ହେଡଲାଇନସ୍:

ଜିଲ୍ଲା ପ୍ରଶାସନର ସହାୟତାରେ ବାଲ୍ୟବିବାହ ବନ୍ଦ କଲା "ସଖୀ" ୱାନ ଷ୍ଟପ ସେଣ୍ଟର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗୁମ୍ମା ବ୍ଳକ ଅନ୍ତର୍ଗତ ପରିଚ୍ଛା ଗ୍ରାମରେ ଚଳିତ ମାସ ୧୮ ତାରିଖରେ ଏକ ବାଲ୍ୟବିବାହ ହେବାକୁ ଯାଉଥିବା ବିଷୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ କାର୍ଯ୍ୟରତ "ସଖୀ" ୱାନ ଷ୍ଟପ ସେଣ୍ଟରଙ୍କୁ ଦୃଷ୍ଟି ଗୋଚର ହୋଇଥିଲା। 

ଏହାର ସତ୍ୟାସତ୍ୟ ଜାଣିବା ଓ ବାଲ୍ୟବିବାହ ନିଷେଧ ପାଇଁ ସଚେତନତା କରିବା ନିମନ୍ତେ ଜିଲ୍ଲା ପ୍ରଶାସନଙ୍କ ସହାୟତାରେ ଏକ ଟିମ୍ ଘଟଣା ସ୍ଥଳକୁଯାଇ ବିବାହ ହେବାକୁ ଯାଉଥିବା ଝିଅର ଜନ୍ମ ପ୍ରମାଣ ପତ୍ର ଯାଞ୍ଚ କରିଥିଲେ। ତାପରେ ଝିଅର ବାପା ଓ ମାଆଙ୍କୁ ବୁଝାସୁଝା କରିଥିଲେ। 

କମ୍ ବୟସରେ ଝିଅ ବିବାହ କଲେ କଣ କୁ-ପ୍ରଭାବ ପଡିବ ତା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଝିଅର ବାପା , ମାଆ ବୁଝିଥିଲେ ଓ ଆସନ୍ତା ଦିନ ଝିଅକୁ ଶିଶୁ ମଙ୍ଗଳ ସମିତି, ଗଜପତିରେ ଉପସ୍ଥାପନା କରିବେ ବୋଲି ପ୍ରତିଶୃତି ଦେଇଥିଲେ। ଉକ୍ତ ବୈଠକରେ ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ପ୍ରମୋଦ ରାଉଳ ଓ ସଦସ୍ୟା ଶ୍ରୀମତୀ ଅଳକା ସାହୁ , "ସଖୀ" ୱାନ ଷ୍ଟପ ସେଣ୍ଟର ର କେନ୍ଦ୍ର ପ୍ରଶାସିକା ଶ୍ରୀମତି ଭାଗ୍ୟଲକ୍ଷ୍ମୀ ନାୟକ , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଶ୍ରୀ ଜୟପ୍ରକାଶ ବାଡତିଆ , ସୁପରଭାଇଜର ଶ୍ରୀମତୀ ରାଜେଶ୍ୱରୀ ପାତ୍ର , ପ୍ରଭା ଚାଇଡ୍ ଲାଇନ୍ ର ଏ.ମିନାକ୍ଷୀ ଓ ସେହି ଗ୍ରାମର ଆଶା , ଅଙ୍ଗନବାଡି , ହେଲଥ୍ ୱାର୍କେର , ଗ୍ରାମବାସୀ ପ୍ରମୁଖ ଯୋଗଦେଇ ବାଲ୍ୟବିବାହକୁ ବନ୍ଦ କରାଯାଇଥିଲା।

0
0
0
s2sdefault