ହେଡଲାଇନସ୍:

ଦୁର୍ବିସହ ଜୀବନ : ଗୁରୁବାରୀଙ୍କ ଦୁଃଖ କାନ ଡେରି ଶୁଣିବେ କି ପ୍ରଶାସନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

(ଆଠମଲ୍ଲିକ/ସନ୍ତୋଷ ମେହେର) : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ପଂଚାୟତ ହେଲେଇ ଗ୍ରାମର ଅସହାୟ ବିଧବା ବୃଦ୍ଧା ଗୁରୁବାରୀ ନାୟକଙ୍କୁ କେବେ ମିଳିବ ସରକାରୀ ଆବାସ ଯୋଜନା? ଏ କଣ ସରକାରଙ୍କର ମୋ ଗାଁ ମୋବିକାଶ ଯୋଜନା? ଗୁରୁବାରୀ ଜଣେ ଗରିବ ଅସହାୟ ବିଧବା ମହିଳା ହୋଇଥିବା ବେଳେ ତାଙ୍କର କେହି ସମ୍ପର୍କୀୟ ନାହାନ୍ତି ଦୀର୍ଘ ବର୍ଷ ହେଲା ଅନ୍ୟର ଗାଈ ଗୁହାଳ ରେ ଦିନ କାଟୁଛନ୍ତି I ତେବେ ପ୍ରଶାସନଙ୍କୁ ବାରମ୍ବାର ଅନୁରୋଧ ପରେ ମଧ୍ୟ କୌଣସି ଘରଖଣ୍ଡେ ମିଳିପାରିନାହିଁ I ଆଜି କିଆକଟା ଆଞ୍ଚଳିକ ସେବା ସଂସଦର କର୍ମକର୍ତ୍ତା କିଛି ରାସନ ସାମଗ୍ରୀ ଲୁଗା ଆଉ କିଛି ଟଙ୍କା ସାହାଯ୍ୟ କରିଥିଲେ l 

ଏହି ସମୟରେ ସଂସଦର କର୍ମକର୍ତ୍ତା ଉପସ୍ଥିତ ଥିଲେ ସମ୍ପାଦକ ସୁମନ୍ତ ପ୍ରଧାନ ,କୋଷାଧକ୍ଷ  ପ୍ରତାପ ଚନ୍ଦ୍ର କର୍ଣ୍ଣ ,ସରୋଜ କୁମାର ପ୍ରଧାନ ,ନୀଳାଚଳ ପ୍ରଧାନ ,ରୋମଣୀ ରଞ୍ଜନ ବାରିକ ,ଲିକୁନ ଦାଶ ଓ ସମ୍ବିତ ପ୍ରଧାନ ଉପସ୍ଥିତ ରହିଥିଲେ I ସୂଚନା ଥାଉଗୁରୁବାରୀ ନାୟକଙ୍କ ଘର ନଥିବା କାରଣରୁ ଅନ୍ୟର ଗୁହାଳରେ ଦୀର୍ଘ ବର୍ଷ ହେଲା ଆଶ୍ରୟ ନେଇଛନ୍ତି  I ପ୍ରଶାସନ ପକ୍ଷରୁ ସରକାରୀ ଆବାସ ଯୋଜନା ଯୋଗେଇ ଦେବା ପାଇଁ ସଂସଦ ପକ୍ଷରୁ ଦାବି ହେଉଛି ।

0
0
0
s2sdefault