ହେଡଲାଇନସ୍:

ଟ୍ରାକ୍ଟର ସହ କରତ କଳ ଓ ଲକ୍ଷାଧିକ କାଠ ଗଣ୍ତି ଜବତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ତ ଦର୍ଲିଗୁଡା-ତେତେଲଖୁଟି ମଧ୍ୟରେ ବେଆଇନ ଭାବରେ ପିଆଶାଳ( ବିଜା) ଗଛ କଟା ଯାଉଥିବା ଖବର ପାଇ ପଦ୍ମପୁର ବନ ବିଭାଗ ପକ୍ଷରୁ ଚଢଉ କରାଯାଇଥିଲା।ବନ ବିଭାଗର ଏକ ଟିମ କୌଶଳ କ୍ରମେ ପହଂଚି ଏକ ଟ୍ରାକ୍ଟର ,କରତ କଳ ଓ ଲକ୍ଷାଧିକ ଟଂକାର ପିଆଶାଳ (ବିଜା)ଗଛ ଜବତ କରିଛନ୍ତି।ରେଞ୍ଜର ପୂର୍ଣ୍ଣଚନ୍ଦ୍ର ମହନ୍ତ,ଫରେଷ୍ଟର ଘାସିରାମ ବିଭାର,ଜ୍ୟୋତିଷ ରଞ୍ଜନ ସାହୁ,ଧ୍ୟାନଚାନ୍ଦ ଝାକର,ଫରେଷ୍ଟଗାର୍ଡ ସୁଷମା ମହାପାତ୍ର,ସ୍କାର୍ଡ ଷ୍ଟାଫ ବାସୁଦେବ ସାହୁ,ନିରାକାର ନାୟକ,ଦାମ୍ବୋଦର ବିଶ୍ବାସ,ମନ ଥେଟୁଆ,କେଶରଞ୍ଜନ ବୁଡେକ ପ୍ରମୂଖ ବନ ବିଭାଗ କର୍ମଚାରୀ ଚଢଉରେ ସାମିଲ ରହିଥିଲେ ।

0
0
0
s2sdefault