ହେଡଲାଇନସ୍:

ଆଖି ବୁଜିଦେଲେ ମହାନ ଶିଳ୍ପୀ ରଘୁନାଥ ମହାପାତ୍ର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

Odisha sculptor Raghunath Mohapatra nominated to Rajya Sabha | Sambad  English

ଭୁବନେଶ୍ୱର : ଓଡ଼ିଶା କଳା ଭାସ୍କର୍ଯ୍ୟ ସ୍ପର୍ଦ୍ଧିତ ଉଚ୍ଚାରଣ, ପଦ୍ମ ବିଭୂଷଣ ସାଂସଦ ରଘୁନାଥ ମହାପାତ୍ର ଆଉ ନାହାନ୍ତି । କରୋନାରେ ଆକ୍ରାନ୍ତ ହୋଇ ଏମସ୍ ରେ ଚିକିତ୍ସିତ ହେଉଥିବା ଶ୍ରୀ ମହାପାତ୍ର ଆଜି ୭୮ ବର୍ଷ ବୟସre ଇହଲୀଳା ସମ୍ବରଣ କରିଛନ୍ତି । 

୧୯୪୩ ମାର୍ଚ୍ଚ ୨୪ ରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ମହାପାତ୍ର ଜଣେ ବିଶିଷ୍ଟ ସ୍ଥପତି ଭାବେ ଓଡ଼ିଶାର କଳା କାରୁକାର୍ଯ୍ୟକୁ ଦେଶ ବିଦେଶରେ ପହଂଚାଇଥିଲେ । ଭାରତ ସରକାର ତାଙ୍କୁ ୧୯୭୫ ମସିହାରେ ପଦ୍ମଶ୍ରୀ, ୨୦୦୧ ରେ ପଦ୍ମଭୂଷଣ ଏବଂ ୨୦୧୩ ରେ ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରିଥିଲେ । ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା  ସେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ ।

ରଘୁନାଥ ମହାପାତ୍ରଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଜେପି ସଭାପତି ସମୀର ମହାନ୍ତି  ଙ୍କ ସମେତ ସବୁ ଦଳର ନେତୃବୃନ୍ଦ ଗଭୀର ଶୋକପ୍ରକାଶ କରିଛନ୍ତି ।

। ଏକ ଶୋକବାର୍ତାରେ ଶ୍ରୀ ନବୀନ ପଟ୍ଟନାୟକ  ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ମହାପାତ୍ର ତାଙ୍କ ନିହାଣ ମୂନରେ ଓଡ଼ିଶାର ମହାନ କଳା  ପରମ୍ପରା କୁ ବିଶ୍ବବ୍ୟାପୀ  କରିଥିଲେ । ଓଡ଼ିଶାର କଳା ଓ ଐତିହ୍ୟ କୁ ସମୃଦ୍ଧ କରିବାରେ ତାଙ୍କର ମହନୀୟ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେ ଥିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅନନ୍ୟ ଭକ୍ତ ।ସାରା ଦେଶରେ ବହୁସ୍ଥାନରେ ଜଗନ୍ନାଥ ମନ୍ଦିର ନିର୍ମାଣରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ  ଯୋଗଦାନ  ଥିଲା । ପୁରୀ ଶ୍ରୀ ମନ୍ଦିର ମରାମତି ରେ ସେ ମଧ୍ୟ ସହଯୋଗ କରିଥିଲେ । ଗଞ୍ଜାମ ତାରାତାରିଣୀ ମନ୍ଦିର ପୁନନିର୍ମାଣରେ  ସେ ତାଙ୍କର ଅତୁଳନୀୟ କାରିଗରୀ ଦଷତା ପ୍ରଦର୍ଶନ କରିଯାଇଛନ୍ତି । ବାସ୍ତବରେ ସେ ଥିଲେ କଳାଜଗତର ଏକ ବିସ୍ମୟ କର ପ୍ରତିଭା । ତାଙ୍କ ବିୟୋଗରେ ଭାରତର କଳା ଜଗତରେ ଏକ ବିରାଟ ଶୂନ୍ୟତା ସୃଷ୍ଟି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ପରଲୋକ ଗତ ଆତ୍ମାର ସଦ୍ ଗତି କାମନା କରିଛନ୍ତି। ସ୍ବର୍ଗତ ରଘନାଥ ମହାପାତ୍ର ଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଶ୍ରୀ ମହାପାତ୍ରଙ୍କ ବିୟୋଗରେ ରାଜ୍ୟ ଯୋଜନା ବୋଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଗଭୀର ଶୋକ ପ୍ରକାଶ କରି ଶୋକ ବାର୍ତ୍ତାରେ  କହିଛନ୍ତି ଯେ "ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ସ୍ଥପତି, ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ତଥା ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ଅକାଳ ବିୟୋଗ ଓଡ଼ିଶାର ସାଂସ୍କୃତିକ ପରିମଣ୍ଡଳ ପାଇଁ ଏକ ବିରାଟ କ୍ଷତି । ଓଡ଼ିଆ ଜାତିର ଏହି ମହାନ୍ ଶିଳ୍ପୀଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗ ପ୍ରତି ସମବେଦନା ଜଣାଉଛି ।"

 ବିଶିଷ୍ଟ ଭାସ୍କର୍ଯ୍ୟ  ଶିଳ୍ପୀ,  ପଦ୍ମ ବିଭୂଷଣ ତଥା  ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ଇସ୍ପାତ ଓ ଖଣି, ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି I  ସ୍ୱର୍ଗତ ମହାପାତ୍ରଙ୍କ ବିୟୋଗ ସମଗ୍ର କଳା ଓ  ଭାସ୍କର୍ଯ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଏକ ଶୋକ ବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିବା ସହ ରାଜ୍ୟ ଏକ ମହାନ ବ୍ୟକ୍ତି ତଥା ବିଶିଷ୍ଟ ରାଜନେତାଙ୍କୁ ହରାଇଲା ବୋଲି କହିଛନ୍ତି I ଏଥି ସହ ମନ୍ତ୍ରୀ ଶ୍ରୀ ମଲ୍ଲିକ ତାଙ୍କ ଆମର ଆତ୍ମାର ସଦଗତି କାମନା ସହ ଶୋକ ସନ୍ତପ୍ତ ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନଙ୍କ ପ୍ରତି ଗଭୀର ସମବେଦନା  ଜ୍ଞାପନ କରିଛନ୍ତି I

ଶ୍ରୀ ମହାପାତ୍ରଙ୍କ ବିୟୋଗରେ  ରାଜ୍ୟ ଜଳସଂପଦ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି I  ସ୍ୱର୍ଗତ ମହାପାତ୍ରଙ୍କ ବିୟୋଗ ରାଜ୍ୟ ତଥା ଦେଶର କଳା ଓ  ଭାସ୍କର୍ଯ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଏକ ଶୋକ ବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ଦାସ  କହିବା ସହ  ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଜଣେ ପରମ ଭକ୍ତ ଏହି ବିଶିଷ୍ଟ ରାଜନେତାଙ୍କ ବିୟୋଗରେ ସେ ଅତ୍ୟନ୍ତ ମର୍ମାହତ ବୋଲି ପ୍ରକାଶ  କହିଛନ୍ତି I ଏଥି ସହ ମନ୍ତ୍ରୀ ଶ୍ରୀ ଦାସ ସ୍ବର୍ଗତ ଆମର ଆତ୍ମାର ସଦଗତି କାମନା ସହ ଶୋକ ସନ୍ତପ୍ତ ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନଙ୍କ ପ୍ରତି ଗଭୀର ସମବେଦନା  ଜ୍ଞାପନ କରିଛନ୍ତି I

ଓଡିଶା ସରକାରଙ୍କ ଗଣାମଧ୍ୟମ ପରାମର୍ଶଦାତା ମାନସ ରଞ୍ଜନ ମଙ୍ଗରାଜ ଶ୍ରୀ ମହାପାତ୍ରଙ୍କ ବିୟୋଗରେ ଗଭୀର ଶୋକଵ୍ୟକ୍ତ କରିବା ସହ ତାଙ୍କ ଶୋକ ବାର୍ତ୍ତାରେ କଯିଛନ୍ତି " ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ, ରାଜ୍ୟସଭା ସାଂସଦ ତଥା ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରଲୋକଗତ ଖବର ଶୁଣି ଅତ୍ୟନ୍ତ ମର୍ମାହତ। ତାଙ୍କର ଦେହାନ୍ତ ଓଡ଼ିଶା ପାଇଁ ଏକ ଅପୁରଣୀୟ କ୍ଷତି। ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଅମର ଆତ୍ମାର ସଦ୍ଗତି କାମନା କରୁଛି | " 

0
0
0
s2sdefault