ବାରିପଦା(ଦିଲ୍ଲୀପ ମହାନ୍ତି )-: ବିକ୍ରି ସମୟରେ ୮ କିଲୋ ଓଜନର ବଜ୍ରକାପ୍ତା ଉଦ୍ଧାର। ମୟୂରଭଞ୍ଜ ଏସ୍ପି ସ୍ମିଥ୍ ପି ପରମାରଙ୍କ ନିର୍ଦେଶ କ୍ରମେ ଏକ ସ୍ବତନ୍ତ୍ର ଦଳ ମେ ୬ ବିଳମ୍ବିତ ରାତିରେ ବାଙ୍ଗିରିପୋଷି ଥାନା ନିଶ୍ଚିନ୍ତା ପଞ୍ଚାୟତର ଗୋହିରାପାଳ ଗ୍ରାମର ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ବିକ୍ରି ଉଦ୍ଦେଶ୍ୟରେ ରଖାଯାଇଥିବା ଏକ ୮ କିଲୋ ଓଜନର ବଜ୍ରକାପ୍ତା ଉଦ୍ଧାର ହୋଇଛି । ଏହି ଘଟଣାରେ ସଂପୃକ୍ତ ଜଣେ ଯୁବକଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଯୁବକ ଜଣକ ବାଙ୍ଗିରିପୋଷି ଥାନା ଗୋହିରାପାଳ ଗ୍ରାମର ହେଲେ ସିଂଘୁ ବାସ୍କେ (୪୦)। ଅନ୍ତଃରାଜ୍ୟ ରାକେଟ ଥିବା ପୋଲିସ ପକ୍ଷରୁ ସୂଚନା । ଏଥିସହିତ ବାଙ୍ଗିରିପୋଷି ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଆରମ୍ଭ କରିଛି ବୋଲି ପୁଲିସ ଡ଼ିଏସପି ପ୍ରଭାସ ଚନ୍ଦ୍ର ପାଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ରାଜ୍ୟ
ବିକ୍ରି ସମୟରେ ୮ କିଲୋ ଓଜନର ବଜ୍ରକାପ୍ତା ଉଦ୍ଧାର : ଅଭିଯୁକ୍ତ ଗିରଫ
- Hits: 439