ହେଡଲାଇନସ୍:

ଭଦ୍ରକ ; ଟୀକାକରଣ କେନ୍ଦ୍ର ମାନଙ୍କରେ ଲୋକେ ମାନୁ ନାହାଁନ୍ତି କରୋନା କଟକଣା।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ:(ସତ୍ୟଭୂଷଣ ସ୍ବାମୀ); ଭଦ୍ରକରେ କରୋନା ଟୀକା ନେବା ପାଇଁ ବିଭିନ୍ନ ସ୍ଵାସ୍ଥ୍ୟକେନ୍ଦ୍ର ମାନଙ୍କରେ ଲାଗିଛି ଲମ୍ବା ଲାଇନ ଓ ଭିଡ଼ । କିଏ ଆଗ ଟୀକା ନେଇ ପଳେଇ ଯିବା ସେଥିପାଇଁ ଲାଗିଛି ପ୍ରତିଦ୍ବନ୍ଦୀତା , ଫଳରେ ଟିକା କରଣ କେନ୍ଦ୍ରରେ ମାନଙ୍କରେ କରୋନା କଟକଣା ଫୁ, ସାମାଜିକ ଦୂରତା ଭୁଲିଗଲେ ଲୋକେ । କରୋନା ଟିକା ନେବା ପାଇଁ ଲୋକଙ୍କ ମଧ୍ୟରେ ଦେଖା ଦେଇଛି ବ୍ୟସ୍ତତା । ଭିଡ଼ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ନାକେଦମ ହେବାକୁ ପଡିଛି । ଏପରି ଘଟଣା ଭଦ୍ରକ ସହରସ୍ଥ ବାଗୁରାଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି । ଏଠାରେ ଆଜି ୩ ଶହ ଲୋକଙ୍କୁ ଦ୍ୱିତୀୟ ଡୋଜ କରୋନା ଟୀକା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି । ଆଜି ସକାଳ ସମୟରେ ଟିକା କେନ୍ଦ୍ର ଖୋଲା ନହେବା ପୂର୍ବରୁ ଶତାଧିକ ଲୋକମାନେ ଲମ୍ବା ଲାଇନ ଲଗାଇବା ସହ, ଆଗ ଟିକା କିଏ ନେବ ତାକୁ ନେଇ ଚାଲିଥିଲା ଠେଲାପେଲା । କେହି କିଛି ଶୁଣିବା ଅବସ୍ଥାରେ ନାହାଁନ୍ତି। ଏପରିକି ଲୋକ ମାନେ ସାମାଜିକ ଦୂରତା କଟକଣା ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଛନ୍ତି । ଟିକାକେନ୍ଦ୍ର ସମ୍ମୁଖରେ ବିଶୃଙ୍ଖଳା ପରିବେଶ ସୃଷ୍ଟି ହେବା ଫଳରେ ଖବର ପାଇ ପୋଲିସ ପହଞ୍ଚି ଭିଡ଼କୁ ନିୟନ୍ତ୍ରଣ କରୁଥିବା ଜଣାପଡିଛି । ହେଲେ ପୁଲିସ କଥାକୁ ମଧ୍ୟ କେହି ଶୁଣୁ ନଥିବାପରି ଲାଗୁଛି । ଏପରି ଅବସ୍ଥାରେ ଏହିସବୁ କେନ୍ଦ୍ର ମାନଙ୍କରେ ଟୀକାକରଣ କମ କରୋନା ସ୍ପ୍ରେଡ ଅଧିକ ହେବାର ଭୟ ରହିଛି। ସମସ୍ତେ ସଚେତନ ହୋଇ ଟୀକା ନେବାକୁ ପ୍ରଶାସନର ନିବେଦନ ।

0
0
0
s2sdefault