ହେଡଲାଇନସ୍:

ମନ୍ତ୍ରୀ ହବତ ଏମିତି : ଲୋକଙ୍କ ସହ ଲୋକଙ୍କ ସେବାରେ ସମର୍ପିତ ସବୁବେଳେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅକ୍ସୀଜେନ ସିଲିଣ୍ଡର ଧରି ରାସ୍ତାରେ ଅପେକ୍ଷା କଲେ ମନ୍ତ୍ରୀ

ବରଗଡ :- ଫୋନ ଆସିଲା ଭଟଲି ବ୍ଲକ ଅନ୍ତର୍ଗତ ନାରଙ୍ଗପୁର ପଞ୍ଚାୟତ ଝିକିଝିକି ଗ୍ରାମରେ ଜଣେ କୋରୋନା ସଂକ୍ରମିତ ମହିଳା ଯିଏକି ହୋମ ଆଇସଲେସନରେ ଅଛନ୍ତି ତାଙ୍କର ଅକ୍ସୀଜେନ ଲେବେଳ କମି କମି ଯାଉଛି । ଅତିଶୀଘ୍ର ତାଙ୍କୁ ଅକ୍ସୀଜେନ ର ଆବଶ୍ୟକତା ରହିଛି । ଏହି ଖବର ପାଇବା ପରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ନିଜ ଗାଡ଼ିରେ ଅକ୍ସୀଜେନ ଧରି ପହଂଛି ଯାଇଥିଲେ ଝିକିଝିକି ଗ୍ରାମକୁ । ଗ୍ରାମକୁ ପହଂଚିବା ପରେ ତାଙ୍କର ଅଙ୍ଗରକ୍ଷକ ଶ୍ରୀ ବିନାୟକ ପଟେଲ ଓ ଶ୍ରୀ ରଣା ପିପିଇ କୀଟ ପିନ୍ଧି ସଂପୃକ୍ତ ରୋଗୀଙ୍କୁ ଅକ୍ସୀଜେନ ଦେଇଥିଲେ । ଆଜି ଆହୁରି ଏକ ଘଟଣା କ୍ରମରେ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ , ମନ୍ତ୍ରୀ ଙ୍କୁ ବରପାଲିର ଜଣେ ସଂକ୍ରମିତଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଓ ତାଙ୍କୁ ତୁରନ୍ତ ଅକ୍ସୀଜେନ ର ଆବଶ୍ୟକତା ଥିବା ଜଣାଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଲୋକଙ୍କର ସୁବିଧା ପାଇଁ ମନ୍ତ୍ରୀ ଙ୍କର ନିର୍ଦେଶରେ ଶ୍ରୀ ତ୍ରିପାଠୀ ଜରୁରୀକାଳୀନ ପରିସ୍ଥିତି ପାଇଁ ଚାରିଗୋଟି ସିଲିଣ୍ଡର ରଖିଛନ୍ତି , ହେଲେ ଆଜି ସବୁତକ ସରି ଯାଇଥିବା ବେଳେ ତୁରନ୍ତ ଅକ୍ସୀଜେନ ପାଇଁ ମନ୍ତ୍ରୀଙ୍କୁ ଫୋନ କରିଥିଲେ । ମନ୍ତ୍ରୀ ତୁରନ୍ତ ଆସି ସିଲିଣ୍ଡର ନେଇ ଯିବା ପାଇଁ କହିଥିଲେ । ଶ୍ରୀ ତ୍ରିପାଠୀ ତୁରନ୍ତ ବାହାରି ପଡ଼ିଥିଲେ । ଏହା ଭିତରେ ମନ୍ତ୍ରୀ ଶ୍ରୀ ତ୍ରିପାଠୀ ଙ୍କୁ ଦୁଇଥର ଫୋନ କରି କେତେଦୂର ଆସିଲ ବୋଲି ପଚାରିଥିଲେ । ଶ୍ରୀ ତ୍ରିପାଠୀ କାଳେ ଭୁଲବଶତଃ ଆଗକୁ ପଳାଇଯିବେ ବୋଲି ଭାବି ମନ୍ତ୍ରୀ ଜାତୀୟ ରାଜପଥ କଡରେ ସିଲିଣ୍ଡର ଧରି ନିଜେ ଛିଡା ହୋଇଥିଲେ । ମନ୍ତ୍ରୀ ଙ୍କର ନିକଟରୁ ସିଲିଣ୍ଡର ନେଇ ରୋଗୀକୁ ଲଗାଯିବା ପରେ ରୋଗୀକୁ କଟକ ସ୍ଥାନାନ୍ତର କରାଯାଇଥିଲା । 

     ଏଠାରେ ସୂଚନାଯୋଗ୍ୟ  ଏକ ଗରିବ ପରିବାରର ପୁଅ ସମାଜସେବାରୁ ରାଜନୀତିକୁ ଆସି ରାଜ୍ୟର କ୍ୟାବିନେଟ ମନ୍ତ୍ରୀ ହେଲାପରେ ଏବେ ମଧ୍ୟ ପ୍ରତ୍ୟକ୍ଷ  ଭାବରେ ଲୋକଙ୍କର ସେବାରେ ନିଜକୁ ଦିନରାତି ନିୟୋଜିତ କରି ରଖିଛନ୍ତି ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ।  ଅଂଚଳରେ କୋରୋନା ରୋଗୀ ମାନଙ୍କର ସେବା ପାଇଁ ଗତ କିଛିଦିନ ତଳେ ତିନିଗୋଟି ଆମ୍ବୁଲାନ୍ସ ତଥା ଜରୁରୀକାଳୀନ ପରିସ୍ଥିତି ରେ ଅନେକ ଅକ୍ସୀଜେନ ସିଲିଣ୍ଡର ଯୋଗାଇ ଦେଇଛନ୍ତି ସଂକ୍ରମିତ ରୋଗୀ ମାନଙ୍କୁ । ଏହା ସହିତ ସଂକ୍ରମିତ ପରିବାର ନିକଟରେ ଖାଦ୍ୟ ପହଞ୍ଚାଇବା ହେଉ କି ରୋଗୀ ମାନଙ୍କର ଭଲମନ୍ଦ ବୁଝିବା କଥା ହେଉକି ସଂକ୍ରମିତ ଗ୍ରାମ ଗୁଡିକୁ ସାନିଟାଇଜ କରିବା , ଏସବୁ ବର୍ତ୍ତମାନ ତାଙ୍କର ନିତିଦିନିଆ କାମ ହୋଇପଡିଛି । ନିଜର ଜୀବନକୁ ଖାତିର ନ କରି ସଂକ୍ରମିତ ମାନଙ୍କୁ ନିଜେ ଆମ୍ବୁଲାନ୍ସ ରେ ଧରି ଡାକ୍ତରଖାନାକୁ ନେବା , ଖବର ପାଇବା ମାତ୍ରେ କାଳ ବିଳମ୍ବ ନକରି ଆବଶ୍ୟକତା ମୁତାବକ ସରଞ୍ଜାମ ଧରି ପହଂଛି ଯାଉଛନ୍ତି ପୀଡିତ ଙ୍କର ନିକଟକୁ । ଅଂଚଳରେ ମହାମରୀକୁ ପରାଜିତ କରିବା ପାଇଁ ତଥା ଅଞ୍ଚଳବାସୀ ଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ କ୍ରମାଗତ ଭାବରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ପଦକ୍ଷେପ ମଧ୍ୟ ଗ୍ରହଣ କରୁଛନ୍ତି । ଏଥିପାଇଁ ଆଜି ତାଙ୍କର ଘୋର ବିରୋଧୀ ମାନେ ମଧ୍ୟ ମୁକ୍ତକଣ୍ଠରେ ପ୍ରଶଂସା କରୁଛନ୍ତି ।

0
0
0
s2sdefault