ରାୟଗଡା /ସରୋଜ କୁମାର ସାହୁ – ମଝିଘରିଆଣୀ ମନ୍ଦିର ନିକଟରେ ଥିବ ବ୍ରିଜରେ ଏକ ଆଲୁମିନା ପାଉଡର ବୋଝେଇ ଟ୍ୟାଙ୍କର ଦୁର୍ଘଟଣା ଗ୍ରସ୍ତ ହୋଇଛି । ସୂଚନା ମୁତାବକ ବିଶାଖାପାଟଣା ଠାରୁ ଓଡିଶା ଅଭିମୁଖେ ଆସୁଥିବା ଟ୍ୟାଙ୍କର ଓଆର୧୫ଏମ ୮୨୪୯ ମା ମଝିଘରିଆଣୀ ମନ୍ଦିର ନିକଟରେ ଥିବା ବ୍ରିଜର ବୁଲାଣି ଠାରେ ଦୁର୍ଘଟଣା ଗସ୍ତ ହୋଇଥିଲା । ଗାଡିର ବେଗ ଅଧିକ ଥିବା ସହ ଡ୍ରାଇଭରର ବେପରୁଆ ଗାଡି ଚାଳନା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁର୍ଘଟଣା ଯୋଗୁଁ ଆନ୍ଧ୍ର – ଓଡିଶା ରାସ୍ତା ଜାମ ହୋଇଯାଇଥିଲା । ଉଭୟ ପଟୁ ଶହ ଶହ ସଂଖ୍ୟକ ଗାଡି ଅଟକି ରହିଥିଲା । ରାୟଗଡା ପୋଲିସ ଘଟଣା ସ୍ଥଳରେ ପହଂଚି ଦୁର୍ଘଟଣା ଗସ୍ତ ଡ୍ରାଇଭର ଓ ହେଲପରକୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛନ୍ତି । ସୂଚନା ମୁତାବକ ଡ୍ରାଇଭର ଓ ହେଲପରକୁ ସାମାନ୍ୟ ଆହତ ଲାଗିଛି । ଖବର ବରିବେଷଣ ସୁଦ୍ଧା ଦୁର୍ଘଟଣା ସ୍ଥଳରୁ ଟ୍ୟାଙ୍କରକୁ ହଟାଯାଇନଥିଲା । ଟ୍ୟାଙ୍କର ଦୁର୍ଘଟଣା ଯୋଗୁଁ ସହରର ଉଭୟ ପାଶ୍ୱର୍ରେ ଶହ ଶହ ଭାରିଯାନ ଅଟକି ରହିଥିଲା । ଦୁର୍ଘଟଣା ସ୍ଥଳ ଦେଇ କେବଳ ସାନି ଗାଡି ଯାତାୟତ କରିଥିଲା । ଟ୍ୟାଙ୍କର ଦୁର୍ଘଟଣା ଯୋଗୁଁ କତାପେଟା,ଭାକୁରଗୁଡା ଠାରେ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା । ରାସ୍ତାର ଉଭୟ ପାଶ୍ୱର୍ରେ ଭାରିଯାନ ଅଟକି ରହିିଥିବା ଯୋଗୁଁ ଆମ୍ବୁଲାନ୍ସ ଯାତାୟତ ପାଇଁ ମଧ୍ୟ ରାସ୍ତା ମିଳିନଥିଲା ।