ହେଡଲାଇନସ୍:

ବରଗଡ: କୋଭିଡ ସ୍ଥିତି ସମୀକ୍ଷା କଲେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :: - ବରଗଡ ଜିଲ୍ଲାରେ  କରୋନା ସଂକ୍ରମଣ ଏକ ପ୍ରକାର ନିୟନ୍ତ୍ରଣ ବାହାରକୁ ଯିବାକୁ ବସିଲାଣି । ମହାମାରୀ କବଳରୁ ଲୋକଙ୍କୁ ରକ୍ଷା କରିବା ପାଇଁ ତଥ ସଂକ୍ରମିତ ଙ୍କର ଉପଚାର କରିବା ପାଇଁ ରାଜ୍ୟ ସରକାର  ତଥା ସ୍ଥାନୀୟ ପ୍ରଶାସନ ତରଫରୁ ଅନବରତ ଭାବରେ ପ୍ରୟାସ ଜାରି ରହିଛି । ଜିଲ୍ଲାରେ କୋବିଡ଼ ସ୍ଥିତିର ସମୀକ୍ଷା କରିବା ପାଇଁ  ଓ ମୁଖ୍ୟମନ୍ତ୍ରୀ ଙ୍କର ନିର୍ଦେଶ କ୍ରମେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସୀତ ତ୍ରିପାଠୀ ବରଗଡ଼ ଗସ୍ତରେ ଆସିଥିଲେ ।

ଜିଲ୍ଲା ସ୍ତରୀୟ ଅଧିକାରୀ ,ଜନପ୍ରତିନିଧି ,ମାନଙ୍କର ସହିତ ଆଲୋଚନା କରିବା ପରେ , ଜିଲ୍ଲାର କୋଭିଡ ହସ୍ପିଟାଲରେ  ଆହୁରି ୩୦ଟି ଆଇସିୟୁ ବେଡ଼ର ବ୍ୟବସ୍ଥା କରାଯିବା  ସହିତ  ଆର୍ଟିପିସିଆର ଟେଷ୍ଟ ପାଇଁ ଏକ ଲେବ ଖୋଲାଯିବ ବୋଲି କହିଛନ୍ତି । ୧୫୦ ଅକ୍ସିଜେନ ସିଲିଣ୍ଡର  ବରଗଡ଼ ଆସୁଥିବା  ଶ୍ରୀ ତ୍ରିପାଠୀ କହଛନ୍ତି। ଏହା ସହିତ ବିଜେପୁର, ପଦ୍ମପୁର ଅଞ୍ଚଳର ଯେଉଁ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଲୋପାଥିକ ଡାକ୍ତରଙ୍କ ଅଭାବ ରହିଛି, ସେଠାରେ ଆଜିଠାରୁ ଆଲୋପାଥିକ ଡାକ୍ତର ଅବସ୍ଥାପିତ କରାଯିବ ବୋଲି ସେ ସୂଚନା ଦେଇଥିଲେ। ସେହିପରି ବିକାଶ ମଲ୍ଟି ସ୍ପେସିଆଲିଟି ହସପିଟାଲରେ ଅତିରିକ୍ତ  ୩୦ଟି ଆଇସିୟୁ ଶଯ୍ୟା ଖୋଲିବା ଦିଗରେ ପଦକ୍ଷେପ ନେବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମୀକ୍ଷା ବୈଠକରେ ସ୍ବତନ୍ତ୍ର ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ, ମନ୍ତ୍ରୀ ସୁଶାନ୍ତ ସିଂ, ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ, ଏସପି ପଦ୍ମିନୀ ସାହୁ ଏବଂ ଜିଲା ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲାରେ ଆଜି ସୁଦ୍ଧା ୧୯୬୨୨ ଜଣ ସଂକ୍ରମିତ ହୋଇଥିବା ବେଳେ ୧୫୯୩୧ ଜଣ ଆରୋଗ୍ୟ ଲାଭ କରି  ୩୬୪୭ ଜଣ ସଂକ୍ରମିତ ରହିଛନ୍ତି ।

0
0
0
s2sdefault