ହେଡଲାଇନସ୍:

ଷଣ୍ଢ ଚୋରା ଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ଵାରା ଜବତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ; (ସତ୍ୟଭୂଷଣ ସ୍ବାମୀ) : ପୁରୁଣାବଜାର ଥାନା ଅଧିନ ଗରଦପୁର ଅଞ୍ଚଳରେ ଚୋରରେ ଷଣ୍ଢ ଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ଵାରା ଷଣ୍ଢ ବୋଝେଇ ପିକଅପ୍ ଜବତ ହୋଇଛି । ଗାଡିଟି ଖରାପ ହେବା ଫଳରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ପିକଅପ୍ ଡ୍ରାଇଭର | ଗାଡି ଭିତରେ ଗୋଟିଏ ଷଣ୍ଢର ମୃତ୍ୟୁ ହୋଇଥିବା ବେଳେ ୨ଟିକୁ ଉଦ୍ଧାର କରାଯାଇଛି | ଖବର ପାଇ ପୁରୁଣାବଜାର ପୁଲିସ ଏଠାରେ ପହଞ୍ଚିଥିଲା ।  ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ବାରମ୍ବାର ଏପରି ଘଟଣାକୁ ନେଇ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

0
0
0
s2sdefault