ହେଡଲାଇନସ୍:

ବରିଷ୍ଠ ଓକିଲ ଓ ବିଜେଡ଼ି ନେତାଙ୍କ ଅକାଳ ବିୟୋଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନାର ଜଣେ ବରିଷ୍ଠ ଓକିଲ ତଥା ବିଜେଡି ନେତା ଭାବେ ପରିଚିତ ଥିବା ରାଜେନ୍ଦ୍ର କୁମାର ନାୟକଙ୍କ ଶୁକ୍ରବାର ଦିନ ମଧ୍ୟ ରାତ୍ରୀରେ ଅକାଳ ବିୟୋଗରେ ମୃତ୍ୟୁ ଘଟିଛି । ସେ କିଛିଦିନ ହେଲା ଅସୁସ୍ଥ ଥିଲେ ଏହି ଖବର ଅଞ୍ଚଳବାସୀ ଶୁଣିବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।

 ସେ ମୋହନା ଓକିଲ ସଂଘର ପୂର୍ବତନ ସଭାପତି ଥିଲେ ଏବଂ ବିଜେଡ଼ି ଦଳର ଜଣେ ଆଗଧାଡିର ନେତା ରୂପେ ଜିଲ୍ଲାରେ ଜଣାଶୁଣା ଥିଲେ।ତାଙ୍କ ମୃତ୍ୟୁ ଖବର ଶୁଣି ବିଜେଡ଼ିର କର୍ମକର୍ତ୍ତା ମାନେ ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କ ଆତ୍ମାର ସଦଗତି ନିମନ୍ତେ ଅଞ୍ଚଳବାସୀ ନିରବ ପ୍ରାର୍ଥନା କରିଥିଲେ।

0
0
0
s2sdefault