ହେଡଲାଇନସ୍:

ପୁଣି ମାନବିକତା ଦେଖାଇ ପ୍ରଶଂସିତ ହେଲା ନିଷ୍ଠା ପରିବାର :ବିଜେପୁର ସାତବନ୍ଧ ରେ ଅଭାବନୀୟ ଘଟଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବରଗଡ :- ଅର୍ଜୁନ ମେହେର ବୟସ ପାଖାପାଖି ୭୦ବର୍ଷ ତାଙ୍କ ର କରୋନା ପୋଜିଟିଭ ହୋଇଥିଲା ଓ ତାଙ୍କ ସ୍ତ୍ରୀଙ୍କୁ ଜ୍ବର ହେଉଥିଲା ରିପୋର୍ଟ କିନ୍ତୁ ନେଗେଟିଭ ଆସିଥିଲା । ଡାକ୍ତର ଉଭୟଙ୍କର ଚିକିତ୍ସା କଲାପରେ ଅର୍ଜୁନ ଙ୍କର ସ୍ବାସ୍ଥ୍ୟବସ୍ଥା ଠିକ ଥିବାରୁ ତାଙ୍କୁ ୧୦ଦିନ ହୋମ ଆଇସୋଲେସନ ରେ ରହିବା ପାଇଁ ପରାମର୍ଶ ଦେଇଥିଲେ ଓ ତାଙ୍କ ପତ୍ନିଙ୍କର ସ୍ବାସ୍ଥ୍ୟବସ୍ଥା ଠିକ ନଥିବାରୁ ତାଙ୍କୁ  ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅର୍ଜୁନ ମେହେର ଗତକାଲି ଘରକୁ ଫେରି ଯାଇଥିଲେ ଓ ମାନସିକ ଚାପଗ୍ରସ୍ତ ହୋଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ଏପଟେ ତାଙ୍କ ସ୍ତ୍ରୀଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଗଲା । ତାଙ୍କ ର ଗୋଟିଏ ଦିବ୍ୟାଂଗ ପୁଅ ଅଛନ୍ତି। ଖବରପାଇ ବିଜେପୁର ଥାନା ଅଧିକାରୀ ରାଜେନ୍ଦ୍ର ସିଆଲ ଘଟଣାସ୍ଥଳ ରେ ପହଞ୍ଚିଥିଲେ ଓ ଘଟଣାର ତଦନ୍ତ କରିବା ପରେ ନିଷ୍ଠା ପରିବାର କୁ ଫୋନ ଯୋଗେ ଘଟଣାକ୍ରମ ଜଣାଇଥିଲେ । ରାତି ହୋଇଥିବାରୁ ସକାଳେ ଶବ ବ୍ୟବଚ୍ଛେଦ ପରେ ଶବଦାହ କରିବାପାଇଁ ନିଷ୍ଠା ପରିବାର କୁ କହିଥିଲେ । ସକାଳୁ ସକାଳୁ ସମଲେଇପଦର  ପାର୍ବତିଗିରୀ ବୃଦ୍ଧାଶ୍ରମ ର ମୁଖ୍ଯ ଜଳନ୍ଧର ପଟେଲ ତାଙ୍କ ସ୍ତ୍ରୀ ଯଶୋବନ୍ତୀ ପଟେଲ ଓ ପୁଅ ବିକାଶ ପଟେଲ ଓ 

 ନିଷ୍ଠା ପରିବାର ର ମାନସ ମେହେର, ଦୟାନିଧି ଷଢଂଗୀ,ସଂକେତ ଆଠଘରା ପହଂଚି ଶବକୁ ଉଦ୍ଧାର କରିଥିଲେ । ତାପରେ ଶବକୁ ବରଗଡ ଅଣାଯାଇ ଶବ ବ୍ୟବଚ୍ଛେଦ ପରେ କୋଭିଡ ସ୍ବର୍ଗଦ୍ବାର ଠାରେ ନିଷ୍ଠା ପରିବାର ଓ ଜିଲ୍ଲାପ୍ରଶାସନ ଦ୍ବାରା ଶବସତ୍କାର କରାଯାଇଥିଲା।ଏହି ଶବଦାହ ରେ ନିଷ୍ଠାର ସଂପାଦକ ଅଶ୍ବିନୀ ତ୍ରିପାଠୀ,ରାଜେଶ ପ୍ରଧାନ ଉପସ୍ଥିତ ଥିଲେ। ବର୍ତ୍ତମାନ ଏହି ମହାମରୀର ଜଟିଳ ପରିସ୍ଥିତି ରେ ପାଖ ପଡୋଶୀ ତ ଦୂରର କଥା ନିଜର ଆତ୍ମୀୟ ମାନେ ମଧ୍ୟ ଦୁରେଇ ଯାଉଛନ୍ତି । ଏହି ଭଳି ସମୟରେ ଅନେକ ଲୋକଙ୍କର ନିଃସ୍ୱାର୍ଥପର ଭାବରେ ସେବା କରି ନିଷ୍ଠା ପରିବାର କ୍ରମାଗତ ଭାବରେ ମାନବିକତାର ପରିଚୟ ଦେଇ ଆସୁଛି । 

ଦୟାକରି ରୋଗ କୁ ଘୃଣା କରନ୍ତୁ ରୋଗୀକୁ ନୂହେଁ , ଆସନ୍ତୁ ସମସ୍ତେ ମିଶି ଏହି ମହାମାରୀର ଦୁଃଖଦ ସମୟରେ ଅସହାୟଙ୍କୁ ସହଯୋଗ ର ହାତ ବଢାଇ ତାଙ୍କର ସେବା କରିବା ବୋଲି ନିଷ୍ଠାର ସମ୍ପାଦକ ଶ୍ରୀ ଅଶ୍ୱିନୀ କୁମାର ତ୍ରିପାଠୀ ଜନସାଧାରଣ ଙ୍କୁ ଅନୁରୋଧ କରିଛନ୍ତି ।

0
0
0
s2sdefault