ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ ୧୪ ଦିନିଆ ଲକ୍ ଡ଼ାଉନ୍ କୁ କଡାକଡି ଭାବେ ପାଳନ କରିବା ପାଇଁ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଓ ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ନେତୁତ୍ଵରେ ପୁଲିସ ତତ୍ପର ହୋଇ ଉଠିଛି।
ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କୁ ସଚେତନ କରିବା ଓ କରୋନାର ଦ୍ୱିତୀୟ ଲହରକୁ ରୋକ ଲଗାଇବା ଆପ୍ରାଣ ଉଦ୍ୟମ ଜାରି ରଖିଛି । ପ୍ରତ୍ୟେକ ଗ୍ରାମ ଓ ସାହି ଗୁଡିକୁ ଯାଇ କରୋନାର ଭୟାବହତା ସଂପର୍କରେ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନତା କରାଯାଉଥିବା ଦେଖିବାକୁ ମିଳୁଛି । ବିଗତ ବର୍ଷର ଲକ୍ ଡାଉନ୍ ଅପେକ୍ଷା ଚଳିତ ବର୍ଷର ପ୍ରଥମ ଲକ୍ ଡାଇନ୍କୁ କଡାକଡ଼ି ପାଳନ କରି ରାଜରାସ୍ତାରେ ଗମନାଗମନ କରୁଥିବା ସମସ୍ତ ପ୍ରକାର ଗାଡିକୁ ଯାଞ୍ଚ କରାଯାଉଛି।
ଅଞ୍ଚଳରେ ଲୋକେ ଭୟର ବାତାବରଣ ଭିତରେ ରହିଥିବା ଜଣାପଡୁଛି।
ମୋହନା ବ୍ଳକରେ ମଧ୍ୟ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଣୁ ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ବାର୍ତ୍ତା ଦିଆଯାଇଛି I











