ହେଡଲାଇନସ୍:

ଶିମିଳିପାଳ ଛକରେ ବାଇକ୍ ଦୁର୍ଘଟଣା , ଦୁଇ ଗୁରୁତର , ଜଣେ ସାମାନ୍ୟ ଆହତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) -ରାଞ୍ଚି ବିଜୟୱାଡ଼ା ରାସ୍ତାର ଶିମିଳିପାଳ ଛକରେ ବାଇକ୍ ଦୁର୍ଘଟଣାରେ ଦୁଇ ଯୁବକ ଗୁରୁତର ଆହତ ଓ ଅନ୍ୟ ଜଣେ ସାମାନ୍ୟ ଅହତ ହୋଇଥିବା ଜଣାପଡିଛି , ସୂଚନା ଯୋଗ୍ୟ ଯେ ନାକଟିଦେଉଳ ଗ୍ରାମର ତିନି ଜଣ ଯୁବକ ବାଇକରେ ରେଢ଼ାଖୋଲ ଆସି ନମାଜ ପଢି ନାକଟିଦେଉଳ ଫେରୁଥିବା ବେଳେ ଶିମିଳିପାଳ ଛକ ନିକଟ ବନ୍ଧ ପାଖରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଦିଆଯାଇଥିବା ଲୁହା ବାଡାରେ ପିଟି ହୋଇଥିଲେ , ସେଥିରୁ ଯୁବକ ପପୁ କୁରେଶୀ (୩୭) , ଶେହଜାଦ ଅଳ୍ଲି କୁରେଶୀ ( ୩୨) ଗୁରୁତର ଆହତ ଓ କାଦର ହାସନ (୨୫) ସାମାନ୍ୟ ଆହତ ହୋଇଅଛନ୍ତି , ଘଟଣା ସ୍ଥଳରୁ ସ୍ଥାନୀୟ ଲୋକେ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରେଇଛନ୍ତି । ସେଥିମଧ୍ୟରୁ ପପୁ କୁରେଶୀକୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

0
0
0
s2sdefault