ହେଡଲାଇନସ୍:

ଗ୍ରାମାଞ୍ଚଳର ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ୭ ଟି କେନ୍ଦ୍ରରେ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସ ବ୍ୟକ୍ତିଙ୍କ କୋଭିଡ୍ ଟୀକାକରଣ ଜାରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ଜିଲ୍ଲାର ୭ ଟି କେନ୍ଦ୍ରରେ କେନ୍ଦ୍ରରେ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କ ନିମନ୍ତେ କୋଭିଡ୍ ଟୀକାକରଣର ବ୍ୟବସ୍ଥା ସୁରୁଖୁରୁରେ ଚାଲିଛି । 

ଜିଲ୍ଲାରେ କୋଭିଡ୍ ଟୀକାର ଅଭାବ ଯୋଗୁଁ କିଛିଦିନ ଧରି ଟିକାଦାନ ବ୍ୟବସ୍ଥା ବନ୍ଦ ଥିଲା । ତେବେ କିଛି ଦିନର ବ୍ୟବଧାନ ପରେ ବୁଧବାର ଦିନ ଏହି କୋଭିଡ୍ ଟିକାଦାନ ବ୍ୟବସ୍ଥା ହୋଇଥିବା ଯୋଗୁଁ ବହୁ ସଂଖ୍ୟାରେ ଲୋକଙ୍କ ଲମ୍ବାଧାଡ଼ି ଓ ଗହଳି ଦେଖିବାକୁ ମିଳିଥିଲା । 

ବୁଧବାର ଦିନ ଗଜପତି ଜିଲ୍ଲାର ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମେତ  ରା:ଉଦୟଗିରି ,  ଗୁମ୍ମା , ଖାଣ୍ଡାବା ଏବଂ ପାରଳାଖେମୁଣ୍ଡି ଠାରେ ୩ ଟି ଏଭଳି ୭ ଗୋଟି କୋଭିଡ୍ ଟିକାଦାନ କେନ୍ଦ୍ରରେ ଏକ ହଜାରରୁ ଅଧିକ ଜଣଙ୍କୁ ଟୀକା ଦିଆଯିବା ବ୍ୟବସ୍ଥା କରାହୋଇଥିଲା । 

କେନ୍ଦ୍ର ସରକାରଙ୍କ ପକ୍ଷରୁ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କ ନିମନ୍ତେ  ମାଗଣା କୋଭିଡ୍ ଟିକାଦେବା ବ୍ୟବସ୍ଥା କରିଥିବା ଯୋଗୁଁ  ଗ୍ରାମାଞ୍ଚଳରେ ଏଥିପ୍ରତି ସମ୍ପୃକ୍ତ ବ୍ୟକ୍ତି ମାନଙ୍କ ମଧ୍ୟରେ ବେଶ ଆଗ୍ରହ ପ୍ରକାଶ ପାଇଛି । 

ଏଭଳି ଆଗ୍ରହ ବିଭିନ୍ନ ଗ୍ରାମାଞ୍ଚଳ ସମେତ ଗୋଷାଣୀ ବ୍ଲକର  ଗୁରାଣ୍ଡି ଗ୍ରାମରେ ମଧ୍ୟ ଦେଖିବାକୁ ମିଳିଛି । 

ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ କୋଭିଡ୍ ଟିକାଦାନ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଏଭଳି ବୟସର ମହିଳା ଓ ପୁରୁଷ ସେମାନଙ୍କ ଆଧାର କାର୍ଡ ଆଣି ଏବଂ ନାମ ପଞ୍ଜିକରଣ କରାଇ କୋଭିଡ୍-ଟୀକା ନେଇଥିଲେ ।

 ଏ ସମ୍ପର୍କରେ ଦାୟିତ୍ୱରେ ଥିବା ଡାକ୍ତର ତଥା ନୋଡାଲ ଅଧିକାରୀ ଡାଃ ଅନଙ୍ଗ ସୁଦାନ ଭୂୟାଁ କହିଛନ୍ତି ଯେ , କେନ୍ଦ୍ର ସରକାରଙ୍କ ମାଗଣା କୋଭିଡ୍ ଟୀକା ନେବାପାଇଁ ଏହି ବୟସର ଲୋକଙ୍କ ମଧ୍ୟରେ ବେଶ ଆଗ୍ରହ ଦେଖାଦେଇଛି ।  ଟୀକା ନେବା ପରେ ଅଧଘଣ୍ଟା ପର୍ଯ୍ୟବେକ୍ଷଣ କକ୍ଷରେ ରଖାହେଉଛି । କାହାକୁ କୌଣସି ପ୍ରକାର ଅସୁବିଧା ହୋଇନାହିଁ ବୋଲି କହିଛନ୍ତି । 

ସେହିଭଳି କୋଭିଡ୍ ଟୀକା ନେବାପରେ ଗ୍ରାମର ଭି: ଭାନୁମତୀ , ଶିଶିର ଜେନା , ୟାଦଗିରି ପାଇଲା , ତୁଷାର ସାମଲ ଓ ଇ: ଚଳପତି ରାଓ ପ୍ରମୁଖ  କହିଛନ୍ତି ଯେ , ସେମାନେ ମାଗଣା କୋଭିଡ୍ ଟୀକା ନେବାର ସୁଯୋଗ ପାଇଥିବା ଯୋଗୁଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ । ଟିକା ନେବା ପରେ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି , କାହାକୁ ହେଲେ  କୌଣସି ପ୍ରକାର ଅସୁବିଧା ହୋଇନାହିଁ । ଏହି କୋଭିଡ୍ ଟୀକା ସମସ୍ତେ ନେଇ କରୋନା ମୁକ୍ତ ହୁଅନ୍ତୁ ବୋଲି ସମସ୍ତଙ୍କୁ ଅନୁରୋଧ କରିଥିଲେ । 

ଡାକ୍ତର ଅନଙ୍ଗ ସୁଦାନ ଭୂୟାଁ ଓ ଡାକ୍ତର ଲତିକା ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାଧାନରେ ଏ ଏନ୍ ଏମ୍ : ସଙ୍ଗିତା ପରିଡା ଓ ଏ ଏନ୍ ଏମ୍ : ବନଜା ଜେନା ଆସିଥିବା ସମସ୍ତଙ୍କୁ ଦ୍ଵିତୀୟ ଡୋଜ୍ କୋଭିଡ୍ ଟିକା ଦେଇଥିଲେ ।

0
0
0
s2sdefault