ପଦ୍ମପୁର(ଶାସକପ୍ରଶାସକ)- କରୋନାର ଦ୍ବିତୀୟ ଲହରରେ ପ୍ରତ୍ୟେକ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ରାଜ୍ୟ ସରକାର ୫ ମେ ରୁ ୧୯ ମେ ପର୍ଯ୍ୟନ୍ତ ୧୪ ଦିନ ପାଇଁ ସାରା ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି । ଏହି ଲକଡାଉନ ସମୟରେ ଅସହାୟ ଗରିବ ଲୋକ ମାନେ ପେଟ ପାଟଣା ପାଇଁ ବହୁ ଅସୁବିଧା ଭୋଗିଥାନ୍ତା । ଏହାକୁ ଦୄଷ୍ଟିରେ ରଖି ପଦ୍ମପୁର ସହରରେ ବସବାସ କରୁଥିବା ଅସହାୟ ଗରିବ ମାନଙ୍କୁ ପଦ୍ମପୁର ଏନଏସି ପକ୍ଷରୁ ଦିନକୁ ଦିଓଲି ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଏହି ରନ୍ଧା ଖାଦ୍ୟ ବଣ୍ଟନରେ ପଦ୍ମପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟନ୍ତ କୁମାର ସାହୁ ଙ୍କ ସମେତ ଏନଏସିର ସମସ୍ତ ଅଧିକାରୀ ସହଯୋଗ କରିଛନ୍ତି । ଏହି ରନ୍ଧା ଖାଦ୍ୟ ବଣ୍ଟନ ଆଗାମୀ ମେ ୧୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।
ରାଜ୍ୟ
ଅସହାୟ ଗରିବମାନଙ୍କୁ ପଦ୍ମପୁର ଏନଏସି ପକ୍ଷରୁ ଦିନକୁ ଦିଓଲି ରନ୍ଧା ଖାଦ୍ୟ ଯୋଗାଣ
- Hits: 819