ଭୁବନେଶ୍ୱର (ଶାସକ ପ୍ରଶାସକ) ରାଜ୍ୟରେ କରୋନା ମୁକାବିଲାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍ ପରିଚାଳନା ସକାଶେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ ତିନୋଟି ଜିଲ୍ଲା ପାଇଁ ୭ କୋଟି ଟଙ୍କା ମଂଜୁର କରିଛନ୍ତି ଅତିରିକ୍ତ ସହାୟତା ଭାବେ | ପୁରୀ ଜିଲ୍ଲାକୁ ୨ କୋଟି ଟଙ୍କା ମଂଜୁର ହୋଇଥିବା ବେଳେ ସମ୍ବଲପୁରକୁ ୪.୬୨ କୋଟି ଓ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ୧ କୋଟି ମଂଜୁର ହୋଇଛି ।
ପୂର୍ବରୁ ପୁରୀ ଜିଲ୍ଲାକୁ କୋଭିଡି ପରିଚାଳନା ପାଇଁ ୧୪ କୋଟି ୫୯ ଲକ୍ଷ ୭୪ ହଜାର ଟଙ୍କା ସହାୟତା ଦିଆଯାଇଥିବା ବେଲେ ଆଜିର ଅତିରିକ୍ତ ୨ କୋଟି ଟଙ୍କାକୁ ମିଶାଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ମୋଟ ୧୬ କୋଟି ୫୯ ଲକ୍ଷ ୭୪ ହଜାର ସହାୟତା ପ୍ରଦାନ କରାଯାଇଛି । ସେହିଭଳି ସୁବର୍ଣ୍ଣପୁର ଜିଲ୍ଲାକୁ ପୂର୍ବରୁ ଅଢ଼େଇ କୋଟି ଟଙ୍କା ଦିଆଯାଇଥିବା ବେଳେ ଆଉ ଆଜିର କୋଟିଏ ଟଙ୍କା ମିଶାଇ ଜିଲ୍ଲାକୁ ୩.୫ କୋଟି ଟଙ୍କା ଦିଆଗଲାଣି | ପୂର୍ବରୁ ସମ୍ବଲପୁର ଜିଲ୍ଲାକୁ ୧୧.୫ କୋଟି ପ୍ରଦାନ କରାଯାଇଥିବା ବେଳେ ଆଜିର ୪ କୋଟି ୬୨ ଲକ୍ଷ ୮୦ ହଜାର ଟଙ୍କାକୁ ମିଶାଇ ଜିଲ୍ଲାକୁ ମୋଟ ୧୬ କୋଟି ୧୨ ଲକ୍ଷ ୮୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି |