ହେଡଲାଇନସ୍:

ପଶ୍ଚିମବଙ୍ଗର ୪୨୬ଙ୍କୁ ମିଶାଇ ଜିଲ୍ଲାକୁ ଫେରିଲେଣି ୧,୨୦୩ ପ୍ରବାସୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

AbbVie's HIV Drug Aluvia Seen as Potential Treatment for Coronavirus –  PharmaLive

ବାରିପଦା(ଦିଲ୍ଲୀପ ମହାନ୍ତି )-କରୋନାର ଦ୍ୱିତୀୟ ଲହର ସଂକ୍ରମଣରେ ମୟୂରଭଞ୍ଜ ଜିଲ୍ଲାକୁ ପ୍ରବାସୀଙ୍କ ଫେରିବା ଜାରି ରହିଛି । ବୁଧବାର ସନ୍ଧ୍ୟା ସୁଦ୍ଧା ମୋଟ ୧,୨୦୩ଜଣ ପ୍ରବାସୀ ଜିଲ୍ଲାକୁ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗରୁ ସର୍ବାଧିକ ୪୨୬ ଫେରନ୍ତା ଥିବା ବେଳେ ତେଲେଙ୍ଗାନାରୁ ୧୨୭, କର୍ଣ୍ଣାଟକରୁ ୯୯, ତାମିଲନାଡ଼ୁରୁ ୯୧ ଜଣ, ଆନ୍ଧ୍ରପ୍ରଦେଶରୁ ୮୪ ଜଣଙ୍କୁ ମିଶାଇ ୨୨ଟି ରାଜ୍ୟରୁ ମୋଟ ୧,୨୦୩ ଜଣ ପ୍ରବାସୀ ମୟୂରଭଞ୍ଜ ଜିଲ୍ଲାକୁ ଫେରିଆସିବା ପରେ ସମସ୍ତଙ୍କୁ ଘରୋଇ ସଙ୍ଗରୋଧ ଓ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି । ଏମାନଙ୍କ ମଧ୍ୟରୁ ବର୍ତ୍ତମାନ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ୧୦୨ ଜଣ ପ୍ରବାସୀ ରହିଥିବା ବେଳେ ୧୭୯ ଜଣ ସଙ୍ଗରୋଧ ମିଆଦ ପୂରଣ କରି ଘରକୁ ଫେରି ଯାଇଛନ୍ତି । ଅବଶିଷ୍ଟ ୯୨୨ ଜଣ ଘରୋଇ ସଙ୍ଗରୋଧରେ ରହିଛନ୍ତି ବୋଲି ପିଡ଼ି ଡ଼ିଆରଡ଼ିଏ ଭବେଶ କୁମାର ନାୟକ ପ୍ରକାଶ କରିଛନ୍ତି । 

ମୟୂରଭଞ୍ଜ ଜିଲ୍ଲାରେ ୪୬୩ ଟିଏମସି ସେଣ୍ଟର ପ୍ରସ୍ତୁତ

କ୍ଲଷ୍ଟର ସ୍ତରରେ ୫୬ଟି ଟିଏମସି ସେଣ୍ଟରରେ ୨,୧୭୫ ବେଡ଼ରେ ରହିବା ବ୍ୟବସ୍ଥା

ମୟୂରଭଞ୍ଜ  ଜିଲ୍ଲାକୁ ଫେରି ଆସୁଥିବା ପ୍ରବାସୀମାନଙ୍କ ରହିବା ନିମନ୍ତେ ଜିଲ୍ଲାରେ  ବର୍ତ୍ତମାନ ପର୍ଯ୍ୟନ୍ତ  ୪୬୩ଟି ଟିଏମସି ସେଣ୍ଟର ବ୍ୟବସ୍ଥା କରାଯାଇଛି । ଏହା ମଧ୍ୟରୁ କ୍ଲଷ୍ଟର ସ୍ତରରେ ୫୬ଟି ଟିଏମସି ସେଣ୍ଟରରେ ୨,୧୭୫ ଜଣ ରହିବା ନିମନ୍ତେ ବେଡ଼ ପ୍ରସ୍ତୁତ ରହିଛି । ଅବଶିଷ୍ଟ ୪୦୮ଟି ଟିଏମସି ସେଣ୍ଟର  ପଞ୍ଚାୟତ ସ୍ତରରେ ଖୋଲା ଯାଇଛି । କ୍ଲଷ୍ଟର ସ୍ତରରେ ଥିବା ଟିଏମସି ସେଣ୍ଟରରେ ଉପଲବ୍ଧ ବେଡ଼ ପୂରଣ ହେବା ପରେ ପଞ୍ଚାୟତସ୍ତରରେ ଥିବା ଟିଏମସି ସେଣ୍ଟରଗୁଡ଼ିକରେ ପ୍ରବାସୀମାନଙ୍କୁ ସଙ୍ଗରୋଧରେ ରଖାଯିବ ଏବଂ ବୁଧବାର  ସୁଦ୍ଧା ୧୫ଟି ଟିଏମସିରେ ୧୦୨ ଜଣ ଅବସ୍ଥାନ କରୁଥିବାର  ଜଣାପଡ଼ିଛି ।

ସ୍ୱଳ୍ପ ଲକ୍ଷଣ ଯୁକ୍ତ ଓ ଲକ୍ଷଣ ବିହୀନ ଆକ୍ରାନ୍ତ ପାଇଁ ଜିଲ୍ଲାରେ ରହିଛି ୧,୨୧୦ଶଯ୍ୟା

କରୋନାର ଦ୍ୱିତୀୟ ଲହର ମୁକାବିଲା ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଆକ୍ରାନ୍ତଙ୍କ ପାଇଁ  ଜିଲ୍ଲାର ସଦର ମହକୁମା ବାରିପଦା ବ୍ଲକର ଲକ୍ଷ୍ମୀପୋଷୀଠାରେ ୩୫୦ ଶଯ୍ୟା, ବେତନଟୀ ବ୍ଲକର କେସିପୁରଠାରେ ୧୦୦ ଶଯ୍ୟା, ଉଦଳା ବ୍ଲକର ଜୁଆଳିଆଠାରେ ୧୦୦ ଶଯ୍ୟା, ରାଇରଙ୍ଗପୁରସ୍ଥିତ ଅନ୍ୱେଷାରେ ୨୦୦ ଶଯ୍ୟା, କରଞ୍ଜିଆ ଆଇଆରଏମଏସରେ ୨୦୦ ଶଯ୍ୟା, ଗୋପବନ୍ଧୁନଗର ବ୍ଲକର ଟିଟିଆରେ ୫୦ ଶଯ୍ୟା ଏହିପରି ମୋଟ ୬ଟି କୋଭିଡ଼ କେୟାର ସେଣ୍ଟରେ ଅକ୍ସେଜେନ ସହିତ ୧,୦୦୦ଶଯ୍ୟା ପ୍ରସ୍ତୁତ କରାଯାଇଛି । ଏଥି ସହିତ ପ୍ରତ୍ୟେକ କୋଭିଡ଼ କେୟାର ସେଣ୍ଟରେ ଡ଼ାକ୍ତର, ନର୍ସ ସହିତ ଆବଶ୍ୟକ ସଂଖ୍ୟକ ଔଷଧ, ପୁଷ୍ଟିକର ଖାଦ୍ୟ ଓ ବିଶୁଦ୍ଧ ପାନୀୟ ଜଳର ସମସ୍ତ ବ୍ୟବସ୍ଥା ଉପଲବ୍ଧ ରହିଛି । ସେହିପରି ବାଙ୍କିଶୋଳସ୍ଥିତ କୋଭିଡ଼ ହସ୍ପିଟାଲରେ ୨୦ଟି ଆଇସିୟୁ ଓ ୧୦ଟିରେ ଭେନଟିଲେଟର ବ୍ୟବସ୍ଥା ଥାଇ ୧୩୦ ଶଯ୍ୟା ଏବଂ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଏକ ସ୍ୱତନ୍ତ୍ର ଆଇସୋଲେସନ ୱାଡର଼୍ରେ ୮୦ ଶର୍ଯ୍ୟାକୁ ମିଶାଇ କରୋନା ପଜିଟିଭ ଚିହ୍ନଟ ବ୍ୟକ୍ତିମାନଙ୍କ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ମୋଟ ୧,୨୧୦ ଶଯ୍ୟା ପ୍ରସ୍ତୁତ ରହିଛି ।  ଅପରପକ୍ଷରେ ଶାମାଖୁଣ୍ଟା ବ୍ଲକରେ ଆଉ ଅଧିକ ୫୦୦ଶଯ୍ୟା ବିଶିଷ୍ଟ ଏକ କୋଭିଡ଼ କେୟାର କେନ୍ଦ୍ର ଖୁବ ଶୀଘ୍ର କାର୍ଯ୍ୟ କରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ବେହେରାଙ୍କ ନିକଟରୁ ଜଣାପଡ଼ିଛି । 

ଟିକା ନେଲେଣି ୨ଲକ୍ଷ ୯୪ହଜାର

କରୋନାର ଦ୍ୱିତୀୟ ଲହର ସଂକ୍ରମଣର ମୁକାବିଲା ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ମେ ୧୧ ସୁଦ୍ଧା ଜିଲ୍ଲାରେ ୨ଲକ୍ଷ ୯୪ହଜାର ବ୍ୟକ୍ତିଙ୍କୁ ଟିକା କରଣ କରାଯାଇଥିବା ସମୟରେ ୨ଲକ୍ଷ ୩୮ଜଣ ପ୍ରଥମ ଡେ଼ାଜ ଟିକା ନେଇଛନ୍ତି । ଦ୍ୱିତୀୟ ଡେ଼ାଜ ଟିକା ନେବାକୁ ଏବେ ଆହୁରି ୫୬ହଜାରରୁ ଉଦ୍ଧ୍ୱର୍ ଅପେକ୍ଷା କରିଛନ୍ତି । ଜିଲ୍ଲାରେ ୧୦୩ଟି ଟିକାଦାନ କେନ୍ଦ୍ର ଥିବା ବେଳେ ୭୩ଟି କେନ୍ଦ୍ରରେ ଟିକା ସଂରକ୍ଷିତ ବ୍ୟବସ୍ଥା ଉପଲବ୍ଧ । ତେବେ ଟିକା ଅଭାବ ପାଇଁ କେବଳ ୪୫ବର୍ଷରୁ ଉଦ୍ଧ୍ୱର୍ଙ୍କ ଦ୍ୱିତୀୟ ଡେ଼ାଜ ଟିକାକରଣ ଚାଲିଛି ବୋଲି ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ଡ଼ାକ୍ତର ରୂପଭାନୁ ମିଶ୍ର କହିଛନ୍ତି । ପରବର୍ତ୍ତୀ ସମୟରେ ଟିକା ଉପଲବ୍ଧ ହେଲେ ୪୫ବର୍ଷରୁ ଅଧିକ ଏବଂ ୧୮ବର୍ଷରୁ ଅଧିକ ବ୍ୟକ୍ତିମାନଙ୍କୁ ପ୍ରଥମ ଡେ଼ାଜ ଟିକା କରଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ପ୍ରକାଶ ଥାଉକି, ୨୦୧୧ ଜନଗଣନା ଆଧାରରେ ଜିଲ୍ଲାର ଜନସଂଖ୍ୟା ୨୫ ଲକ୍ଷ ୧୯ ହଜାର ୭୩୮  ରହିଥିଲା । ଏମାନଙ୍କ ମଧ୍ୟରୁ ଅଦ୍ୟାବଧି ୨ଲକ୍ଷ ୯୪ ହଜାରଙ୍କୁ ଟୀକା କରଣ କରାଯାଇ ପାରିଛି । 

0
0
0
s2sdefault