ବୀରମହାରାଜାପୁର - (ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜାପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ଚୁପକାଦାଦର ଗ୍ରାମର ବାବୁଲାଲ ପଧାନ ଙ୍କ ସ୍ତ୍ରୀ ନମିତା ପଧାନ (୩୫) ଙ୍କ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଚମ୍ପାମାଳ ଠାରେ ଏକ ଭଡାଘରେ ବାବୁଲାଲ ସପରିବାର କୁ ନେଇ ରହୁଥିଲା । ଗତ କିଛି ଦିନ ହେବ ତାଙ୍କର ସ୍ତ୍ରୀ ନମିତା ଙ୍କ କୋଭିଡ ପଜେଟିଭ ରିପୋର୍ଟ ଆସିବା ପରେ ସଂଗରୋଧ ଗୃହରେ ରହିଥିଲେ । ଶନିବାର ତାଙ୍କ ଅବସ୍ଥା ଗୁରୁତର ହେବାରୁ ହିକୁଡି ଠାରେ ଥିବା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ସକାଳୁ ୯ ଟାରେ ତାଙ୍କର ମୃତ୍ୟୁ ହୋଇଥିଲା । ନମିତାଙ୍କ ର ଦୁଇଟି ଛୋଟ ପୁଅ ଝିଅ ଅଛନ୍ତି । ବୀରମହାରାଜାପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋତିଲାଲ୍ ସୁଲିଆ ଙ୍କ ତତ୍ତ୍ୱାବଧାନରେ ଖଣ୍ଡହତା ପଞ୍ଚାୟତ ର ବଡକିରାସିରା ଜଙ୍ଗଲରେ ଉଦିଷ୍ଟ କୋଭିଡ୍ ଶବଦାହ କେନ୍ଦ୍ରରେ ଶବ ସତ୍କାର କରାଯାଇଥିଲା । ଖଣ୍ଡହତା ପଞ୍ଚାୟତ ସରପଞ୍ଚ ଆଶା ସାହୁ, ନିତ୍ୟାନନ୍ଦ ପଧାନ, ଯୁବ ସମାଜସେବୀ ସଦାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବୀରମହାରାଜାପୁର ଅଞ୍ଚଳରେ ଗୋଟିଏ ସପ୍ତାହ ମଧ୍ୟରେ କରୋନାରେ ୫ ଜଣଙ୍କ ମୃତ୍ୟୁ ହେଲାପରେ ଲୋକେ ଭୟଭୀତ ହୋଇପଡିଛନ୍ତି ।
ରାଜ୍ୟ
କରୋନା ଆକ୍ରାନ୍ତ ଜଣେ ମହିଳାଙ୍କ ମୃତ୍ୟୁ, ବିଡିଓଙ୍କ ତତ୍ତ୍ୱାବଧାନରେ ହେଲା ଅନ୍ତିମ ସଂସ୍କାର ।
- Hits: 797