ବିବାହ ବାର୍ଷିକୀରେ ସପତ୍ନୀକ ରକ୍ତଦାନ କଲେ ସାମ୍ବାଦିକ
ବରଗଡ :- କରୋନା ମହାମାରୀର ଦ୍ବିତୀୟ ଲହର ରେ ରକ୍ତ ର ଅଭାବକୁ ଦୂର କରିବା ପାଇଁ ନିଷ୍ଠା ପରିବାରର ପ୍ରୟାସ କ୍ରମାଗତ ଭାବରେ ଜାରି ରହିଛି । ଆଜି ଜିଲ୍ଲାର ଭେଡେନ ବସ ଷ୍ଟାଣ୍ଡ ନିକଟରେ ଆୟୋଜିତ ଏକ ଶିବିରକୁ ଭେଡେନ ନାଗରିକ କମିଟି ର ସଂପାଦକ ସ୍ବାଧୀନ ରଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଫିତା କାଟି ଶିବିର କୁ ଉଦ୍ଘାଟନ କରିଥିଲେ । ମୋବାଇଲ ବ୍ଲଡ଼ କଲେକ୍ସନ ଭେନରେ ବୁର୍ଲା ରକ୍ତ ଭଣ୍ଡାର ଦ୍ବାରା ସର୍ବମୋଟ ୩୮ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।କରୋନା ଟୀକା ନେବା ପୁର୍ବ ରୁ ରକ୍ତଦାନ କରିବା ପାଇଁ ଯୁବ ଗୋଷ୍ଠୀଙ୍କୁ ସଚେତନ କରାଯାଇଥିଲା ।ଭେଡେନ ତଥା ଆଖପାଖ ଅଞ୍ଚଳର ଲୋକ ମାନେ ସ୍ୱତଃପ୍ରବୃତ୍ତ ଭାବରେ ରକ୍ତଦାନ ଶିବିର ରେ ସାମିଲ ହୋଇ ରକ୍ତଦାନ କରିଥିଲେ । ଏହି ଶିବିରରେ HELPING HEARTS ବରପାଲିର ପ୍ରତିଷ୍ଠାତା ସତ୍ୟାନନ୍ଦ ପାଣ୍ଡେ ନିଜେ ଆସି ରକ୍ତଦାନ କରିଥିଲେ । ଏହା ସହିତ ଏହି ଶିବିରରେ ଅନେକ ମହିଳା ଓ ଯୁବତୀମାନେ ରକ୍ତ ଦାନ କରିଥିଲେ । ଅନ୍ୟ ମାନଙ୍କର ମଧ୍ୟରେ ସାମ୍ବାଦିକ ଶ୍ରୀ ମହେନ୍ଦ୍ର କୁମାର ସାହୁ ଓ ତାଙ୍କର ସହଧର୍ମିଣୀ ଏକ ସାଙ୍ଗରେ ରକ୍ତ ଦାନ କରି ଆଜି ତାଙ୍କର ବିବାହ ବାର୍ଷିକୀ ପାଳନ କରିଛନ୍ତି । ଏହି ଶିବିର କୁ ନିଷ୍ଠା ପରିବାରର ସଭାପତି ରକ୍ଷପାଲ ସାହୁ, ସଂପାଦକ ଅଶ୍ବିନୀ ତ୍ରିପାଠୀ,କୋଷାଧକ୍ଷ ଶ୍ୟାମ ସୁନ୍ଦର ସାହୁ ,ମହେନ୍ଦ୍ର କୁମାର ସାହୁ ଓ ଭେଡେନର ଅନୁପ ବେହେରା,ସିଦ୍ଧାର୍ଥ ପୁରୋହିତ, ଚନ୍ଦନ ମହାରଣା, ଅରୁଣ କୁମାର କର୍ମୀ ,ଶ୍ରୀକାନ୍ତ ସାହୁ,ପ୍ରମୁଖ ଶିବିର ପରିଚାଳନା କରିଥିଲେ । ସମସ୍ତ ରକ୍ତଦାତା ଓ ସହଯୋଗୀ ମାନଙ୍କୁ ନିଷ୍ଠା ପରିବାର ତରଫ ରୁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି ନିଷ୍ଠାର ସମ୍ପାଦକ ଶ୍ରୀ ଅଶ୍ୱିନୀ ତ୍ରିପାଠୀ ।