ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୋହନା ବ୍ଳକ ଅନ୍ତର୍ଗତ ପି.ଗୋବିନ୍ଦପୁର ଗ୍ରାମ ଖ୍ରୀଷ୍ଟିଆନ ସାହି ବାସିନ୍ଦା ବର୍ଷ ବର୍ଷ ଧରି ଏକ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଦୂଷିତ କୂଅଁର ଜଳକୁ ପାନୀୟ ଭାବେ ବ୍ୟବହାର କରୁଛନ୍ତି।ବ୍ଳକ ପ୍ରଶାସନ ଓ ଜିଲ୍ଲା ପ୍ରସାଶନକୁ ବାରମ୍ଵାର ପାନୀୟ ଜଳର ଆଶୁ ସମାଧାନ ପାଇଁ ଲିଖିତ ଅଭିଯୋଗ କରି ଆସୁଥିଲେ ମଧ୍ୟ ସୁଫଳ ମିଳୁନଥିବା କହିଛନ୍ତି। ଅନ୍ତତଃ ପକ୍ଷେ ଗ୍ରାମରେ ନଳକୂପଟିଏ ବସାଇବାକୁ ଅନୁରୋଧ କରିଛନ୍ତି ।
ପାନୀୟ ଜଳର ଅଭାବ ମେଣ୍ଟାଇବା ପାଇଁ ସାହିରେ ବସବାସ କରୁଥିବା ୩୫ ପରିବାରର ପ୍ରାୟ ୩୦୦ ଲୋକ ସାହି ପଛ ପଟେ ରହିଥିବା ଏକ ପୁରୁଣା ପରିତ୍ୟକ୍ତ କୂଅଁର ଦୂଷିତ ଜଳକୁ ପାନୀୟ ଓ ସ୍ନାନ ଓ ଶୌଚ଼ ଭାବରେ ବ୍ୟବହାର କରି ଆସୁଛୁନ୍ତି। ଗ୍ରାମରେ ବସବାସ କରୁଥିବା ୩୫ ପରିବାର ମଧ୍ୟରୁ କେବଳ ୩ ଟି ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ମିଳିଥିବା ଗ୍ରାମବାସୀ କହିଛନ୍ତି । ଏଣୁ ପାନୀୟ ଜଳର ସୁବିଧା ଓ ଆବାସ ଯୋଗାଇଦେବା ପାଇଁ ସାହିର ସନ୍ତୋଷ କାର୍ଯୀ , କୈଳାସ କାର୍ଯୀ , ମଇଜ ନାୟକ , ସବିନ ନାୟକ , ଦୀପ୍ତି କାର୍ଯୀ ,ଦିଲିପ ପରିଛା , ଅଶୋକ କାର୍ଯୀ , ପୂର୍ଣ୍ଣ କାର୍ଯ୍ୟୀ ପ୍ରମୁଖ ସାହି ବାସିନ୍ଦା ଦାବି କରିଛନ୍ତି ।