀମାନଙ୍କୁ କରୋନା ଯୋଦ୍ଧାଭାବେ ଘୋଷଣା କରିବାକୁ ଦାବି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ଆବଶ୍ୟକ ହେଲେ ସଂଘ ରାଜରାସ୍ତାକୁ ଓହ୍ଲାଇବା ସହିତ ଅନିର୍ଦ୍ଧିଷ୍ଟ କାଳ ପାଇଁ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ମଧ୍ୟ ପଛାଇବ ନାହିଁ "

ଭୁବନେଶ୍ୱର, (ଶାସକ ପ୍ରଶାସକ)  : "ଉତ୍କଳ  କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ଓଡ଼ିଶାର ୨୫ ହଜାର ଔଷଧ ବ୍ୟବସାୟୀ ସଭ୍ୟଙ୍କୁ ନେଇ ଗଠିତ । କରୋନା ମହାମାରୀ ତାର କରାଳ କାୟା ବିସ୍ତାର କରିଥିବା ସମୟରେ ମଧ୍ୟ ଆମ୍ଭର ସଭ୍ୟମାନେ ଦିବାରାତ୍ର ସାଧାରଣ ଲୋକଙ୍କ ସେବାରେ ନିୟୋଜିତ । ସରକାର ମଧ୍ୟ ଔଷଧ ବ୍ୟବସାୟକୁ ଅତ୍ୟାବଶ୍ୟକୀୟ ଏବଂ ଅତି ଜରୁରୀକାଳୀନ ସେବାରେ ଅନ୍ତର୍ଭୁକ୍ତ କରିଛନ୍ତି । ହେଲେ ଔଷଧ ବ୍ୟବସାୟୀଙ୍କୁ ନୁହେଁ । ଆମର ସମସ୍ତ ସଭ୍ୟ ସେବା ପାଇଁ ପ୍ରତିଶ୍ରୁତିବଦ୍ଧ ଥିବା ବେଳେ ସରକାର ଆମର କୌଣସି ଦାବିକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନୁହଁନ୍ତି । ସରକାରଙ୍କର ଏହି ବୈମାତୃକ ମନୋଭାବ ସଂଘ ଦ୍ୱାରା ବା ସଭ୍ୟମାନଙ୍କ ଦ୍ୱାରା ଆଦୌ ଗ୍ରହଣୀୟ ନୁହେଁ । ଆବଶ୍ୟକସ୍ଥଳେ ସଂଘ ମଧ୍ୟ ରାଜରାସ୍ତାକୁ ଓହ୍ଲାଇବା ପାଇଁ ପଛାଇବ ନାହିଁ ବୋଲି ଉତ୍କଳ  କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ସାଧାରଣ ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ର ଚେତାବନୀ ଦେଇଛନ୍ତି | 

 ଏକ ପ୍ରେସ ବିଜ୍ଞପ୍ତିରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଗତ  ୨୬.୯.୨୦୨୦ରିଖରେ ସଂଘ ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସଙ୍କୁ ଏକ ଅନୁରୋଧ ପତ୍ର ଦେଇଥିଲୁ, ଯେଉଁଥିରେ ଆମର ସମସ୍ତ ଔଷଧ ବ୍ୟବସାୟ, ଖୁଚୁରା ଓ ପାଇକରୀ ସିଧା ସଳଖ  ଜନସାଧାରଣଙ୍କ ସମ୍ମୁଖକୁ ଆସୁଛନ୍ତି । ତେଣୁ ତାଙ୍କୁ କୋଭିଡ଼ ଯୋଦ୍ଧା ଭାବରେ ଗ୍ରହଣ କରାଯାଉ । ଯାହାକୁ ସରକାର ତିଳେମାତ୍ର ଭ୍ରୁକ୍ଷେପ କଲେ ନାହିଁ କିମ୍ବା ଆମର ଦାବିକୁ କର୍ଣ୍ଣପାତ କଲେ ନାହିଁ । ଅଦ୍ୟାବଧି ଆମ୍ଭର ଶତାଧିକ ସଭ୍ୟ କରୋନାର କରାଳ ବ୍ୟବସ୍ଥା ଭିତରେ ଲୀନ । ତଥାପି ସରକାର ନୀରବଦ୍ରଷ୍ଟା । ଖାଲି ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ, ଓଡ଼ିଶା ସରକାର ଶ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଆମେ ଜଣାଇଥିଲୁ ଆମର ସମସ୍ତ ବ୍ୟବସାୟୀଙ୍କୁ ଏବଂ ତାଙ୍କ ପରିବାର ଓ କର୍ମଚାରୀଙ୍କୁ ଟୀକାକରଣରେ ଅଗ୍ରାଧିକାର ଦିଆଯାଉ । ତାହା ମଧ୍ୟ ସରକାର କର୍ଣ୍ଣପାତ କରୁନାହାଁନ୍ତି । କରୋନାର ପ୍ରଥମ ଲହର ଯାଇ ଦ୍ୱିତୀୟ ଲହର ଆସିଲା ପରେ ମଧ୍ୟ ସରକାର ଆମ ପାଇଁ ସ୍ଥାଣୁ ପାଲଟି ଯାଇଛନ୍ତି । ସଂଘର ସଭ୍ୟମାନଙ୍କ ପାଇଁ ସରକାରଙ୍କର ଏହିସବୁ ଗୁଣ ଆଉ ସହ୍ୟ କରାଯିବନି । ଆବଶ୍ୟକ ହେଲେ ସଂଘ ରାଜରାସ୍ତାକୁ ଓହ୍ଲାଇବା ସହିତ ଅନିର୍ଦ୍ଧିଷ୍ଟ କାଳ ପାଇଁ ବ୍ୟବସାୟ ପ୍ରତିଷ୍ଠାନ  ବନ୍ଦ ରଖିବାକୁ ମଧ୍ୟ ପଛାଇବ ନାହିଁ । ଏହି ସମସ୍ତ ଅପ୍ରୀତିକର ପରିସ୍ଥିତି ଏବଂ ଭୟବହତା ପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଶ୍ରୀ ମହାପାତ୍ର ଚେତାବନୀ ଦେଇଛନ୍ତି | 

 

0
0
0
s2sdefault