ଭୁବନେଶ୍ୱର/ରାୟଗଡ଼ରୁ ସରୋଜ କୁମାର ସାହୁ : ଆଦିତ୍ୟ ବିର୍ଲା ଗ୍ରୁପ୍ର ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ) ଏହାର କାରଖାନା ନିକଟରେ ବାସ କରୁଥିବା ଜନସମୁଦାୟଙ୍କ ପାଇଁ କଲ୍ୟାଣମୂଳକ କାର୍ଯ୍ୟକଳାପରେ ଗଭୀର ଭାବରେ ନିୟୋଜିତ ରହିଛି । ଏହାର ଅନ୍ୟତମ ପ୍ରକଳ୍ପ ‘ପ୍ରୋଜେକ୍ଟ ସକ୍ଷମ’ ବେରୋଜଗାରୀ ଗ୍ରାମୀଣ ମହିଳାଙ୍କ ନିକଟରେ ପହଞ୍ଚୁଛି ଏବଂ ଉପାର୍ଜନ ସୃଷ୍ଟି ଜରିଆରେ ସେମାନଙ୍କୁ ସ୍ୱାବଲମ୍ବୀ ହେବା ଦିଗରେ ସହାୟତା କରୁଛି ।
୨୦୧୫ ଫେବ୍ରୁଆରୀରେ ଏହା ଆରମ୍ଭ ହେବା ଦିନଠାରୁ ଏହା ପ୍ରାୟ ୮୭ ମହିଳାଙ୍କୁ ତାଲିମ ଦେଇଛି । ଏହି ମହିଳାମାନଙ୍କୁ ଟେଲରିଂରେ ୬ ମାସ ବ୍ୟାପକ ତାଲିମ ଦିଆଯାଇଛି ଯାହା ପ୍ରତ୍ୟେକଙ୍କର ଆବଶ୍ୟକତା ପୂରଣ କରୁଛି । ତାଲିମ ସମୟରେ ଅଂଶଗ୍ରହଣକାରୀମାନେ ମୌଳିକ ମେସିନ ଚାଳନା ଏବଂ ଟପ୍ସ, କୁର୍ତ୍ତି, ଚୁଡିଦାର, ସାଲୱାର କମିଜ, ସ୍କର୍ଟ, ସାର୍ଟ, ଟ୍ରାଉଜର ଏବଂ ଆହୁରି ଅନେକ ପୋଷାକର କଟିଂ ଓ ସିଲେଇ ସମ୍ପର୍କରେ ଶିକ୍ଷାଲାଭ କରିଥିଲେ । ୟୁଏଆଇଏଲ ଏହି ମହିଳାମାନଙ୍କୁ ଅତ୍ୟାଧୁନିକ ୩୦ଟି ସିଲେଇ ମେସିନ ଯୋଗାଇ ଦେଇଛି । ସେହି ଛଅମାସରେ ଏହି ଉତ୍ସାହୀ ମହିଳାମାନେ ପୋଷାକ ସିଲେଇ କରିବାର କଳାରେ ନିପୁଣତା ହାସଲ କରିଥିଲେ ଏବଂ ଅଧିକାଂଶ ୟୁନିଫର୍ମ ସେମାନଙ୍କ ଦ୍ୱାରା ସିଲେଇ କରାଯାଉଛି । ସେମାନଙ୍କ ପୃଷ୍ଠପୋଷକମାନଙ୍କ ମଧ୍ୟରେ ଜବାହାର ନବୋଦୟ ବିଦ୍ୟାଳୟ ନବରଙ୍ଗପୁର, ମାଲକାନଗିରି, ଇଏମଆରଏସ, ନବରଙ୍ଗପୁର, କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ-କୋରାପୁଟ, ଅଙ୍ଗନବାଡି କେନ୍ଦ୍ରସମୂହ, ଜିଏନଏଫଏ ସ୍କୁଲ, ଟିକିରି, ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ରାୟଗଡା ଆଦି ସ୍କୁଲ, ସାର୍ଟ, ମେସର୍ସ ହୀରାୱାଟ୍ସ-ବିଶାଖାପାଟଣା, ମେସର୍ସ ରାମ ଆଣ୍ଡ ସନ୍ସ ଏବଂ ଏସ ଆର ଭେଣ୍ଡର, ବିଶାଖାପାଟଣା, ବୟନିକା, ମେସର୍ସ ଲୁଡୁପାଲି ଖାଦି ଓ ସିଲ୍କ ବୟନ ସମିତି, ବରଗଡ ଆଦି ଘରୋଇ ବ୍ୟବସାୟ ସଂସ୍ଥା ପାଇଁ ପିଲାଙ୍କ ପୋଷାକ ଆଦି ଅନ୍ତର୍ଭୁକ୍ତ ।
ଏଥିସହିତ ସେମାନେ ହିଣ୍ଡାଲ୍କୋ-ପାୱାର, ସ୍ମେଲଟର ଆଣ୍ଡ ଫ୍ଲାଟ ରୋଲ୍ଡ ପ୍ରଡକ୍ଟ (ଏଫଆାରପି) ସମ୍ବଲପୁର, ଆଦିତ୍ୟ ଆଲୁମିନିୟମ, ଲପଙ୍ଗା, ୟୁଏଆଇଏଲ, ଉକ୍ରଳ ହସପିଟାଲ ଟିକିରି, ହିଣ୍ଡାଲ୍କୋଟ ବେଲୁର, ଗାରେ ପାଲ୍ମା, ଏସେଲ ମାଇନିଂ ବଡବିଲ ଆଦି ପାଇଁ ସାର୍ଟ ଏବଂ ପିଲାଙ୍କର ଫାନ୍ସି ପୋଷାକ ମଧ୍ୟ ପ୍ରସ୍ତୁତ କରୁଛନ୍ତି । ଆଦିତ୍ୟ ବିର୍ଲା ଗ୍ରୁପ୍ ସେମାନଙ୍କର ସବୁଠାରୁ ମଜଭୁତ ସମର୍ଥକ ହୋଇଛି ।
ଏହାବ୍ୟତୀତ ସେମାନେ ଏପର୍ଯ୍ୟନ୍ତ ପ୍ରାୟ ୧ ଲକ୍ଷ ଫେସମାସ୍କ ପ୍ରସ୍ତୁତ କରିଛନ୍ତି ।
ଅନେକ ମହିଳା ଯେଉଁମାନେ ଏକ ବର୍ଦ୍ଧିତ ଆର୍ଥିକ ସଫଳତା ହାସଲ କରିଛନ୍ତି, ସେମାନେ ଏହି ପ୍ରକଳ୍ପକୁ ଧନ୍ୟବାଦ ଜଣାଇବା ସହିତ ୟୁଏଆଇଏଲର ପ୍ରୟାସକୁ ସ୍ୱୀକାର କରିଛନ୍ତି । ଉକ୍ତ ପୋଷାକ ନିର୍ମାଣ ୟୁନିଟରେ କାମ କରୁଥିବା କାମ୍ପାର ଗ୍ରାମର ୩୬ ବର୍ଷ ବୟସ୍କା ମଧୁସ୍ମିତା ବେନିଆ କହିଛନ୍ତି ଯେ, ସଂପ୍ରତି ପ୍ରତି ମାସରେ ସେ ୧୦ ହଜାର ଟଙ୍କା ଉପାର୍ଜନ କରି ଖୁସି ଅଛନ୍ତି । ଏଥିରେ ଘର ଚଳାଇବା ବ୍ୟତୀତ ସେ ଇଞ୍ଜିନିୟରିଂ ପାଠ ପଢୁଥିବା ନିଜ ଭାଇକୁ ମଧ୍ୟ ସହାୟତା କରିପାରୁଛନ୍ତି ।
ପ୍ରୋକେକ୍ଟ ସକ୍ଷମରେ ନାକଟିଗୁଡା ଗ୍ରାମର ୨୨ ବର୍ଷ ବୟସ୍କା ବନିତା ମାଝୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ମାସ୍କ ତିଆରି ପଛରେ ତାଙ୍କର ପ୍ରେରଣା ରହିଛି । ସେ ମନେକରନ୍ତି ଯେ ଏହାଦ୍ୱାରା ଜୀବିକା ଉପାର୍ଜନ ସହିତ ସମାଜକୁ ପ୍ରତିଦାନରେ କିଛି ଦିଆଯାଇପାରିବ, ଲୋକଙ୍କୁ ମାସ୍କ ବ୍ୟବହାର ଦ୍ୱାରା କରୋନା ଭୂତାଣୁ ଆକ୍ରମଣରୁ ସୁରକ୍ଷିତ ରଖିବାରେ ସହାୟତା କରିପାରିବ ।
ଶିକ୍ଷାନବୀଶମାନଙ୍କ ସହିତ ଆଲୋଚନା କାଳରେ ୟୁଏଆଇଏଲର ମୁଖ୍ୟ ଶ୍ରୀ ମଜହର ବେଗ୍, ଡିଜାଇନର ପୋଷାକ ତିଆରି କରିବା ପାଇଁ ଆବଶ୍ୟକ ଉନ୍ନତ ଜ୍ଞାନକୌଶଳ ଶିଖିବାରେ ସେମାନେ ପାରୁପର୍ଯ୍ୟନ୍ତ ଉଦ୍ୟମ କରିବାକୁ ସେମାନଙ୍କୁ ପରାମର୍ଶ ଦେଇଛନ୍ତି । ଶିକ୍ଷାନବୀଶ ତାଲମ ପ୍ରଦାନକାରୀଙ୍କ ଉପରେ ଆସ୍ଥା ପ୍ରକଟକରି ସେ ଆଶା ପ୍ରକାଶ କରିଛନ୍ତି ଯେ ଉକ୍ତ ୟୁନିଟରୁ ଉତ୍ପାଦିତ ସାମଗ୍ରୀ ବଜାରରେ ନିଶ୍ଚିତ ଭାବରେ ସେଗୁଡିକ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବ । ଏଥିସହିତ ସେ କହିଛନ୍ତି, “ଏହି ପ୍ରୟାସ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରିବା ସହିତ ସେମାନଙ୍କ ଜୀବନକୁ ରୂପାନ୍ତରିତ କରି ସେମାନଙ୍କ ପାଇଁ ଏକ ଉତ୍ତମ ଭବିଷ୍ୟତ ଆଣିଦେବ ।” ଏ ସର୍ମ୍ପକରେ ବିସ୍ତୃତ ଭାବରେ ପ୍ରକାଶକରି ଶ୍ରୀ ବେଗ୍ କହିଛନ୍ତି, “ଆମେ ଆଦିତ୍ୟ ବିର୍ଲା ସେଣ୍ଟର ଫର କମୁ୍ୟନିଟି ଇନିସିଏଟିଭ୍ଓ ଆଣ୍ଡ ରୁରାଲ ଡେଭଲପମେଣ୍ଟର ସମ୍ମାନନୀୟ ଚେୟାରପର୍ସନ ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କ ଦ୍ୱାରା ଅତ୍ୟନ୍ତ ଉତ୍ସାହିତ, ଯିଏ ବିଶ୍ୱାସ ରଖନ୍ତି ଯେ ଆମର ମହିଳାମାନଙ୍କୁ ନିୟୋଜିତ ରହିବା, ଉତ୍ଥିତ କରିବା ଏବଂ ସଶକ୍ତ କରିବାକୁ ହେବ ।” ବିଭିନ୍ନ ସୁବିଧା ସୁଯୋଗରୁ ବଂଚିତ ମହିଳାମାନେ ସେମାନଙ୍କ ନିଜ ଗୋଡରେ ଛିଡାହେବା ଦିଗରେ ସେମାନଙ୍କୁ ସହାୟତା କରିବାକୁ ଆମ ଯାତ୍ରାରେ ଏହା ଏକ ଛୋଟ ପ୍ରୟାସ । ଏହା ସେମାନଙ୍କ ଆତ୍ମବିଶ୍ୱାସକୁ ସୁଦୃଢ କରିବା ସହିତ ସେମାନଙ୍କ ମଧ୍ୟରେ ସ୍ୱାଭିମାନ ଯଥେଷ୍ଟ ଜାଗ୍ରତ ହୋଇଛି ବୋଲି ଶ୍ରୀ ବେଗ୍ କହିଛନ୍ତି ।