କଳାହାଣ୍ଡି/ତୁଳମଣି ନାଗ:କରୋନାର ଦ୍ୱିତୀୟ ଲହରୀରେ ସାରା ଭାରତରେ ସଂକ୍ରମିତ ସଂଖ୍ୟା ବଢିଚାଲିଥିବା ବେଳେ କରୋନାକୁ ପ୍ରତିରୋଧ କରିବାପାଇଁ ଓଡ଼ିଶା ସରକାର ଗତତା ୫ ମଇ ୨୦୨୧ ଠାରୁ ଆସନ୍ତା ତା ୧୯ ମଇ ୨୦୨୧ ପର୍ଯ୍ୟନ୍ତ ଲକଡାଉନ ଘୋର୍ଷଣା କରିଛନ୍ତି ! ଆଜି ଲକଡାଉନର ତୃତୀୟ ଦିବସରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ପୋଲିସ ଦ୍ୱାରା ସାନଚେରଗାଁର ତିନିଚ୍ଛକ ଠାରେ ଓ ଭାଟିପଡ଼ାର ତିନିଚ୍ଛକ ଠାରେ କଢାକଢି ଯାଞ୍ଚ କରୁଥିବାର ଦେଖିବାକୁ ମିଳିଛି ! ମାସ୍କ ନ ଥିଲେ ଫାଇନ ମଧ୍ୟ କଟାଯାଉଛି ଯାହାର ଜରୁରୀକାଳୀନ କାମ ତଥା ସ୍ୱାସ୍ଥ୍ୟସେବା, ଦଶାହକାର୍ଯ୍ୟ ଏସବୁ କାମରେ ଯିବାକୁ ଅନୁମତି ଦିଆଯାଉଛି ! ଯାହାକି କେଗାଁ ପୋଲିସ ଆଇ ଆଇ ସି ଡ଼ି ପର୍ଜା ସୂଚନା ଦେଇଛନ୍ତି ! ଏହି ଲକଡାଉନ ଦ୍ୱାର କିଛି ମାତ୍ରାରେ କରୋନାର ମୁକାବିଲା ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମଧ୍ୟ ଚର୍ଚ୍ଚା ହେଉଛି।
ରାଜ୍ୟ
କେଗାଁ ପୋଲିସ ଦ୍ୱାରା ଚାଲିଛି କଡାକଡି ଯାଞ୍ଚ।
- Hits: 610