ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଆଦ୍ୟାଶା ପ୍ରିୟଦର୍ଶିନୀ ପଣ୍ଡା ନିଜର ଶ୍ରେଷ୍ଠ ଜ୍ଞାନର ପରିଚୟ ଦେଇଛନ୍ତି । ନିକଟରେ ଆଇ.ଏ.ଏ.ସି (I.A.A.C) ୨୦୨୧ ଦ୍ୱାରା ଆୟୋଜିତ ବିଶ୍ୱସ୍ତରୀୟ ଆଷ୍ଟ ଆଷ୍ଟ୍ରୋନୋମି ଏବଂ ଆଷ୍ଟ୍ରୋଫିଜିକ୍ସର ବିଭିନ୍ନ ପ୍ରଶ୍ନାବଳୀର ଉତ୍ତର ଦେଇ ସଂପୂର୍ଣ୍ଣ ୨୫ ମାର୍କ ରୁ ୨୦ ମାର୍କ ହାସଲ କରିଛନ୍ତି ।
ଏହି କଠିନ ପରୀକ୍ଷାର ସମ୍ମୁଖୀନ ହୋଇ ସେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ । ଅନ୍ ଲାଇନ୍ ରେ ହୋଇଥିବା ଏହି ପ୍ରତିଯୋଗିତାରେ ବିଚାରକ ମଣ୍ଡଳୀ ଦ୍ୱାରା ପ୍ରଶଂସିତ ହୋଇଛନ୍ତି । ପୂର୍ବରୁ ଜାତୀୟ ସ୍ତରରେ ପ୍ରବନ୍ଧ ଏବଂ ଆଞ୍ଚଳିକ ସ୍ତରରେ ବକ୍ତୃତା ପ୍ରତିଯୋଗିତାରେ ମଧ୍ୟ ପୁରସ୍କୃତ ହୋଇଥିଲେ । ତାଙ୍କର ଏହି ବିରଳ କୃତିତ୍ୱ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।