ହେଡଲାଇନସ୍:

ରାସ୍ତା ପାଲଟିଛି ଅଭିଶାପ  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା/ ଦିଲ୍ଲୀପ ମହାନ୍ତି : ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ବ୍ଲକ ଅଧୀନ ବୈଶିଙ୍ଗା ପଂଚାୟତ ଜାମନଣ୍ଡା ଗ୍ରାମଟି ଏକ ଉପାନ୍ତ ଅଂଚଳ ହୋଇଥିବା ବେଳେ ସ୍ୱାଧୀନତାର ୭୪ ବର୍ଷ ପର୍ଯ୍ୟନ୍ତ ଏହି ଗ୍ରାମକୁ ସରକାରୀ ରାସ୍ତାଟିଏ ନାହିଁ । ଲୋକେ ରେଳଧାରଣା ପାଶ୍ୱର୍ରେ ୩କିମି ଯାଉଥିଲେ । ସାଂସଦ ଭାବେ ମହାମେଘବାହନ ଐର ଖାରବେଳ ସ୍ୱାଇଁ ନିର୍ବାଚିତ ହେବା ପରେ ତାଙ୍କ ହାତପାଣ୍ଠି ଅନୁଦାନରୁ ୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମୋରମ ରାସ୍ତାଟିଏ ତିଆରି ହେଲା । ସେହିଦିନଠାରୁ ଆଜିକୁ ୨୪ବର୍ଷ ହେବ ରାସ୍ତାରେ ପ୍ରତିବର୍ଷ କେବଳ ମୋରମ ବିଛା ଚାଲିଛି । ମାତ୍ର ରାସ୍ତାର କିସମ କିଛି ପରିବର୍ତନ ହେଉ ନାହିଁ । ଗ୍ରାମଟି ବୈଶିଙ୍ଗା ପଂଚାୟତର କିନ୍ତୁ ରାସ୍ତାଟି ସନ୍ତରା ପଂଚାୟତର । ତେଣୁ ଯେଉଁ ପଂଚାୟତର ଯୋଜନା ସେହି ପଂଚାୟତରେ ହିଁ କାର୍ଯ୍ୟ ହେଉଛି । ଯାହାଦ୍ୱାରା ମୂଳ କଥାକୁ କେହି ଦୃଷ୍ଟି ଦେଉ ନାହାଁନ୍ତି । ଗ୍ରାମଟି ନେତା ବହୁଳ, ତେବେ ଯାହାର ପଲା ଭାରି ହେଲା ସେ କାମ ହାତେଇଲା । ଯୋଜନାର ୫୦ଶତାଂଶ କାମ ହେବା ଅଭିଯୋଗ ହେଉଥିବା ବେଳେ ବିଭାଗୀୟ କନିଷ୍ଠ  ଯନ୍ତ୍ରୀ କି ସହକାରୀ ଯନ୍ତ୍ରୀଙ୍କୁ ଯେତେ ଗୁହାରି କଲେ ବି କିଛି ସୁଫଳ ମିଳୁ ନାହିଁ । ଗାଁ ବିଦ୍ୟାଳୟ ପାଚେରୀ ନିର୍ମାଣରେ ମଧ୍ୟ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି । ସରକାରଙ୍କ ଯୋଜନା ବି ଏମିତି ଯେ କେହି ନ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ । ବୈଶିଙ୍ଗା ଓ ସନ୍ତରା ପଂଚାୟତ ସୀମାକୁ ଲାଗି ଦୁଇ ଦୁଇଟି ଖେଳପଡିଆ ନିର୍ମାଣ ହେବା ଯାହାର ଜ୍ୱଳନ୍ତ ନମୁନା । ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧ୍ୟ କିଭଳି ଗୋଟିଏ ସ୍ଥାନରେ ଦୁଇଟି ଖେଳପଡିଆ ନିର୍ମାଣକୁ ଅନୁମତି ପ୍ରଦାନ ଦେଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।  

 

0
0
0
s2sdefault