ଗୁଣୁପୁର(ସୁବ୍ରତ କୁମାର ପଣ୍ଡା ) : ସରକାର ଙ୍କ ସମସ୍ତ କଟକଣା ଙ୍କୁ ଫୁ କରି ଏବେ ଅଙ୍ଗନବାଡି କେନ୍ଦ୍ର ରେ ଦିଆଯାଉଛି ଚାଉଳ । ରାଜ୍ୟ ରେ ଦିନକୁ ଦିନ କରନା ତାର ଉଗ୍ର ରୂପ ନେବାକୁ ଲାଗିଛି ଏ ନେଇ ପ୍ରଶାସନ ଲୋକଙ୍କୁ ସଚେତନ ର ବାର୍ତା ଦେଉଥିବା ବେଳେ ଅଙ୍ଗନବାଡି କେନ୍ଦ୍ର ରେସମୟରେ ଦେଖାଦେଇଛି ଏକ ଅଭାବନୀୟ ଦୃଶ୍ୟ ଲୋକଙ୍କୁ ଚାଉଳ ଦେବା ପୂର୍ବରୁ ପଞ୍ଜିକୃତ କରାଯାଇଥାଏ ପଞ୍ଜିକୃତ ସମୟରେ ଆଖି ଏବଂ ଫିଙ୍ଗର ପ୍ରିଣ୍ଟ ସ୍କେନିଂ କରିବାକୁ ପଡିଥାଏ । ଯାହାକି ଗୋଟିଏ ଉପକରଣ କୁ ସମସ୍ତେ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି । ଗୋଟିଏ ଉପକରଣ କୁ ସମସ୍ତେ ବ୍ୟବହାର କରୁଥିବା କାରଣ ରୁ ମହାମାରୀ କରନା ବହୁ ମାତ୍ରା ରେ ଵ୍ୟାପିବାର ସମ୍ଭାବନା ରହିଛି ଏହା ସାଧରଣ ଲୋକଙ୍କ ମୁଖରେ ଚିନ୍ତା ବଢେଇଲାଣି । ଏବଂ କରନା ର ଏହି ଭୟା ଭୟ ପରିସ୍ଥିତି ରେ ଲୋକଙ୍କୁ ବାଧ୍ୟତାମୂଳକ ଭାବେ ଘରୁ ବାହାରକୁ ବାହାରିବାକୁ ପଡୁଛି ଏବଂ ଏଥି ମଧ୍ୟରେ କିଛି ଟା ଅକର୍ମଣ୍ୟ ଲୋକଙ୍କୁ ମଧ୍ୟ ଅଙ୍ଗନାବାଡି କେନ୍ଦ୍ର କୁ ଆସିବାକୁ ପଡୁଛି । ଏହି ପରିସ୍ଥିତି ରେ କୋୖଣସି ଉପକରଣ ବ୍ୟବହାର ନ କରି ଚିଠା ମାଧ୍ୟମ ରେ ଚାଉଳ ଦେବାପାଇଁ ଯୋଗାଣ ବିଭାଗ ଙ୍କୁ ଅନୁରଧ କରିଛନ୍ତି ଲୋକେ
ରାଜ୍ୟ
ଅଙ୍ଗନବାଡି କେନ୍ଦ୍ର ସାଜିପାରେ କରୋନାର ସୁପର ସ୍ପେଡର !!
- Hits: 398