ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଅନୁପମ ସାହା ତୋଫାନୀ ଗ୍ସ୍ତରେ ମୋହନା ବ୍ଳକ କନ୍ଫରେନ୍ସ ହଲ , ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର , ଗୁଣ୍ଡିମା ଆଦର୍ଶ ବିଦ୍ୟାଳୟ ଠାରେ ରହିଥିବା କୋଭିଡ୍ କେୟାର ସେଣ୍ଟର ପରିଦର୍ଶନ କରିବା ସହ କୋଭିଡ୍ କାର୍ଯ୍ୟର ସମୀକ୍ଷା କରିଥିଲେ।
ବ୍ଳକ ଅଧିକାରୀ ମାନଙ୍କ ଉପସ୍ଥିତିରେ କୋଭିଡ୍-୧୯ ର ମୁକାବିଲାରେ ଯେଭଳି ଖିଲାଫ ନ ହେବ ସେ ସମ୍ପର୍କରେ ଦୃଷ୍ଟିଦେବାକୁ ପରାମର୍ଶ ଦେଇଥିଲେ। ବିଡିଓ ଲୋକନାଥ ଦଳବେହେରା , ଅତିରିକ୍ତ ତହସିଲଦାର ଆଶିଷ କୁମାର ପ୍ରଧାନ , ସହକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ , କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ସାହୁ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ ।