ବିବାହ ପ୍ରସେସନ ବନ୍ଦ କରିବାକୁ ଯାଇଥିବା ତହସିଲଦାରଙ୍କୁ ବର୍ବରୋଚିତ ଆକ୍ରମଣ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ଛେଳିଗଡ ଗ୍ରାମ ଖ୍ରିଷ୍ଟିୟାନ ସାହିରେ ଅଭାବନୀୟ ଘଟଣା । କୋଭିଡ୍ ନିୟମ ଭାଙ୍ଗି ଗାଁରେ ଏକାଧିକ ବାହାଘର ପ୍ରୋସେସନ ଚାଲିଥିବା ବେଳେ ଆସତବାଜି ଫୁଟାଇବା ସହ ଭୋଜିଭାତର ଆସର ଚାଲିଥିଲା । ଘଟଣା ସ୍ଥଳରେ ଆର୍. ଉଦୟଗିରି ତହସିଲଦାର ସୃତିରଞ୍ଜନ ଶତପଥି ଓ ରା.ଉଦୟଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟକ୍ରମକୁ ବାରଣ କରିବାରୁ ଶତାଧିକ ଲୋକେ ଭୋଜି ସାରିବାର କନ୍ୟାଙ୍କୁ ନେଇ ନାଚ ଗୀତର ଆସର ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ତହସିଲଦାର ଓ ପୁଲିସ୍ ପହଞ୍ଚିଥିଲେ । କିଛି ସମୟ ପାଇଁ ବିବାହ ଘର ପରିବାର ଲୋକେ ଓ ଗ୍ରାମବାସୀଙ୍କ ସହ କଥା କଟାକଟି ହୋଇଥିଲା। ସେହି ସମୟରେ ବିଦ୍ୟୁତ କାଟ ହୋଇ ଯିବାରୁ ତହସିଲଦାରଙ୍କୁ ଗୋଡାଇ ଗୋଡାଇ ପଥର ମାରି ତହସିଲଦାର ଆକ୍ରମଣ କରି ଲହୁଲୁହାଣ କରିଥିବା ଜଣାପଡ଼ିଛି । ଏହା ସହିତ କିଛି ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ରକ୍ତଜୁଡୁବୁଡୁ ଅବସ୍ଥାରେ ତହସିଲଦାର ପ୍ରାଣ ବିକଳରେ ଦୌଡି ପଳାଇଥିଲେ। ସେ ରା.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେବାପରେ ନିଜ ସରକାରୀ ବାସଭବନରେ ଅଛନ୍ତି। ଏ ସଂପର୍କରେ ରା. ଉଦୟଗିରି ଏସଡ଼ିପିଓ ଦିଲ୍ଲୀପ କୁମାର ନାୟକଙ୍କୁ ପଚାରିବାରୁ ଘଟଣାର ପୁଙ୍ଗାନୁପୁଙ୍ଖ ତଦନ୍ତ କରି ଦୋଷୀ ପ୍ରତି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।