ହେଡଲାଇନସ୍:

ଓଡିଶା ଲୋକଙ୍କ ପାଇଁ ବିଦେଶରୁ ଟୀକା କିଣିବେ ସରକାର : କ୍ୟାବିନେଟ ନିଷ୍ପତ୍ତି   

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ଯେପରି ଓଡ଼ିଶାର ଲୋକ ସୁବିଧାରେ  ପାଇ ପାରିବେ ସେଥିପାଇଁ  ବିଶ୍ଵର ବିଭିନ୍ନ  ଟୀକା କମ୍ପାନୀରୁ ଟୀକା ସଗ୍ରହ ପାଇଁ ପଦକ୍ଷେପ ନିଆଯିବ 

  • କୋଭିଡ଼ ଯୋଦ୍ଧାଙ୍କ କାମର ଉଚ୍ଚ ପ୍ରଶଂସା, କୋଭିଡ଼ ନିୟମର କଡ଼ାକଡ଼ି ପାଳନ ପାଇଁ ଜନସାଧାରଣ ଙ୍କୁ ନିବେଦନ

CM Naveen Patnaik shares video message for New Year

ଭୁବନେଶ୍ୱର : କୋଭିଡ଼19 ମହାମାରୀ ବିରୁଦ୍ଧରେ ଆମର ଲଢ଼େଇ ରେ ଆମର କୋଭିଡ଼ ଯୋଦ୍ଧା ମାନେ ଯେପରି ନିଷ୍ଠା ଓ ତ୍ୟାଗ ମନୋଭାବ ନେଇ କାମ ଜାରି ରଖିଛନ୍ତି  ରାଜ୍ୟ କ୍ୟାବିନେଟ ତାର ଉଚ୍ଚ ପ୍ରଶଂସା କରୂଛି । କୋଭିଡ଼  ବିରୁଦ୍ଧରେ ଚାଲିଥିବା ଲଢ଼େଇ ରେ ରାଜ୍ୟ ସରକାର ନେଇ ଥିବା ବିଭିନ୍ନ ପଦକ୍ଷେପ ଯଥା testing tracing vaccination  lockdown ଇତ୍ୟାଦି ରେ ଓଡ଼ିଶା ବାସୀ ଯେଭଳି ସହଯୋଗ ଯୋଗାଇ ଆସିଛନ୍ତି ସେଥିପାଇଁ ରାଜ୍ୟ କ୍ୟାବିନେଟ ରାଜ୍ୟ ବାସୀଙ୍କ ନିକଟରେ କୃତଜ୍ଞ।। ଭବିଷ୍ୟତ କୋଭିଡ଼ ସକ୍ରମଣରୁ ରାଜ୍ୟ ବାସୀଙ୍କୁ  ସୁରକ୍ଷା ଦେବା ତଥା ଅମୂଲ୍ୟ ଜୀବନ ରଷା କରିବା ନିମନ୍ତେ ଟୀକାକରଣ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଇସ୍ରାଏଲ ପରି ଦେଶ ଯେଉଁ ମାନେ କି ତାଙ୍କ ଜନସଂଖ୍ୟା ର ବୃହତର ଭାଗର ଟୀକାକରଣ କରିସାରିଛନ୍ତି ,ସେମାନେ ଏବେ ସ୍ବାଭାବିକତା ଆଡ଼କୁ ଫେରୁଛନ୍ତି । ରୋଗର ଜଟିଳତା ହ୍ରାସ କରି ରୋଗୀର ଜୀବନ ରଷା ଦିଗରେ ଟୀକାକରଣ ବହୁତ ଫଳପ୍ରଦ ହେଉଥିବା ଜଣାପଡିଛି ।ବିପଦପୂର୍ଣ୍ଣ କାର୍ଯ୍ୟ ପରିବେଶ ସତ୍ବେ କୋଭିଡ଼ ଯୁଦ୍ଧ ରେ ନିୟୋଜିତ ଆମର ଆଗ ଧାଡ଼ି କର୍ମଚାରୀ ତଥା ସ୍ବାସ୍ଥ୍ୟ ସେବା ରେ ନିୟୋଜିତ କର୍ମଚାରୀ ମାନେ ଯେଉଁ ମାନଙ୍କର ସମ୍ପୂର୍ଣ୍ଣ ଟୀକାକରଣ ହୋଇଯାଇଛି।   ଟୀକା ନେଇଥିବା ବ୍ୟକ୍ତି ମାନଙ୍କ ର  ସକ୍ରମଣ ହେଲେ ବି ତାହା  ବହୁତ କମ୍ ଲଷଣ ଯୁକ୍ତ ହେଉଥିବା ଦେଖାଯାଉଛି।  ଏହି ପରିପ୍ରେକ୍ଷୀରେ ଓଡ଼ିଶାବାସୀଙ୍କ ପାଇଁ ଟୀକା ସଗ୍ରହ ନିମନ୍ତେ ସର୍ବୋତ୍ତମ ଚେଷ୍ଟା କରିବା, ଟୀକା ଯୋଗାଣକୁ ସୁନିଶ୍ଚିତ କରି ରାଜ୍ୟ ବାସୀଙ୍କୁ ସୁରଷିତ ରଖିବା ଏବଂ ଶୀଘ୍ର ରାଜ୍ୟରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ସକଲ୍ପବଦ୍ଧ । ଏହି ଉଦ୍ଦେଶ୍ୟ ରେ ଓଡ଼ିଶା ବାସୀ ଯେପରି ସୁବିଧା ରେ ଟୀକା ପାଇ ପାରିବେ ସେଥିପାଇଁ ବିଶ୍ବର ବିଭିନ୍ନ ପ୍ରମୁଖ ଟାକା କମ୍ପାନୀରୁ  ଟୀକା ସଗ୍ରହ ନିମନ୍ତେ  ପଦକ୍ଷେପ ନିଆଯିବ ।ଏଥିପାଇଁଏକ global tender ଜାରି କରିବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉପରୋକ୍ତ ଗୁରୁତ୍ୱପୂର୍ଣ ପ୍ରସ୍ତାବ ଗୃହୀତ ହେବ ସହ ଏହି  ସକଳ୍ପ ପ୍ରସ୍ତାବରେ କୁହାଯାଇଛି ଯେ " ଆମର ବିପଦସକୁଳ ଜନସାଧାରଣଙ୍କ ର ଶୀଘ୍ର ଟୀକାକରଣ ଏବଂ ମୂଲ୍ୟ ବାନ ଜୀବନ ର ସୁରକ୍ଷା ସହିତ ଲୋକଙ୍କ ଜୀବନଜୀବିକାର ପୁନସ୍ଥାପନରେ ରାଜ୍ୟ କ୍ୟାବିନେଟର ଉପରୋକ୍ତ ପ୍ରସ୍ତାବ ବିଶେଷ ସହାୟକ ହେବ । ଏଥିପାଇଁ ଏକ ବୈଷୟିକ କମିଟି ଗଠନ କରାଯିବ ।  ଏହା ବିଶଦ ବ୍ୟବସ୍ଥା ଉପରେ ଧ୍ୟାନ ଦେବ । ଟୀକା ଉପରୁ ସମସ୍ତ ପ୍ରକାର ଟିକସ ଉଠାଇ ଦେବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି । ଏହା ଫଳରେ ରାଜ୍ୟ ଅର୍ଥନୀତି ଉପରେ କମ୍ ଚାପ ପଡ଼ିବ ଏବଂ ସାର୍ବଜନୀନ ଟୀକାକରଣ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହା ବିଶେଷ ସହାୟକ ହେବ ।" 

ସଂକଳ୍ପରେ ଆହୁରି ମଧ୍ୟ କୁହାଯାଉଛି " କୋଭିଡ଼ ବିରୁଦ୍ଧରେ  ଚାଲିଥିବା ଏ ଲଢ଼େଇ ଏକ ବହୁତ ଲମ୍ବା ଲଢ଼େଇ । ତେଣୁ କେନ୍ଦ୍ର ସରକାର ବିଭିନ୍ନ ସେସ୍ ଓ ସରଚାର୍ଯ ଜରିଆରେ ଆଦାୟ କରୁଥିବା ଅତିରିକ୍ତ ସମ୍ବଳ କୁ ରାଜ୍ୟ ମାନଙ୍କ ମଧ୍ୟ ରେ ଉପଯୁକ୍ତ ଭାବରେ ବଣ୍ଟନ କରାଯିବାର ଆବଶ୍ୟକତା ରହିଛି । ଏହି ଜଟିଳ ପରିସ୍ଥିତିରେ କୋଭିଡ଼ ଲଢ଼େଇ ରେ ରାଜ୍ୟ ମାନଙ୍କ ଅର୍ଥିକ ସ୍ଥିତିକୁ ମଜବୁତ କରିବାରେ ଏହା ଶକ୍ତି ଯୋଗାଇବ । ରାଜ୍ୟ ସରକାର ତାଙ୍କର ଉପଲବ୍ଧ ସମ୍ବଳର ବିନିଯୋଗ କରି କୋଭିଡ଼ ବିରୁଦ୍ଧରେ ଲଢ଼େଇ କୁ ଜୋରଦାର କରିବା ଏବଂ କୋଭିଡ଼ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇବା ପାଇଁ  ତାଙ୍କର ଦୃଢ଼ ସକଳ୍ପର ପୁନଘୋଷଣା କରୁଛନ୍ତି  ।" 

 ଏହି ସଂକଳ୍ପରେ ପରିଶେଷରେ କୁହାଯାଇଛି " ରାଜ୍ୟ କ୍ୟାବିନେଟ କୋଭିଡ଼ ନିୟମାବଳୀ ଯଥା  ଠିକ୍ ଭାବେ ମାସ୍କ ପିନ୍ଧିବା  ,ବାରମ୍ବାର ସାବୁନ ରେ ଭଲ ଭାବେ ହାତ ଧୋଇବା ,ସାମାଜିକ ଦୂରତା ରଷା କରିବା ,ଘରେ ରହିବା ଏବଂ ଆବଶ୍ୟକତା ନ ଥିଲେ ବାହାରକୁ ନ ଯିବା ଆଦିକୁ  କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ  ଜନସାଧାରଣ ଙ୍କୁ ବିନମ୍ର ଅନୁରୋଧ ଜଣାଉଛି।" 

0
0
0
s2sdefault